ETV Bharat / sports

ବୋର୍ଡର ଗାଭାସ୍କର ଟ୍ରଫିରୁ ବାଦ ପଡିପାରନ୍ତି ପନ୍ତ, ଏହି କ୍ରିକେଟରଙ୍କୁ ମିଳିପାରେ ସୁଯୋଗ

author img

By

Published : Jan 1, 2023, 9:58 PM IST

ଆଗକୁ ବୋର୍ଡର ଗାଭାସ୍କର ଟ୍ରଫି ଖେଳାଯିବ । ତେବେ ଋଷଭ ପନ୍ତଙ୍କ ବଦଳରେ କାହାକୁ ୱିକେଟ କିପର ବ୍ୟାଟର ଭାବରେ ଦଳରେ ସ୍ଥାନ ଦିଆଯିବ BCCI ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଅଧିକ ପଢନ୍ତୁ

ଋଷଭ ପନ୍ତ ଓ ଇଶାନ କିଶାନ
ଋଷଭ ପନ୍ତ ଓ ଇଶାନ କିଶାନ

ହାଇଦ୍ରାବାଦ: ଫେବୃଆରୀରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଚାରିଟିକିଆ ଟେଷ୍ଟ ସିରଜ ଖେଳିବ । ଋଷଭ ପନ୍ତଙ୍କ ବଦଳ ଖେଳାଳି ଭାବରେ କିଏ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ସେନେଇ ଏବେଠୁ ଚିନ୍ତାରେ ପଡିଛି BCCI । ଶୁକ୍ରବାର ଦୁର୍ଘଟଣାର ଶିକାର ହୋଇ ୱିକେଟ କିପର ବ୍ୟାଟର ଋଷଭ ପନ୍ତ ଉତ୍ତରାଖଣ୍ଡ ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ବେଳେ ସେ ଅତି କମ୍‌ରେ ୬ ମାସ ପର୍ଯ୍ୟନ୍ତ କ୍ରିକେଟ ମଇଦାନରୁ ଦୂରେଇ ରହି ପାରନ୍ତି । ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ସହିତ ଆଗକୁ ବୋର୍ଡର ଗାଭାସ୍କର ଟ୍ରଫି ଖେଳିବ ଭାରତ । ପନ୍ତଙ୍କ ଅନୁୁପସ୍ଥିତିରେ ଟିମ ଇଣ୍ଡିଆରେ କାହାକୁ ୱିକେଟ କିପର ବ୍ୟାଟର ଭାବରେ ଦଳରେ ସ୍ଥାନ ଦିଆଯିବ BCCI ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ତେଣୁ ଆଗାମୀ ଟେଷ୍ଟ ମ୍ୟାଚ ପାଇଁ BCCI ପନ୍ତଙ୍କ ବିକଳ୍ପ ଖେଳାଳି ଭାବରେ ଉପେନ୍ଦ୍ର ଯାଦବ ଓ ଇଶାନ କିଶାନ, କେଏସ ଭରତଙ୍କୁ ଦଳରେ ଭାରତୀୟ ସ୍କ୍ବାଡରେ ସ୍ଥାନ ଦେଇପାରେ ।

ସୂଚନା ଅନୁସାରେ, ଦିଲ୍ଲୀରୁ ଋଷଭ ତାଙ୍କ ଘର ରୁର୍କିକୁ BMW କାର ଧରି ଆସୁଥିବା ବେଳେ ଗତକାଲି ସକାଳ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ରୁର୍କି ନାରାସନ ବୋର୍ଡରରେ ନିକଟରେ ଏକ ଡିଭାଇଡରରେ ପିଟି ହେବା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ପନ୍ତ । କାରର କାଚ ଭାଙ୍ଗି ବାହାରକୁ ଆସିବା ପରେ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହି ସମୟରେ ଜଣେ ବସ ଚାଳକ ଓ କଣ୍ଡକ୍ଟର ତାଙ୍କୁ କାରରୁ ବାହାର କରି ପୋଲିସକୁ ଘଟଣା ବାବଦରେ ଖବର ଦେଇଥିଲେ । ସଙ୍ଗେସଙ୍ଗେ ଆହତ ଅବସ୍ଥାରେ ପନ୍ତଙ୍କୁ ଡେରାଡୁନ ସ୍ଥାନାନ୍ତରିତ କରାଯାଇଥିଲା । ତାଙ୍କ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଥିବା ବେଳେ ପ୍ଲାଷ୍ଟିକ ସର୍ଜରି ପାଇଁ ତାଙ୍କୁ ଦିଲ୍ଲୀକୁ ଏୟାର ଲିଫ୍ଟ କରାଯାଇ ପାରେ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.