ETV Bharat / sports

ସବୁ ମ୍ୟାଚରେ ୧୦୦ ପ୍ରତିଶତ ଦିଏ: ପନ୍ତ

author img

By

Published : Jul 2, 2022, 8:38 PM IST

ଏଜବେଷ୍ଟନରେ ଚାଲିଥିବା ଭାରତ ଏବଂ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରେ ୱିକେଟ ରକ୍ଷକ ଋଷଭ ପନ୍ତ ଦମଦାର ଶତକ ହାସଲ କରିଛନ୍ତି । ଶତକ ହାସଲ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପନ୍ତ ନିଜ ବୟାନରେ କହିଛନ୍ତି କି ସେ ତାଙ୍କ ସବୁ ମ୍ୟାଚରେ ନିଜର ୧୦୦ ପ୍ରତିଶତ ଦିଅନ୍ତି । ଅଧିକ ପଢନ୍ତୁ

ସବୁ ମ୍ୟାଚରେ ୧୦୦ ପ୍ରତିଶତ ଦିଏ: ପନ୍ତ
ସବୁ ମ୍ୟାଚରେ ୧୦୦ ପ୍ରତିଶତ ଦିଏ: ପନ୍ତ

ହାଇଦ୍ରାବାଦ: ଏଜବେଷ୍ଟନରେ ଚାଲିଥିବା ଭାରତ ଏବଂ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରେ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଦମଦାର ଶତକ ହାସଲ କରିଛନ୍ତି । ଶତକ ହାସଲ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପନ୍ତ ନିଜ ବୟାନରେ କହିଛନ୍ତି କି ସେ ତାଙ୍କ ସବୁ ମ୍ୟାଚରେ ନିଜର ୧୦୦ ପ୍ରତିଶତ ଦିଅନ୍ତି । ଏହା ସହିତ ଟେଷ୍ଟରେ ବୋଲିଂ ଟେକନିକ ଉପରେ ଧ୍ୟାନ ଦେବାକୁ ହେବ । ଭଲ ବୋଲିଂ ମିଳିଲେ ତାହାର ସମ୍ମାନ କରିବା ଏବଂ ଖରାପ ବୋଲିଂ ମିଳିଲେ ବଲକୁ ହିଟ କରିବା ଗୁରୁତ୍ବପୂର୍ଣ୍ଣ ହୋଇଥାଏ । ଯେତେବେଳେ ସେ କ୍ରିଜରେ ଥିଲେ ସେତେବେଳେ ବିପରୀତ ପରିସ୍ଥିତିରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କୁ ବ୍ୟାଟିଂରେ ସମର୍ଥନ କରିଥିଲେ ।

ଉଭୟଙ୍କ ଭାଗିଦାରୀରେ ୨୨୨ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲେ । ଏହା ସହିତ ପନ୍ତ ଆହୁରି ମଧ୍ୟ କହିଛନ୍ତି ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ଅନୁଯାୟୀ ବୋଲିଂ ଅନୁସାରେ ବ୍ୟାଟିଂ କରିବାକୁ ପଡିବ । ସେହିପରି ଏ ବାବଦରେ ଇଂଲଣ୍ଡର ଆସିଷ୍ଟାଣ୍ଟ କୋଚ୍ ପୋଲ କଲିଙ୍ଗବୁଡ୍ କହିଛନ୍ତି ଭାରତର ପ୍ରଦର୍ଶନରେ ଆମେ ଯେତିକି ଆଚମ୍ବିତ ନୁହେଁ ହେଲେ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା ଜଣାଉଛୁ ।

ଏଜବେଷ୍ଟନରେ ଚାଲିଥିବା ଭାରତ ଏବଂ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚରେ ୱିକେଟ ରକ୍ଷକ ଋଷଭ ପନ୍ତ ୮୯ ବଲରେ ଦମଦାର ଶତକ ହାସଲ କରିଛନ୍ତି । ୧୧୧ ବଲରୁ ୨୦ଟି ଚୌକା ୬ ଟି ଛକା ମାରି ୧୪୬ ରନ କରି ଆଉଟ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.