ETV Bharat / sports

Rishabh Pant Road Accident: ପନ୍ତଙ୍କୁ ଦୁର୍ଘଟଣାସ୍ଥଳରୁ ପ୍ରଥମେ ଉଦ୍ଧାର କରିଥିବା ବ୍ୟକ୍ତି ସମ୍ମାନିତ

author img

By

Published : Dec 30, 2022, 10:02 PM IST

ପନ୍ତଙ୍କ ଦୁର୍ଘଟଣା ବେଳେ ଉଦ୍ଧାର କରିଥିବା ପ୍ରଥମ ଦୁଇ ଜଣ ବ୍ୟକ୍ତି ହରିୟାଣା ରୋଡବେଜର ବସ ଡ୍ରାଇଭର ସୁଶିଲ ଏବଂ କଣ୍ଡକ୍ଟର ପରମଜିତଙ୍କୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

ହରିୟାଣା ରୋଡବେଜର ବସ ଡ୍ରାଇଭର ସୁଶିଲ ଏବଂ କଣ୍ଡକ୍ଟର ପରମଜିତଙ୍କୁ ପୁରସ୍କୃତ କରାଯାଉଛି
Rishabh Pant Road Accident

ହାଇଦ୍ରାବାଦ: ଋଷଭ ପନ୍ତଙ୍କ ଦୁର୍ଘଟଣା ଖବର ଆଜି ସକାଳୁ ସମସ୍ତ କ୍ରିକେଟପ୍ରେମୀଙ୍କୁ ସ୍ତବ୍ଧ କରିଦେଇଥିଲା । ତେବେ ଡାକ୍ତରଙ୍କ ସୂଚନା ଅନୁସାରେ ତାଙ୍କ ସ୍ବାସ୍ଥାବସ୍ଥା ସ୍ଥିର ରହିଛି । ତାଙ୍କୁ ଦୁର୍ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରୁ ପନ୍ତଙ୍କୁ ଉଦ୍ଧାର କରିଥିବା ପ୍ରଥମ ଦୁଇ ଜଣ ବ୍ୟକ୍ତି ହରିୟାଣା ରୋଡୱେସ୍‌ ବସ୍‌ ଡ୍ରାଇଭର ସୁଶିଲ ଏବଂ କଣ୍ଡକ୍ଟର ପରମଜିତ । ଏହି ଦୁଇ ଜଣ ବ୍ୟକ୍ତି ଆହତ ହୋଇ ପଡ଼ିଥିବା ଋଷଭ ପନ୍ତଙ୍କୁ ଜଳନ୍ତା କାରରୁ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ । ତାଙ୍କର ଏହି ସାହାସୀ କାର୍ଯ୍ୟ ପାଇଁ ଏହି ଦୁଇ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି ।

ଋଷଭ ପନ୍ତଙ୍କ କାର ଦୁର୍ଘଟଣାକୁ ଦେଖି ବସ ଡ୍ରାଇଭର ସୁଶୀଲ ଏବଂ କଣ୍ଡକ୍ଟର ପରମଜିତ କାର ପାଖକୁ ଆସିଥିଲେ । ଏହାପରେ ପନ୍ତଙ୍କୁ କାରରୁ ବାହାର କରିବାରେ ସାହାଯ୍ୟ କରିଥିଲେ । ପାନିପତ ଡିପୋ ଜିଏମ କୀଲଦୀପ ଜାଙ୍ଗଡା ସେମାନଙ୍କର ଏହି କାମ ପାଇଁ ସେମାନଙ୍କୁ ସମ୍ମାନିତ କରିଛନ୍ତି । ଦିଲ୍ଲୀରୁ ତାଙ୍କ ଘର ରୁର୍କି ଆସୁଥିବା ବେଳେ ପନ୍ତଙ୍କର BMW କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରୁର୍କି ନାରାସନ ବୋର୍ଡରରେ ନିକଟରେ ଏକ ଡିଭାଇଡରରେ ତାଙ୍କ କାର ପିଟି ହୋଇଯାଇଥିଲା । ଯାହା ଫଳରେ ତାଙ୍କ କାରରେ ନିଆଁ ଲାଗିଥିଲା ।

ସୂଚନା ଅନୁସାରେ, ଋଷଭ୍‌ ପନ୍ତ୍‌ କାରର କାଚ ଭାଙ୍ଗି ବାହାରକୁ ଆସିଥିଲେ । ଏହାପରେ ତାଙ୍କ କାରଟି ଜଳିଯାଇଥିଲା । ଏହି ସମୟରେ ହରିୟାଣା ରୋଡୱେସ୍‌ ବସ୍‌ ସେହି ରାସ୍ତା ଦେଇ ଯାଉଥିଲା । ସେଥିରେ ଥିବା ଚାଳକ ଓ କଣ୍ଡକ୍ଟର ପନ୍ତଙ୍କୁ କାରରୁ ବାହାର କରିଥିଲେ । ଏହାପରେ ସେମାନେ ପୋଲିସକୁ ଘଟଣା ବାବଦରେ ଖବର ଦେଇଥିଲେ । ଏହାପରେ ପନ୍ତଙ୍କୁ ଡେରାଡୁନ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯାଇଛି । ତାଙ୍କ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.