ETV Bharat / sports

୨୪ ବର୍ଷରେ ପାଦ ଥାପିଲେ କ୍ରିକେଟର ଋଷବ ପନ୍ତ - ଭାରତୀୟ କ୍ରିକେଟ

1997 ଆକ୍ଟୋବର ମାସ ଆଜିର ଦିନରେ ଉତ୍ତରାଖଣ୍ଡରେ ଜନ୍ମଗ୍ରହଣ କରିଥଲେ ଭାରତୀୟ କ୍ରିକେଟର ଋଷବ ପନ୍ତ । ଆଜି ୨୪ ବର୍ଷରେ ପାଦ ଥାପିଛନ୍ତି ପନ୍ତ । ଅଧିକ ପଢନ୍ତୁ...

୨୪ ବର୍ଷରେ ପାଦ ଥାପିଛନ୍ତି କ୍ରିକେଟର ଋଷବ ପନ୍ତ

author img

By

Published : Oct 4, 2021, 10:08 AM IST

ନୂଆଦିଲ୍ଲୀ: ଭାରତୀୟ ୱିକେଟ କିପର ଓ ବ୍ୟାଟ୍ସମ୍ୟାନ ଋଷବ ପନ୍ତଙ୍କର ଆଜି ଜନ୍ମଦିନ । ୨୪ ବର୍ଷରେ ପାଦ ଥାପିଛନ୍ତି ପନ୍ତ । କ୍ରିକେଟକୁ ନିଜ କ୍ୟାରିୟର କରିବା ପାଇଁ ଗୋଟିଏ ସହରରୁ ଆଉ ଗୋଟିଏ ସହର ବୁଲିଥିଲେ ଋଷବ । କ୍ରିକେଟ ପାଇଁ ବହୁତ ସଂଘର୍ଷ କରିଛନ୍ତି ସେ ।

ଉତ୍ତରାଖଣ୍ଡରୁ ଦିଲ୍ଲୀ ପୁଣି ରାଜସ୍ଥାନ କ୍ରିକେଟ ପାଇଁ ତାଙ୍କୁ ବୁଲିବାକୁ ପଡିଥିଲା । ଏହା ପରେ ସେ ଦିଲ୍ଲୀ ଫେରି ଆସିଥିଲେ । ତାଙ୍କୁ ଏକାଡେମିରୁ ମଧ୍ୟ ବାହାର କରି ଦିଆଯାଇଥିଲା । ଖାଲି ସେତିକି ନୁହେଁ ତାଙ୍କୁ ଦିଲ୍ଲୀ ଗୁରୁଦ୍ବାରରେ ମଧ୍ୟ ଦିନ କାଟିବାକୁ ପଡିଛି । ବହୁ କଷ୍ଟ ପରେ ତାଙ୍କ ବ୍ୟାଟିଂ କୌଶଳ ଉପରେ ସମସ୍ତଙ୍କ ଧ୍ୟାନ ଆସିଲା । ଏହା ପରେ ବାଂଲାଦେଶରେ ଆଣ୍ଡର ୧୯ ବିଶ୍ବ କପରେ ଭାରତୀୟ ଟିମ ପାଇଁ ଖେଳିଥିଲେ । ନେପାଳ ବିପକ୍ଷରେ ଜବରଦସ୍ତ ଅର୍ଦ୍ଧଶତକ କରିଥିଲେ ।

ଏହାପରେ ନାମିବିୟା ବିପକ୍ଷରେ ଶତକ କରି ଭାରତକୁ ସେମିଫାଇନାଲରେ ପହଞ୍ଚାଇବାକୁ ସାହାଯ୍ୟ କରିଥିଲେ । ୨୦୧୫ରେ ୧୮ ବର୍ଷ ବୟସରେ ରଣଜୀ ଟ୍ରଫିରେ ଡେବ୍ୟୁ କରିବାର ଏକ ବର୍ଷ ପରେ ମହାରାଷ୍ଟ୍ର ବିପକ୍ଷରେ ତୃତୀୟ ଶତକ ଓ ଝାଡଖଣ୍ଡ ବିପକ୍ଷରେ ୪୮ଟି ବଲରେ ସାନଦାର ଶତକ ହାସଲ କରିଥିଲେ ପନ୍ତ ।

ଏହାପରେ ତାଙ୍କୁ ଜନୁଆରୀ ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ୩ଟି ଘରୋଇ ମ୍ୟାଚ ଖେଳିବାକୁ ଭାରତର ଟି-୨୦ ଟିମରେ ସ୍ଥାନ ମିଳିଲା । ସିରିଜରେ କେବଳ ତୃତୀୟ ମ୍ୟାଚ ଖେଳିଥିଲେ ଋଷବ । ପନ୍ତଙ୍କ ବ୍ୟାଟିଂ ଷ୍ଟାଇଲ ଏକଦମ ଅଲଗା । ତାଙ୍କୁ ଧୋନୀଙ୍କ ଉତ୍ତରାଧିକାରୀ ବୋଲି କୁହାଯାଏ । ବର୍ତ୍ତମାନ ସୁଦ୍ଧା ଋଷବ ୨୫ଟି ଟେଷ୍ଟ, ୧୮ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ୩ଥର ଶତକ ଓ ୭ଥର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.