ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି୨୦ ମ୍ୟାଚ୍ ଭାରତ ହାରିଛି ସତ, ହେଲେ ସମସ୍ତଙ୍କ ହୃଦୟ ଜିତିଛନ୍ତି ଯୁବ ଷ୍ଟାର ବ୍ୟାଟର ରିଙ୍କୁ ସିଂହ । ପ୍ରତି ମ୍ୟାଚ୍ରେ ଭାରତ ପାଇଁ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚ୍କୁ ଶେଷ କରୁଥିବା ଏହି ଧୂଆଁଧାର ବ୍ୟାଟର ଦ୍ବିତୀୟ ଟି୨୦ ମ୍ୟାଚ୍ରେ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସବୁଠାରୁ ମଜା କଥା ହେଉଛି ରିଙ୍କୁ ସିଂହଙ୍କ ଏକ ଛକାରେ ଷ୍ଟାଡିୟମ୍ର ପ୍ରେସ୍ ଗ୍ୟାଲେରୀ କାଚ ଭାଙ୍ଗିଯାଇଥିଲା । ଆଉ ତା ଠାରୁ ଆହୁରି ମଜାଳିଆ ଢଙ୍ଗରେ ସେଥିପାଇଁ କ୍ଷମା ମାଗିଛନ୍ତି ରିଙ୍କୁ । ନିଜ ପାଳି ବିଷୟରେ ଏକ ଇଣ୍ଟର୍ଭ୍ୟୁ ଦେବା ସମୟରେ ଏଭଳି କ୍ଷମା ମାଗିଛନ୍ତି ରିଙ୍କୁ ସିଂହ । ଏହି ଭିଡିଓ ଏକ୍ସରେ ପୋଷ୍ଟ କରିଛି ବିସିସିଆଇ । ପ୍ରଶଂସକମାନେ ମଧ୍ୟ ରିଙ୍କୁଙ୍କ ଏହି ମଜାଳିଆ କ୍ଷମା ପ୍ରାର୍ଥନାକୁ ବେଶ ପସନ୍ଦ କରୁଛନ୍ତି ।
-
Maiden international FIFTY 👌
— BCCI (@BCCI) December 13, 2023 " class="align-text-top noRightClick twitterSection" data="
Chat with captain @surya_14kumar 💬
... and that glass-breaking SIX 😉@rinkusingh235 sums up his thoughts post the 2⃣nd #SAvIND T20I 🎥🔽 #TeamIndia pic.twitter.com/Ee8GY7eObW
">Maiden international FIFTY 👌
— BCCI (@BCCI) December 13, 2023
Chat with captain @surya_14kumar 💬
... and that glass-breaking SIX 😉@rinkusingh235 sums up his thoughts post the 2⃣nd #SAvIND T20I 🎥🔽 #TeamIndia pic.twitter.com/Ee8GY7eObWMaiden international FIFTY 👌
— BCCI (@BCCI) December 13, 2023
Chat with captain @surya_14kumar 💬
... and that glass-breaking SIX 😉@rinkusingh235 sums up his thoughts post the 2⃣nd #SAvIND T20I 🎥🔽 #TeamIndia pic.twitter.com/Ee8GY7eObW
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍ ପରେ ଦ୍ବିତୀୟ ମ୍ୟାଚ୍ରେ ମଧ୍ୟ ଭିଲେନ୍ ସାଜିଥିଲା ବର୍ଷା । ଦକ୍ଷିଣ ଆଫ୍ରିକାର ଜିକେବେରହାସ୍ଥିତ ସେଣ୍ଟ୍ ଜର୍ଜ୍ ପାର୍କଠାରେ ଖେଳାଯାଇଥିବା ୨ୟ ଟି୨୦ ମ୍ୟାଚ୍ ବର୍ଷା କାରଣରୁ ଅଧାରେ ଅଟକିଥିଲା । ପରେ ଯଦିଓ ଭାରତ ଏହି ମ୍ୟାଚ୍ ହାରିଥିଲା, ହେଲେ ସମସ୍ତଙ୍କ ହୃଦୟ ଜିତିଥିଲେ ଭାରତୀୟ ବିସ୍ଫୋରକ ବ୍ୟାଟର ରିଙ୍କୁ ସିଂହ । ଅଧିକାଂଶ ଭାରତୀୟ ବ୍ୟାଟର ଏଠାରେ ପ୍ରଥମ ଇନିଂସ୍ରେ ସଙ୍ଘର୍ଷ କରିଥିବାବେଳେ ରିଙ୍କୁ କିନ୍ତୁ ପ୍ରତି ମ୍ୟାଚ୍ ଭଳି ନିଜର ବିସ୍ଫୋରକ ଅନ୍ଦାଜରେ ଖେଳିଥିଲେ । ମ୍ୟାଚ୍ର ୧୯ତମ ଓଭର ବୋଲିଂ କରିବାକୁ ଆସିଥିଲେ ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡନ ମାର୍କ୍ରମ । ଏହି ଓଭରର ଶେଷ ଦୁଇଟି ବଲ୍ରେ ଦୁଇଟି ବିଶାଳ ଛକା ମାରିଥିଲେ ରିଙ୍କୁ ସିଂହ । ଗୋଟିଏ ଛକା ଲେଗ୍ ସାଇଟରେ ବାଉଣ୍ଡରୀ ପାର୍ ହୋଇଥିବାବେଳେ ଆଉ ଗୋଟିଏ ଛକା ସିଧା ବୋଲର ମୁଣ୍ଡ ଉପରେ ଯାଇଥିଲା । ଏହି ସଟ୍ରେ ବଲଟି ଯାଇ ଷ୍ଟାଡିୟମରେ ଥିବା ମିଡିଆ ବକ୍ସରେ ବାଜିଥିଲା । ଏହା ସହିତ ମିଡିଆ ବକ୍ସ ଆଗରେ ଥିବା କାଚ ମଧ୍ୟ ଭାଙ୍ଗି ଯାଇଥିଲା । ଏହାର ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଉଛି ।
ଏହା ମଧ୍ୟ ପଢ଼ନ୍ତୁ...ଦ୍ବିତୀୟ ମ୍ୟାଚ୍ରେ ବି ବର୍ଷା ଭିଲେନ୍: ଅଧାରେ ଅଟକିଛି ଖେଳ, ଭାରତ ୧୮୦/୭
ତେବେ ମ୍ୟାଚ୍ ଶେଷ ହେବାପରେ ଏକ ସାକ୍ଷାତକାରରେ ରିଙ୍କୁ ନିଜ ପାଳି ବିଷୟରେ କହିଥିଲେ । ସେ ଆରମ୍ଭରୁ କିଭଳି ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ ଓ ଧୀରେଧୀରେ ଗିଅର ଚେଞ୍ଜ୍ କରିଥିଲେ, ସେନେଇ ବଖାଣିଥିଲେ ରିଙ୍କୁ । ତେବେ ଯେତେବେଳେ ଉପସ୍ଥାପକ ରିଙ୍କୁଙ୍କୁ ସେହି କାଚ ଭଙ୍ଗା ଛକା ବିଷୟରେ ପଚାରିଥିଲେ, ସେତେବେଳେ ରିଙ୍କୁ ଖୁବ୍ ମଜାଳିଆ ଢଙ୍ଗରେ କ୍ଷମା ମାଗିଥିଲେ । ସ୍ମିତ ହସ ଦେଇ ରିଙ୍କୁ କହିଥିଲେ, "ମୋ ସଟ୍ରେ ଷ୍ଟାଡିୟମର କାଚ ଭାଙ୍ଗିଥିବା ଜାଣି ନଥିଲି । ଆପଣଙ୍କଠାରୁ ଜାଣୁଛି । ସେଥିପାଇଁ ମୁଁ କ୍ଷମା ମାଗୁଛି ।" ପ୍ରକାଶଯୋଗ୍ୟ, ମଙ୍ଗଳବାର ଖେଳାଯାଇଥିବା ଏହି ବର୍ଷା ବାଧିତ ମ୍ୟାଚ୍ରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ୭ ୱିକେଟ୍ ହରାଇ ୧୮୦ ରନ କରିଥିଲା । ଜବାବରେ ଡିଏଲ୍ଏସ୍ ମେଥଡରେ ଦକ୍ଷିଣ ଆଫ୍ରିକାକୁ ୧୫୨ ରନର ଟାର୍ଗେଟ୍ ମିଳିଥିଲା । ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍କୁ ୧୩.୫ ଓଭରରେ ଜିତି ନେଇଥିଲା । ମ୍ୟାଚ୍ରେ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ ପାଇଁ ଦକ୍ଷିଣ ଆଫ୍ରିକା ବୋଲର ତବ୍ରେଜ୍ ଶୀମ୍ସିଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ