ETV Bharat / sports

ICC World Cup 2023: ବିଶ୍ବକପ ଟିକେଟ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ, ଜାଣନ୍ତୁ କିପରି କିଣିବେ ଟିକେଟ୍‌ - ବିଶ୍ବକପ 2023

ଆସନ୍ତା ଅକ୍ଟୋବର 5ରୁ ଆଇସିସି ଦିନିକିଆ କ୍ରିକେଟ ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ଏନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହଁ ନଥିବା ଉତ୍ସାହ । ବିଶ୍ବକପ ମ୍ୟାଚ ଟିକେଟ ନେଇ ରେଜିଷ୍ଟ୍ରସନ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ICC World Cup 2023
World Cup 2023
author img

By

Published : Aug 16, 2023, 7:59 AM IST

ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆସନ୍ତା ଅକ୍ଟୋବର 5ରୁ ଆରମ୍ଭ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ବକପ ଟିକେଟ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଟିକେଟ ପାଇଁ ପ୍ରଥମେ ଫ୍ୟାନ୍ସଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ । ଏହାପରେ ସେମାନେ ଟିକେଟ କିଣି ପାରିବେ । ଅଗଷ୍ଟ 15ରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ତେବେ କିପରି କରିବେ ରେଜିଷ୍ଟ୍ରେସନ ସେ ନେଇ ସମ୍ପୂର୍ଣ୍ଣ ଖବର ପଢନ୍ତୁ ।

ଆଇସିସି ଦିନିକିଆ ବିଶ୍ବକପ ଟିକେଟ ପାଇଁ ଫ୍ୟାନ୍ସଙ୍କ ପ୍ରଥମେ ଆଇସିସିର www.cricketworldcup.com/register ୱେବସାଇଟ ଖୋଲିବାକୁ ପଡିବ । ଏହି ସାଇଟକୁ ଯାଇ ପ୍ରଥମେ ବୁକିଂ କରିବାକୁ ପଡିବ । ରେଜିଷ୍ଟ୍ରେସନ ଅନୁସାରେ ନାମ, ଠିକଣା ଭଳି ସମସ୍ତ ତଥ୍ୟ ପ୍ରଦାନ କରିବାକୁ ପଡିବ । ରେଜିଷ୍ଟ୍ରେସନ ପରେ ଟିକେଟ ବୁକିଂ ହୋଇଯିବ । ଏହା ପରେ 25 ଅଗଷ୍ଟ ଯାଏଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡିବ । 25 ଅଗଷ୍ଟରୁ ଟିକେଟ ବିକ୍ରି ଆରମ୍ଭ ହେବ । 30 ଅଗଷ୍ଟରୁ ଭାରତୀୟ ଦଳର ମ୍ୟାଚ ବିକ୍ରି ହେବ ।

  • 🎟️ #CWC23 Ticket sales

    🔹 25 August: Non-India warm-up matches and all non-India event matches
    🔹 30 August: India matches at Guwahati and Trivandrum
    🔹 31 August: India matches at Chennai, Delhi and Pune
    🔹 1 September: India matches at Dharamsala, Lucknow and Mumbai
    🔹 2… pic.twitter.com/GgrWMoIFfA

    — ICC (@ICC) August 15, 2023 " class="align-text-top noRightClick twitterSection" data=" ">

ଅହମ୍ମଦାବାଦରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚ ଟିକେଟ 3 ସେପ୍ଟେମ୍ବରରେ ମିଳିବ । ସେମିଫାଇନାଲ ଓ ଫାଇନାଲ ଟିକେଟ ସେପ୍ଟେମ୍ବର 15ରେ କିଣିପାରିବେ ଫ୍ୟାନ୍ସ । ଟିକେଟ ବୁକିଂ କରିବା ପରେ ଫ୍ୟାନ୍ସ ଷ୍ଟାଡିୟମରେ ଏଣ୍ଟ୍ରି କରିବା ପାଇଁ ହାର୍ଡ କପି ନିହାତି ଆବଶ୍ୟକ । ବିଶ୍ବକପ ମ୍ୟାଚ ଖେଳାଯିବାକୁ ଥିବା ସହରରେ ଟିକେଟ କଲେକ୍ସନ କାଉଣ୍ଟର ତିଆରି ହୋଇଛି । 5ଟି ପର୍ଯ୍ୟାୟରେ ଭାରତୀୟ ଦଳର ମ୍ୟାଚ ଟିକେଟ ପାଇପାରିବେ ଫ୍ୟାନ୍ସ ।

ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ବିପକ୍ଷରେ ଭାରତୀୟ ମ୍ୟାଚର ଟିକେଟ 31 ଅଗଷ୍ଟରେ ମିଳିବ । ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ଓ ଇଂଲଣ୍ଡ ବିପକ୍ଷ ମ୍ୟାଚ ସେପ୍ଟମ୍ଭର 1ରୁ ପାଇ ପାରିବେ ଫ୍ୟାନ୍ସ । ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ ବିପକ୍ଷ ମୁକାବିଲା ନେଇ ସେପ୍ଟେମ୍ବର 2ରୁ ଟିକେଟ ବିକ୍ରି ଆରମ୍ଭ ହେବ । ସବୁଠି ବଡ ମୁକାବିଲା ଅର୍ଥାତ ଭାରତ ଓ ପାକିସ୍ତାନ ମ୍ୟାଚର ଟିକେଟ ସେପ୍ଟେମ୍ବର 3 ତାରିଖରେ ଫ୍ୟାନ୍ସଙ୍କୁ ମିଳିବ । ସେମିଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ସେପ୍ଟେମ୍ବର 15ରୁ ଟିକେଟ ବିକ୍ରି ଆରମ୍ଭ ହେବ । ବିଶ୍ବକପ ମ୍ୟାଚର ଟିକେଟ ଦର ଏ ଯାଏଁ ସ୍ଥିର ହୋଇ ନାହିଁ । ଅନ୍ୟ ମ୍ୟାଚ ଟିକେଟ ଦର ତୁଳନାରେ ଭାରତୀୟ କ୍ରିକେଟ ଦଳର ମ୍ୟାଚ ଟିକେଟ ଅଧିକ ରହିବା ନେଇ ଅନୁମାନ କରାଯାଉଛି ।

ଏହା ବି ପଢନ୍ତୁ...ICC World Cup 2023: ଅକ୍ଟୋବର 5ରୁ ଆରମ୍ଭ ହେବ ବିଶ୍ବକପ, 15ରେ ଭାରତ-ପାକ୍ ଫାଇଟ୍

ଏହା ବି ପଢନ୍ତୁ...ICC World Cup: 9ଟି ମ୍ୟାଚ ଖେଳସୂଚୀରେ ପରିବର୍ତ୍ତନ, ଅଗଷ୍ଟ 25ରୁ ଟିକେଟ୍‌ ବିକ୍ରି

ପ୍ରକାଶ ଥାଉ କି, ଅକ୍ଟୋବର 5ରୁ ଆଇସିସି ଦିନିିକିଆ ବିଶ୍ବକପ ଆରମ୍ଭ ହେବ । ଅକ୍ଟୋବର 5ରୁ ନଭେମ୍ବର 19 ଯାଏଁ ବିଶ୍ବକପ ମ୍ୟାଚ ଖେଳାଯିବ । ନଭେମ୍ବର 19 ତାରିଖରେ ଫାଇନାଲ ଖେଳାଯିବ । କ୍ରୀଡାସୂଚୀ ମୁତାବକ ଆୟୋଜକ ଭାରତ 5ଥର ବିଶ୍ବ ବିଜୟୀ ଅଷ୍ଟ୍ରେଲିଆ ବିପକ୍ଷରେ ତା'ର ଅଭିଯାନ ଆରମ୍ଭ କରିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଏହା ଗୁଜୁରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର 14 ତାରିଖରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ବିପକ୍ଷରେ ହାଇଭୋଲଟେଜ ମ୍ୟାଚ ରହିଛି । ମୋଟ 10ଟି ଦଳକୁ ନେଇ ବିଶ୍ବକପ ଖେଳାଯିବ । ମୋଟ 10ଟି ଭେନ୍ୟୁରେ ସମସ୍ତ ବିଶ୍ବକପ ମ୍ୟାଚ ଖେଳାଯିବ । ସମସ୍ତ 10ଟି ଭେନ୍ୟୁ ଗୁଡିକ ହେଲା ହାଇଦ୍ରାବାଦ, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁନେ, ବେଙ୍ଗାଲୁରୁ, ମୁମ୍ବାଇ ଓ କୋଲକାତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.