ETV Bharat / sports

RCB Head Coach Andy Flower: ବଦଳିଲେ ଆର୍‌ସିବି କୋଚ୍‌, ବଦଳିବେ ଅଧିନାୟକ ! - ଆଣ୍ଡି ଫ୍ଲାୱାରଙ୍କୁ ନୂଆ କୋଚ୍‌ ଭାବେ ନିଯୁକ୍ତ କରିଛି RCB

ବାରମ୍ବାର ବିଫଳତା ପରେ ଆସନ୍ତା ଆଇପିଏଲ୍‌ ସଂସ୍କରଣରେ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି ଆର୍‌ସିବି । ସଞ୍ଜୟ ବାଙ୍ଗର ଓ ମାଇକ୍‌ ହେସନଙ୍କୁ ଦାୟିତ୍ବମୁକ୍ତ କରି ଆଣ୍ଡି ଫ୍ଲାୱାରଙ୍କୁ ନୂଆ କୋଚ୍‌ ଭାବେ ନିଯୁକ୍ତ କରିଛି ଆର୍‌ସିବି । ଅଧିକ ପଢ଼ନ୍ତୁ

RCB Head Coach Andy Flower
RCB Head Coach Andy Flower
author img

By

Published : Aug 7, 2023, 6:56 AM IST

ହାଇଦ୍ରାବାଦ: ବିଶ୍ବର ସବୁଠାରୁ ଦାମୀ ଘରୋଇ କ୍ରିକେଟ୍‌ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ ପାଇଁ ୧୦ଟି ଟିମ୍‌ ଖେଳୁଛନ୍ତି । ହେଲେ ଥରୁଟିଏ ମଧ୍ୟ ଏହି ଟାଇଟଲ୍‌ ଜିତି ନଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କିନ୍ତୁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ସାରା ବିଶ୍ବରେ ଯେଉଁ କେତେକ ଫ୍ରାଞ୍ଚାଇଜିର ବେଶ ଲୋକପ୍ରିୟ ରହିଛି, ସେଗୁଡ଼ିକ ମଧ୍ୟରୁ ଆର୍‌ସିବି ଅନ୍ୟତମ । ତେବେ ଏହି ଲୋକପ୍ରିୟ ଘରୋଇ ଫ୍ରାଞ୍ଚାଇଜି ଆଇପିଏଲ୍‌ର ପରବର୍ତ୍ତୀ ସିଜନ୍ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିସାରିଛି । ଏହାର କୋଚିଂ ଏବଂ ମ୍ୟାନେଜିଂ ଷ୍ଟାଫରେ ଏକ ବଡ ପରିବର୍ତ୍ତନ ହୋଇଛି । ବାରମ୍ବାର ବିଫଳତା ପରେ ଆସନ୍ତା ସଂସ୍କରଣରେ ଏକ ନୂଆ ରଣନୀତିରେ ମୈଦାନକୁ ଓହ୍ଲାଇବ ଆର୍‌ସିବି ।

କ୍ରମାଗତ ଭାବେ ୧୬ଟି ସଂସ୍କରଣରେ ବିଫଳ ହେବା ପରେ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗାମୀ ଆଇପିଏଲରେ ଟାଇଟଲ ହାସଲ କରିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି । ଜିମ୍ବାୱେର ଆଣ୍ଡି ଫ୍ଲାୱାରଙ୍କୁ ଦଳର ନୂତନ ମୁଖ୍ୟ କୋଚ୍‌ ଭାବରେ ନିଯୁକ୍ତ କରିଛି ଆର୍‌ସିବି । ପୂର୍ବରୁ ସଞ୍ଜୟ ବାଙ୍ଗରଙ୍କୁ ଟିମ କୋଚ୍‌ ପଦରୁ ବରଖାସ୍ତ କରି ସାରିଛି । ଏହାପରେ ଟିମ ମ୍ୟାନେଜମେଣ୍ଟ ହେଡ୍‌ ଭାବେ ରହିଥିବା ମାଇକ ହେସନଙ୍କୁ ମଧ୍ୟ ବିଦାୟ ଦେଇଛି ଆର୍‌ସିବି । ଏବେ ନୂଆ କୋଚ୍‌ ଭାବେ ଦଳକୁ ଆସିଥିବା ଆଣ୍ଡି ଫ୍ଲାୱାରଙ୍କ ପ୍ରଶିକ୍ଷଣରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଭଲ ପ୍ରଦର୍ଶନ କରିଥିଲା । ଫ୍ଲାୱାର ଲକ୍ଷ୍ନୌ କୋଚ ପଦ ଛାଡିବା ପରେ ଏବେ ବାଙ୍ଗାଲୋର ଟିମରେ ସାମିଲ ହୋଇଛନ୍ତି । ତେବେ ଫ୍ଲାୱାର ଜଣେ ଭଲ କୋଚ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ପାକିସ୍ତାନର ପିଏସ୍‌ଏଲ୍‌, ଆଇଏଲ୍‌ ଟି୨୦, ଦି ହଣ୍ଡ୍ରେଡ ଓ ଆବୁଧାବି ଟି୧୦ରେ ମଧ୍ୟ ସେ ପ୍ରଶିକ୍ଷଣ ଦେଇ ନିଜର ଟିମକୁ ଚମ୍ପିଆନ୍‌ କରାଇଛନ୍ତି । ତାଙ୍କ ପ୍ରଶିକ୍ଷଣରେ ବାଙ୍ଗାଲୋରର ଭାଗ୍ୟ ବଦଳୁଛି କି ନାହିଁ ତାହା ଦେଖିବା କଥା ।

ଏହା ମଧ୍ୟ ପଢ଼ନ୍ତୁ...ବିସିସିଆଇକୁ ନିର୍ବାଚନ ଚିନ୍ତା, ବିଦେଶରେ ହେବ ଆଇପିଏଲ୍‌ ୨୦୨୪ !

ତେବେ ବିରାଟ କୋହଲି ଦଳର ଅଧିନାୟକ ପଦ ଛାଡ଼ିବା ପରେ ଚେନ୍ନାଇ ସୁପରକିଙ୍ଗ୍‌ସରୁ ଆସିଥିବା ଫାଫ୍‌ ଡୁପ୍ଲେସିସ୍‌ଙ୍କୁ ଅଭିଜ୍ଞତା ଦୃଷ୍ଟିରୁ ଏହି ଭାର ଦେଇଥିଲା ଆର୍‌ସିବି । ଡୁପ୍ଲେସିସ୍‌ଙ୍କ ନେତୃତ୍ବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଆଇପିଏଲର ୧୬ ତମ ସିଜନରେ ପ୍ଲେ ଅଫ୍‌କୁ ମଧ୍ୟ କ୍ବାଲିଫାଏ କରିପାରି ନଥିଲା । ତେଣୁ ସେ ଅଧିନାୟକ ପଦ ବଜାୟ ରଖିବେ କି ନାହିଁ ତାହା ଖୁବ ଶୀଘ୍ର ଫ୍ରାଞ୍ଚାଇଜି ପକ୍ଷରୁ ଶୀଘ୍ର ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି । ଏପର୍ଯ୍ୟନ୍ତ କୌଣସି ଆଇପିଏଲ୍ ଟାଇଟଲ୍ ଜିତି ନଥିବା ଆର୍‌ସିବି ଦଳରେ ଜଣେ ପରେ ଜଣେ ବଡ଼ ଖେଳାଳିଙ୍କୁ ସାମିଲ କରୁଥିବା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.