ETV Bharat / sports

ICC Test Ranking: ଜାଡେଜା ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର

author img

By

Published : Mar 24, 2022, 10:21 AM IST

ପ୍ରକାଶ ପାଇଛି ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତା । ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ଭାବେ ଶୀର୍ଷକୁ ଉଠିଛନ୍ତି ଜାଡେଜା । ଅଧିକ ପଢନ୍ତୁ

ଜାଡେଜା ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର
ଜାଡେଜା ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର

ଦୁବାଇ: ପ୍ରକାଶ ପାଇଛି ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତା । ତାଲିକାରେ ରବିନ୍ଦ୍ର ଜାଡେଜାଙ୍କୁ ଅନ୍ୟ ସମସ୍ତ ଭାରତୀୟ ଖେଳାଳିଙ୍କ ସ୍ଥାନ ତଳକୁ ଖସିଛି । ଗତ ସପ୍ତାହରେ ଟେଷ୍ଟ ଅଲରାଉଣ୍ଡର ମାନ୍ୟତା ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିବା ଜାଡେଜା ପୁନର୍ବାର ଶୀର୍ଷକୁ ଉଠିଛନ୍ତି । ଶ୍ରେଷ୍ଠ ଟେଷ୍ଟ ଅଲରାଉଣ୍ଡର ଭାବେ ଶୀର୍ଷକୁ ଉଠିଛନ୍ତି ଜାଡେଜା ।

ଗତ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଅପରାଜିତ ୧୭୫ ରନର ଇନିଂସ ଖେଳିବା ସହ ୯ଟି ୱିକେଟ ନେଇଥିଲେ ଜାଡେଜା । ଏହି ପ୍ରଦର୍ଶନ ବଳରେ ସେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ୱେଷ୍ଟ ଇଣ୍ଡିଜର ଜାସନ ହୋଲ୍ଡର ଉନ୍ନତ ପ୍ରଦର୍ଶନ କରି ଶୀର୍ଷକୁ ଉଠିଥିଲେ । ଜାଡେଜା ଦ୍ବିତୀୟକୁ ଖସିଥିଲେ । ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ହୋଲ୍ଡରଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା ତେଣୁ ଜାଡେଜା ପୁଣି ଶୀର୍ଷକୁ ଫେରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ପ୍ୟାଟ୍ରିକ କମିନ୍ସ ଅଷ୍ଟମ ସ୍ଥାନକୁ ଉଠିଥିବାବେଳେ କଲିନ ଡି ଗ୍ରାଣ୍ଡହୋମ ନବମକୁ ଖସିଛନ୍ତି । ଟେଷ୍ଟ ବ୍ୟାଟିଂ ତାଲିକାରେ କିଛି ପରିବର୍ତ୍ତନ ହୋଇନାହିଁ । ଦିନିକିଆ ବ୍ୟାଟିଂ ତାଲିକାରେ ବିରାଟ କୋହଲି ନବନ ଓ ଋିଷବ ପନ୍ତ ଦଶମ ସ୍ଥାନ ବଜାୟ ରଖିଛନ୍ତି । ତୃତୀୟରେ ଥିବା ହିଟମ୍ୟାନ ରୋହିତ ଚତୁର୍ଥକୁ ଖସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.