ETV Bharat / sports

ICC ଟେଷ୍ଟ ରାଙ୍କିଂ ଶୀର୍ଷରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା

author img

By

Published : Jun 23, 2021, 4:54 PM IST

ଆଇସିସି ପକ୍ଷରୁ ଜାରି ହୋଇଛି ଟେଷ୍ଟ ରାଙ୍କିଂ ତାଲିକା । ତାଜା ଜାରି ହୋଇଥିବା ଏହି ରାଙ୍କିଂର ଅଲରାଉଣ୍ଡର ତାଲିକାରେ ଶୀର୍ଷରେ ରହିଛନ୍ତି ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଅଧିକ ପଢ଼ନ୍ତୁ...

ravindra jadeja climbs to top in icc test all rounder rankings

ଦୁବାଇ: ଆଇସିସି ପକ୍ଷରୁ ଜାରି ହୋଇଛି ଟେଷ୍ଟ ରାଙ୍କିଂ ତାଲିକା । ତାଜା ଜାରି ହୋଇଥିବା ଏହି ରାଙ୍କିଂର ଅଲରାଉଣ୍ଡର ତାଲିକାରେ ଶୀର୍ଷରେ ରହିଛନ୍ତି ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । 386 ଅଙ୍କ ସହ ସେ ଶୀର୍ଷରେ ରହିଛନ୍ତି ।

ରବିନ୍ଦ୍ର ଜାଡେଜାଙ୍କ ପଛକୁ ୱେଷ୍ଟ ଇଣ୍ଡିଜର ଜେଶନ ହୋଲ୍ଡର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ 384 ଅଙ୍କ ହାସଲ କରିଛନ୍ତି । 377 ଅଙ୍କ ସହ ତୃତୀୟ ସ୍ଥାନରେ ରହିଛନ୍ତି ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ । ସେପଟେ ଚତୁର୍ଥ ସ୍ଥାନରେ ରହିଛନ୍ତି ଭାରତୀୟ ଅଲରାଉଣ୍ଡର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ।

ଆଇସିସି ପକ୍ଷରୁ ସଦ୍ୟ ଜାରି ହୋଇଥିବା ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଂର ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆ ଷ୍ଟିଭ୍ ସ୍ମିଥ । ତାଙ୍କ ପଛକୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏଥିରେ ଚତୁ୍ର୍ଥ ସ୍ଥାନରେ ରହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ।

ସେହିଭଳି ଆଇସିସି ଟେଷ୍ଟ ବୋଲର ରାଙ୍କିଂର ଶୀର୍ଷରେ ରହିଛନ୍ତି ପ୍ୟାଟ କମିନ୍ସ । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ନ୍ୟୁଜିଲାଣ୍ଡର ଟିମ ସାଉଦି ତୃତୀୟ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.