ETV Bharat / sports

Ranji Trophy: ଆଜିଠୁ ରଣଜୀ ଟ୍ରଫି, ଗୋଆକୁ ଭେଟିବ ଓଡିଶା

author img

By

Published : Feb 17, 2022, 10:51 AM IST

Updated : Feb 17, 2022, 10:57 AM IST

ଭାରତୀୟ କ୍ରିକେଟର ମେରୁଦଣ୍ଡ ରଣଜୀ ଟ୍ରଫି ଆଜିଠୁ (ଗୁରୁବାର) ଆରମ୍ଭ ହେବାକୁ ଯାଉଛି । ମହାମାରୀ ପାଇଁ ଦୁଇ ବର୍ଷ ହେବ ରଣଜୀ ଟ୍ରଫି ଆୟୋଜିତ ହୋଇପାରିନଥିଲା । ଆଜିଠୁ ରଣଜୀ ଟ୍ରଫିର ପ୍ରଥମ ରାଉଣ୍ଡ ମ୍ୟାଚ ଖେଳାଯିବ । ଅଧିକ ପଢନ୍ତୁ

ଆଜିଠୁ ରଣଜୀ ଟ୍ରଫି
ଆଜିଠୁ ରଣଜୀ ଟ୍ରଫି

ମୁମ୍ବାଇ: ଦୀର୍ଘ ଦୁଇ ବର୍ଷର ଅପେକ୍ଷା ଅନ୍ତ ହେବାକୁ ଯାଉଛି । ଭାରତୀୟ କ୍ରିକେଟର ମେରୁଦଣ୍ଡ ରଣଜୀ ଟ୍ରଫି ଆଜିଠୁ (ଗୁରୁବାର) ଆରମ୍ଭ ହେବାକୁ ଯାଉଛି । ମହାମାରୀ ପାଇଁ ଦୁଇ ବର୍ଷ ହେବ ରଣଜୀ ଟ୍ରଫି ଆୟୋଜିତ ହୋଇପାରିନଥିଲା । ଆଜିଠୁ ରଣଜୀ ଟ୍ରଫିର ପ୍ରଥମ ରାଉଣ୍ଡ ମ୍ୟାଚ ଖେଳାଯିବ । ପ୍ରଥମ ପ୍ରର୍ଯ୍ୟାୟରେ ୧୯ଟି ମ୍ୟାଚ ଖେଳାଯିବ ।

ଡିଫେଣ୍ଡିଂ ଚମ୍ପିୟାନ ସୌରାଷ୍ଟ୍ର ଓ ୪୧ ଥର ଚମ୍ପିୟାନ ମୁମ୍ବାଇ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ । ଚେତେଶ୍ବର ପୂଜାରା ଓ ଅଜଙ୍କ୍ୟ ରାହାଣେଙ୍କ ପ୍ରଦର୍ଶନ ଉପରେ ଉଭୟ ଚୟନକର୍ତ୍ତା ଓ କ୍ରିକେଟ ପ୍ରେମୀଙ୍କ ନଜର ରହିବ । ମୋଟ୍‌ ଉପରେ ଏଥର ରଣଜୀ ଟ୍ରଫିରେ ୬୪ଟି ମ୍ୟାଚ୍‌ ରହିଛି । ସମସ୍ତ ମ୍ୟାଚ୍‌କୁ ୬୨ ଦିନରେ ଶେଷ କରାଯିବ । ମୋଟ୍‌ ୩୮ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ । ମୋଟ ୩୮ଟି ଦଳକୁ ୯ଟି ଗ୍ରୁପ୍‌ରେ ଭାଗ କରାଯାଇଛି । ପ୍ରଥମ ୮ଟି ଗ୍ରୁପ୍‌ରେ ୪ଟି ଲେଖାଏଁ ଦଳ ରହିଛନ୍ତି । ନବମ ଗ୍ରୁପ୍‌ରେ ରହିଛନ୍ତି ୬ଟି ଦଳ । ପ୍ରଥମ ୮ଟି ଗ୍ରୁପ୍‌ର ନାମ ‘ଏଲିଟ ଗ୍ରୁପ୍‌’ ଓ ନବମ ଗ୍ରୁପ୍‌ର ନାମ ‘ପ୍ଲେଟ୍‌ ଗ୍ରୁପ୍‌’ ରଖାଯାଇଛି ।

ପ୍ରତି ଗ୍ରୁପରେ ସ୍ଥାନ ପାଇଥିବା ଦଳ ଗୁଡ଼ିକ ପାଇଁ ନିଜ ନିଜ ଭେନ୍ୟୁ ନିକଟସ୍ଥ ଅଞ୍ଚଳରେ ଜୈବ ସୁରକ୍ଷା ବଳୟ ପ୍ରସ୍ତୁତ କରାଯିବ । ଟୁର୍ଣ୍ଣାମେଣ୍ଟ ସମୟରେ କୌଣସି ଖେଳାଳି ଜୈବ ସୁରକ୍ଷା ବଳୟ ଅତିକ୍ରମ କରିପାରିବେ ନାହିଁ । ଓଡ଼ିଶା ଦଳ ଏଥର ଅହମ୍ମଦାବାଦରେ ଭାଗ୍ୟ ପରୀକ୍ଷା ନିମନ୍ତେ ପହଞ୍ଚିସାରିିଛି । ଏଲିଟ୍‌ ଗ୍ରୁପ୍‌ ଡି’ରେ ଓଡ଼ିଶା ସ୍ଥାନ ପାଇଛି ।

ଆଜି(ଗୁରୁବାର) ଗୋଆ ବିପକ୍ଷରେ ଓଡ଼ିଶା ଅଭିଯାନ ଆରମ୍ଭ କରିବ । ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ୱାସିମ ଜାଫର ଓଡ଼ିଶା ଦଳର କୋଚ୍‌ ରହିଛନ୍ତି । ଓଡ଼ିଶା ଦଳର ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଶୁଭ୍ରାଂଶୁ ସେନାପତିଙ୍କ ଉପରେ କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିବ । ଆଇପିଏଲ୍‌ ୨୦୨୦ ମେଗା ନିଲାମରେ ଚେନ୍ନାଇ ସୁପରକିଙ୍ଗ୍‌ସ ଶୁଭ୍ରାଂଶୁଙ୍କୁ କିଣିଛି । ରଣଜୀ ଟ୍ରଫିରେ ଉନ୍ନତ ପ୍ରଦର୍ଶନ କରି ଶୁଭ୍ରାଂଶୁ ଆଇପିଏଲ୍‌ ଖେଳିବାକୁ ପ୍ରସ୍ତୁତ ଥିବା ପ୍ରମାଣ କରିବା ନିଶ୍ଚୟ ।

Last Updated : Feb 17, 2022, 10:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.