ETV Bharat / sports

ଆଜିଠୁ ରଣଜୀ ଫାଇନାଲ, ପ୍ରଥମ ଦିନରେ ମୁମ୍ବାଇ-ମଧ୍ୟପ୍ରଦେଶ ମୁକାବିଲା - ରଣଜୀ ଫାଇନାଲ ମୁକାବିଲା

ଆଜିଠୁ (ବୁଧବାର) ଆରମ୍ଭ ହେଉଛି ରଣଜୀ ଟ୍ରଫି ଫାଇନାଲ । ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମ୍ୟାଚ । ପ୍ରଥମ ଦିନରେ ମୁମ୍ବାଇ ଓ ମଧ୍ୟପ୍ରଦେଶ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ । ଅଧିକ ପଢନ୍ତୁ

ଆଜିଠୁ ରଣଜୀ ଫାଇନାଲ
ଆଜିଠୁ ରଣଜୀ ଫାଇନାଲ
author img

By

Published : Jun 22, 2022, 12:31 PM IST

ବେଙ୍ଗାଲୁରୁ: ଆଜିଠୁ (ବୁଧବାର) ଆରମ୍ଭ ହେଉଛି ରଣଜୀ ଟ୍ରଫି ଫାଇନାଲ । ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ମ୍ୟାଚ । ପ୍ରଥମ ଦିନରେ ମୁମ୍ବାଇ ଓ ମଧ୍ୟପ୍ରଦେଶ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ। ପୃଥୀ ଶ'ଙ୍କ ନେତୃତ୍ବାଧୀନ ମୁମ୍ବାଇ 42 ତମ ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି । ସେହପରି ମଧ୍ୟପ୍ରଦେଶ ପ୍ରଥମ ଟାଇଟଲ ହାତେଇବା ନେଇ ଜୋରଦାର ପ୍ରସ୍ତୁତି କରିଛି ।

ଏହି ମ୍ୟାଚରେ ଦୁଇ ପ୍ରସିଦ୍ଧ ଘରୋଇ କ୍ରିକେଟର ଆମୋଲ ମଜୁମଦାର ଓ ଚନ୍ଦ୍ରକାନ୍ତ ପଣ୍ଡିତ ମୁହାଁମୁହିଁ ହେବେ । ମଜୁମଦାର ମୁମ୍ବାଇ ଓ ଚନ୍ଦ୍ରକାନ୍ତ ମଧ୍ୟପ୍ରଦେଶ କୋଚ ରହିଛନ୍ତି । ସେମି ଫାଇନାଲରେ ବେଙ୍ଗଲକୁ 174ରନର ହାରାଇ ଦ୍ବିତୀୟ ଥର ଫାଇନାଲରେ ପ୍ରବେଶ କରିଛି ମଧ୍ୟପ୍ରଦେଶ । ସେହିପରି ମୁମ୍ବାଇ ଓ ଉତ୍ତରପ୍ରଦେଶ ମଧ୍ୟରେ ଦ୍ବିତୀୟ ସେମି ମୁକାବିଲା ଡ୍ର ହୋଇଥିଲା । ପ୍ରଥମ ଇନିଂସରେ ଆଗୁଆ ଭିତ୍ତିରେ ମୁମ୍ବାଇ ଫାଇନାରେ ପ୍ରବେଶ କରିଛି ।

ମୁମ୍ବାଇର ସବୁ ବିଭାଗ ସନ୍ତୁଳିତ ଅଛି । ଆଜିର ମ୍ୟାଚରେ ମୁମ୍ବାଇର ପଲ୍ଲା ଭାରି ହୋଇପାରେ । ବ୍ୟାଟିଂ ବିଭାଗରେ ଯଶସ୍ବୀ ଜୈସ୍ବାଲ, ଅର୍ମାନ ଜାଫର, ସର୍ଫରାଜ ଖାନ ଓ ସୁବେଦ ପାର୍କର ଭଲ ଫର୍ମର ଅଛନ୍ତି । ବୋଲିଂ ବିଭାଗରେ ସାମ୍ସ ମୁଲାନିଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ରହିଛି । ସେ 5ଟି ମ୍ୟାଚରେ 37 ୱିକେଟ ହାତେଇବାରେ ସଫଳ ହୋଇଛନ୍ତି । ମୁମ୍ବାଇ ଗତ 30 ବର୍ଷରେ 12 ଥର ଫାଇନାଲ ଖେଳି 11 ଥର ଚମ୍ପିଆନ ହୋଇଛି । 2016-17ରେ ଗୁଜୁରାଟଠୁ ପରାସ୍ତ ହୋଇଥିଲା ମୁମ୍ବାଇ ।

ମଧ୍ୟପ୍ରଦେଶ 1950-51ରେ ରଣଜୀ ପଦାର୍ପଣ କରିବା ପରଠୁ ଆଜି ଦ୍ବିତୀୟ ଫାଇନାଲ ଖେଳିବାକୁ ଯାଉଛି । 1998-99ରେ ପ୍ରଥମ ଫାଇନାଲ ଖେଳି ରନର୍ସଅଫରେ ସନ୍ତୁଷ୍ଟ ହୋଇଥିଲା । ଏଥର ଭଲ ପ୍ରଦର୍ଶନ କରି ଟାଇଟଲ ହାତେଇବା ଲକ୍ଷ୍ୟରେ ରହିଛି ଦଳ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.