ETV Bharat / sports

Ranji Trophy: ବାରବାଟୀରେ ବେଙ୍ଗଲର ରୋମାଞ୍ଚକର ବିଜୟ

author img

By

Published : Feb 20, 2022, 3:22 PM IST

Updated : Feb 20, 2022, 7:31 PM IST

ରଣଜୀ ଟ୍ରଫି B ଗ୍ରୁପର ବେଙ୍ଗଲର ରୋମାଞ୍ଚକର ବିଜୟ । ସାହାବାଜ ଅହମ୍ମଦଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା । ଅଧିକ ପଢନ୍ତୁ

Ranji Trophy: ବାରବାଟୀରେ ବେଙ୍ଗଲର ରୋମାଞ୍ଚକର ବିଜୟ
Ranji Trophy: ବାରବାଟୀରେ ବେଙ୍ଗଲର ରୋମାଞ୍ଚକର ବିଜୟ

କଟକ: ବାରବାଟୀରେ ଜିତିଲା ବେଙ୍ଗଲ । ରଣଜୀ ଟ୍ରଫି B ଗ୍ରୁପର ଏକ ରୋମାଞ୍ଚକର ମ୍ୟାଚରେ ବିପକ୍ଷ ବରୋଦାକୁ 4 ୱିକେଟରେ ପରାସ୍ତ କରିଛି ଟିମ୍‌ ବେଙ୍ଗଲ । ସାହାବାଜ ଅହମ୍ମଦଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବେଙ୍ଗଲକୁ ଦେଇଛି ବିଜୟ ଭେଟି । ତେବେ ଏହି ବିଜୟ ସହ 6 ପଏଣ୍ଟ ହାସଲ କରିଛି ବେଙ୍ଗଲ ।

ଟସ ଜିତି ବୋଲିଂ ନିଷ୍ପତି ନେଇଥବା ବେଙ୍ଗଲ ବିପକ୍ଷ ବରୋଦାକୁ ପ୍ରଥମ ପାଳିରେ 181 ରନରେ ଅଲଆଉଟ କରିଦେଇଥିଲା । ଦଳ ପକ୍ଷରୁ ଈଶାନ ପୋରେଲ ସର୍ବାଧିକ 4 ୱିକେଟ ଅକ୍ତିଆର କରିଥିଲେ । ସେପଟେ ଜବାବରେ ପ୍ରଥମ ପାଳି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ବେଙ୍ଗଲ । ମାତ୍ର 88 ରନରେ ସମସ୍ତ ୱିକେଟ ହରାଇଥିଲା ।

ଯାହା ଫଳରେ ଏକ ଦୃଢ଼ ରନର ଲିଡ଼ ପାଇଥିଲା ବରୋଦା । ତେବେ ଏହି ଲିଡ଼ ସହ ବରୋଦା ଦ୍ୱିତୀୟ ପାଳିରେ 255 ରନ କରିବାକୁ ସକ୍ଷମ ହୋଇଥିଲା । ବେଙ୍ଗଲ ଆଗରେ ବିଶାଳ ବିଜୟ ଲକ୍ଷ୍ୟ ଥିବାରୁ ଦଳ ପାଇଁ ହୋଇଥିଲା ବଡ଼ ଚ୍ୟାଲେଞ୍ଜ ।

ଚ୍ୟାଲେଞ୍ଜକୁ ଗ୍ରହଣ କରି ଦ୍ୱିତୀୟ ଇନିଂସରେ ବିଜୟ ଅଭିମୁଖେ ବାହାରିଥିଲା ଟିମ ବେଙ୍ଗଲ । ପ୍ରାରମ୍ଭିକ ଯୋଡି ଅଭିମନ୍ୟୁ ଈଶ୍ୱରନ ଏବଂ ସୁଦୀପ କୁମାର ଘରାମିଙ୍କ ମଧ୍ୟରେ ପ୍ରଥମ ୱିକେଟ ସୁଦ୍ଧା 89 ରନର ଭାଗିଦାରୀ ହୋଇଥିଲା । ପ୍ରଥମ ୱିକେଟ ଯିବା ପରେ ଅଧିନାୟକ ଅଭିମନ୍ୟୁଙ୍କ ବ୍ୟକ୍ତିଗତ ସର୍ବାଧିକ 79 ରନ ଦଳକୁ ବିଜୟ ଅଭିମୁଖେ ନେଇଯାଇଥିଲା । ଶେଷରେ ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ ସାହାବାଜ ଅହମ୍ମଦ ଏବଂ ଅଭିଷେକ ପୋରେଲ ବ୍ୟକ୍ତିଗତ ଭାବରେ 71 ଓ 53 ରନ କରି ଦଳକୁ ଏକ ରୋମଞ୍ଚକର ବିଜୟ ଭେଟି ଦେଇଛନ୍ତି । ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସାହାବାଜ ଅହମ୍ମଦଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Feb 20, 2022, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.