ETV Bharat / sports

Ranji Trophy 2nd Semi Final: ମୟଙ୍କ ଅଗ୍ରୱାଲଙ୍କ ଦ୍ବିଶତକ, ସୌରାଷ୍ଟ୍ର ଉପରେ ଭାରି ପଡିଲା କର୍ଣ୍ଣାଟକ - ମୟଙ୍କ ଅଗ୍ରୱାଲଙ୍କ ଦ୍ବିଶତକ

ରଣଜୀ ଟ୍ରଫି ୨୦୨୩ ଦ୍ବିତୀୟ ସେମିଫାଇନାଲରେ ବିସ୍ଫୋରକ ଦ୍ବିଶତକ ଇନିଂସ ଖେଳିଛନ୍ତି କର୍ଣ୍ଣାଟକ ଅଧିନାୟକ ମୟଙ୍କ ଅଗ୍ରୱାଲ । ଅଧିକ ପଢନ୍ତୁ

ମୟଙ୍କ ଅଗ୍ରୱାଲଙ୍କ
ମୟଙ୍କ ଅଗ୍ରୱାଲଙ୍କ
author img

By

Published : Feb 10, 2023, 9:09 AM IST

ହାଇଦ୍ରାବାଦ: ରଣଜୀ ଟ୍ରଫି ୨୦୨୩ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହୋଇଛନ୍ତି କର୍ଣ୍ଣାଟକ ବନାମ ସୌରାଷ୍ଟ୍ର । କର୍ଣ୍ଣାଟକ ପ୍ରଥମେ ବ୍ୟାଟିଂ କରି ମୟଙ୍କ ଅଗ୍ରୱାଲଙ୍କ ଦ୍ବିଶତକ ବଳରେ ୪୦୭ ରନ କରି ଅଲ ଆଉଟ ହୋଇଛି । ମ୍ୟାଚର ଦ୍ବିତୀୟ ଦିନର ୱିକେଟ ଅପସାରଣ ବେଳକୁ ସୌରାଷ୍ଟ୍ର ୨ଟି ୱିକେଟ ହରାଇ ୩୦ ଓଭରରେ ୭୬ ରନ ସଂଗ୍ରହ କରିଛି ।

ରଣଜୀ ଟ୍ରଫି ୨୦୨୩ ସେମିଫାଇନାଲ ମ୍ୟାଚରେ ବିସ୍ଫୋରକ ଦ୍ବିଶତକ ଇନିଂସ ଖେଳିଛନ୍ତି କର୍ଣ୍ଣାଟକ ଅଧିନାୟକ ମୟଙ୍କ ଅଗ୍ରୱାଲ । ଅଗ୍ରୱାଲଙ୍କ ଦ୍ବିଶତକ ବଳରେ ଦଳ ପ୍ରଥମ ପାଳିରେ ୪୦୭ ରନ କରିବାରେ ସକ୍ଷମ ହୋଇଛି । ଦ୍ବିତୀୟ ସେମିଫାଇନାରେ ସୌରାଷ୍ଟ୍ରକୁ ଭେଟିଥିଲା କର୍ଣ୍ଣାଟକ । ସୌରାଷ୍ଟ୍ର ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇ ମଇଦାନକୁ ଓହ୍ଲାଇଥିଲା କର୍ଣ୍ଣାଟକ । ଅଧିନାୟକ ମୟଙ୍କ ଅଗ୍ରୱାଲ ଓପନିଂ କରିବାକୁ ଆସି ଆରମ୍ଭରୁ ମଇଦାନରେ ଦୃଢ ବ୍ୟାଟିଂ ଜାରି ରଖିଥିଲେ । ସେ ୨୮ଟି ଚୌକା ଏବଂ ୬ଟି ଛକା ବଳରେ ୨୪୯ ରନ ଇନିଂସ ଖେଳିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ରନ ଆଉଟ ହୋଇ ପାଭଲିୟନକୁ ଲେଉଟିଥିଲେ ମୟଙ୍କ । ତାଙ୍କର ଏହି ଦମଦାର ଦ୍ବିଶତକୀୟ ଇନିଂସ ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଦଳର ସ୍ଥିତି ମଜଭୁତ କରିଛି ।

ସେହିପରି ଶ୍ରୀନିବାସ ଶରତ ୬୬ ରନ ଇଂନିସ ଖେଳିଥିଲେ । ନିକିନ ଜୋଶ ୧୮, ଶ୍ରେୟାସ ଗୋପଳ ୧୫, ଭିଦ୍ବାଥ କାଭେରପ୍ପା ୧୫ ରନ କରିଥିଲେ । ଅନ୍ୟ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଥିଲେ । ସେପଟେ ସୌରାଷ୍ଟ୍ରର ଚେତନ ସାକରିୟା ଏବଂ କୁଶଙ୍ଗ ପଟେଲ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଚିରାଗ ଜାନି ଓ ପ୍ରେରକ ମଙ୍କଡ ଗୋଟିଏ ୱିକେଟ ନେଇଥିଲେ । ସେପଟେ ପ୍ରଥମ ଇନିଂସର ବ୍ୟାଟିଂ କରିବା ଆସି ସୌରାଷ୍ଟ୍ର ଦ୍ବିତୀୟ ଦିନର ୱିକେଟ ଅପସାରଣ ବେଳକୁ ୨ଟି ୱିକେଟ ହରାଇ ୭୬ ରନ କରିଛି । ହାରଭିକ ଦେଶାଇ ଏବଂ ଶିଲଡନ ଜ୍ୟାକସନ ଉଭୟ ୨୭ ରନ କରି ଅପରାଜିତ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.