ETV Bharat / sports

IND vs NZ: ଆଜି ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଟି୨୦, ପୁଣି ବାଧକ ସାଜିପାରେ ବର୍ଷା

author img

By

Published : Nov 20, 2022, 9:40 AM IST

ଆଜି ୱେଲିଂଟନର ସ୍କାଏ ଷ୍ଟାଡିୟମରେ ଭାରତ ନ୍ୟୁଜିଲାଣ୍ଡ ଟି୨୦ ସିରିଜର ଦ୍ବିତୀୟ ମୁକାବିଲା । ଆଜିବି ବର୍ଷା ବାଧକ ସାଜିପାରେ ବୋଲି ଅନୁମାନ କରାଯାଉଛି । ଅଧିକ ପଢନ୍ତୁ

IND vs NZ
IND vs NZ

ଓ୍ବେଲିଂଟନ: ଆଜି ଭାରତ ନ୍ୟୁଜିଲାଣ୍ଡ ଟି୨୦ ସିରିଜର ଦ୍ବିତୀୟ ମୁକାବିଲା । ୱେଲିଂଟନର ସ୍କାଏ ଷ୍ଟାଡିୟମରେ ଆଜି ଦ୍ବିତୀୟ ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିବା ବେଳେ ଆଜି ଦ୍ବିତୀୟ ମ୍ୟାଚରେ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ଆଜିର ମ୍ୟାଚରେ ମଧ୍ୟ ବର୍ଷା ବାଧକ ସାଜିପାରେ ବୋଲି ଅନୁମାନ କରାଯାଉଛି । କାହିଁକିନା ଗତକାଲି ପାଗ ମେଘୁଆ ରହିଥିବା ଆକାଶରେ ଦୃଶ୍ୟ ମାନ ହୋଇଥିଲା । କିନ୍ତୁ ଆଜି ପାଗ ଭଲ ରହିବା ନେଇ ଆଶା କରାଯାଉଛି । ଆଜି କିନ୍ତୁ ରବିବାର ରହିଥିବା ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି ।

ପ୍ରଥମ ମ୍ୟାଚ ବାତିଲ ପରେ ଆଜି ଦ୍ବିତୀୟ ମ୍ୟାଚରେ ବିଜୟ ଲକ୍ଷ୍ୟ ରଖିଛି ଭାରତ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଯୁବ ଖେଳାଳୀଙ୍କୁ ନେଇ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଭାରତୀୟ ଦଳରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ ସେନେଇ ମଧ୍ୟ ଦ୍ବନ୍ଦ ରହିଛି । ଆଜି ଓପନର ଭାବେ ଋଷଭ ପନ୍ତ ପଡିଆକୁ ଓହ୍ଲାଇ ପାରନ୍ତି । କାହିଁକିନା ଏସିଆ କପ ଓ ଟି ୨୦ ବିଶ୍ବକପର ଏକାଦଶରୁ ସେ ବାଦ ପଡିଥିଲେ । ଭାରତ ଦିନେଶ କାର୍ତ୍ତିକଙ୍କୁ ପ୍ରାଥମିକତା ଦେଇଥିଲା । କିନ୍ତୁ ଭାରତ ନ୍ୟୁଜିଲାଣ୍ଡ ଟି୨୦ ସିରିଜରେ କାର୍ତ୍ତିକ ବାଦ ପଡିଛନ୍ତି । ତେଣୁ ପନ୍ତଙ୍କୁ ଓପନର ଭାବେ ଦେଖିବାକୁ ମିଳିପାରେ ବୋଲି ଆଶା କରାଯାଉଛି । ପାଓ୍ବାର ପ୍ଲେରେ ଭଲ ପ୍ରଦର୍ଶନ କରିବା ନେଇ ପନ୍ତଙ୍କ ଉପରେ ଭରସା କରିପାରେ ଟିମ ଇଣ୍ଡିଆ । ଅନ୍ୟପଟେ ଇଶାନ କିସାନ ଏବଂ ଶୁବମାନ ଗିଲ ମଧ୍ୟ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇବା ନେଇ ଚର୍ଚ୍ଚା ହେଉଛି ।

ସଦ୍ୟ ସମାପ୍ତ ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ବିଫଳତା ପରେ ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ରହିଛି ଭାରତ । ଟି-20 ବିଶ୍ବକପ ସେମିରୁ ବିଦା ହୋଇଥିବା ଦୁଇ ଦଳଙ୍କ ମଧ୍ୟରେ ଆଜି ମୁକାବିଲା ହେବ । କେନ ୱିଲିୟମସନଙ୍କ ଦଳ ମଧ୍ୟ ଜୋରଦାର ପ୍ରସ୍ତୁତି କରିଛି । ଆଇସିସି ଟି-20 ବିଶ୍ବକପ ସେମିରୁ ଅଭିଯାନ ଶେଷ କରିଥିଲା ।

ଶୁକ୍ରବାର ପ୍ରଥମ ମ୍ୟାଚରେ ୱେଲିଂଟନର ସ୍କାଏ ଗ୍ରାଉଣ୍ଡରେ ଟସ ପଡିବାକୁ ଯାଉଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା । ଲଗାତାର ବର୍ଷା ଯୋଗୁଁ ୱେଲିଂଟନ ପଡ଼ିଆ ଓଦା ହୋଇଥିବାରୁ ମ୍ୟାଚ ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.