ହାଇଦ୍ରାବାଦ: ଆସନ୍ତା ନଭେମ୍ବର 18ରୁ ୱେଲିଂଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-ଟ୍ବେଣ୍ଟି ଓ ଦିନିକିଆ ସିରିଜ ଖେଳାଯିବ । ଏ ନେଇ ଦଳର ପ୍ରଶିକ୍ଷକଙ୍କୁ ବଦଳି କରାଯାଇଛି । ରାହୁଲ ଦ୍ରାବିଡ ବିଶ୍ରାମ ନେବେ । ତାଙ୍କ ସ୍ଥାନରେ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ଭିଭିଏସ ଲକ୍ଷ୍ମଣ କୋଚ ଦାୟିତ୍ବ ତୁଲାଇବେ । ଚଳିତ ଟି-ଟ୍ବେଣ୍ଟି ବିଶ୍ବକପରୁ ଭାରତର ଅଭିଯାନ ସରିବା ପରେ ଭାରତୀୟ ଦଳ କୋଚ ରାହୁଲ ଦ୍ରାବିଡ ବିଶ୍ରାମ ନେଇଛନ୍ତି । ଏହା ସହ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା, ଷ୍ଟାଟ ବ୍ୟାଟର ବିରାଟ କୋହଲି, ଓପନର କେଏଲ ରାହୁଲ, ସ୍ପିନର ରବିଚନ୍ଦନ ଅଶ୍ବନୀଙ୍କୁ ଏହି ଟୁରରୁ ବିଶ୍ରାମ ଦିଆଯାଇଛି । ଖେଳାଳିଙ୍କ ସହ ଟି-ଟ୍ବେଣ୍ଟି ବିଶ୍ବକପ ପରେ ସମସ୍ତ କୋଚ ଷ୍ଟାଫ ମଧ୍ୟ ବିଶ୍ରାମ ନେଇଛନ୍ତି ।
ଜାତୀୟ କ୍ରିକେଟ ଏକାଡେମୀ (NCA) ମୁଖ୍ଯ ଭିଭିଏସ ଲକ୍ଷ୍ମଣ ସହ ହୃଷିକେଶ କାନ୍ତିକାର (ବ୍ୟାଟିଂ) ଏବଂ ସାଇରାଜ ବହୁଟୁଲେ (ବୋଲିଂ) ନ୍ୟୁଜିଲାଣ୍ଡ ବିପକ୍ଷ ଭାରତୀୟ ଦଳରେ ଯୋଗ ଦେବେ । ଦଳର କୋଚ୍ ଭାବେ ପ୍ରଥମ ଥର ପାଇଁ ଦାୟିତ୍ବନ ନେଉ ନାହାନ୍ତି ଭିଭିଏସ ଲକ୍ଷ୍ମଣ । ପୂର୍ବରୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ମଧ୍ୟ କୋଚ ଦାୟିତ୍ବ ତୁଲାଇଛନ୍ତି ଏହି ପୂର୍ବତନ ଖେଳାଳି । ନ୍ୟୁଜିଲାଣ୍ଡ ବିପକ୍ଷ 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ଭାରତୀୟ ଦଳର ନେତୃତ୍ବ ନେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେହିପରି ଦିନିକିଆ ସିରିଜ ପାଇଁ ଦଳର ନେତୃତ୍ବ ନେବେ ଶିଖର ଧାୱନ । ବାଂଲାଦେଶ ବିପକ୍ଷ ଟି-20 ଓ ଦିନିକିଆରେ ଦଳର ନେତୃତ୍ବ ନେବେ ଅଧିନାୟକ ରୋହିତ ଶର୍ମା । ଡିସେମ୍ବର 4ରୁ ବାଲଂଦେଶ ବିପକ୍ଷରେ 3 ମ୍ୟାଚ ବିିଶିଷ୍ଟ ଦିନିକିଆ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ ଭାରତ ।
ଏହା ବି ପଢନ୍ତୁ...ବିଶ୍ବକପରୁ ଭାରତର ବିଦାୟ, ନାଁ ନନେଇ ପରିହାସ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ
ପ୍ରକାଶ ଥାଉ କି, ଅଷ୍ଟ୍ରେଲିଆରେ ଚାଲିଥିବା ଟି-ଟ୍ବେଣ୍ଟି ବିଶ୍ବକପରୁ ଭାରତର ଅଭିଯାନ ଶେଷ ହୋଇଛି । ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିଥିବା ଟିମ ଇଣ୍ଡିଆ ସେମିରେ ପ୍ରବେଶ କରିଥିଲା । ଆଡିଲେଡରେ ଖେଳାଯାଇଥିବା ଦ୍ବିତୀୟ ସେମି ଫାଇନାଲରେ ଇଂଲଣ୍ଡଠୁ 10 ୱିକେଟରେ ପରାସ୍ତ ହୋଇ ଦଳ ତାର ଅଭିଯାନ ଶେଷ କରିଛି । ଆସନ୍ତା 13 ତାରିଖରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଫାଇନାଲ ଫାଇଟ ହେବ ।