ETV Bharat / sports

ଭାରତ ଠାରୁ ମ୍ୟାଚ୍‌ ହାରିବା ପରେ ଟେଷ୍ଟ କ୍ରିକେଟରୁ ଡି କକ୍‌ଙ୍କ ସନ୍ୟାସ

author img

By

Published : Dec 31, 2021, 10:58 PM IST

ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିବା ସହ ଟିମ ଇଣ୍ଡିଆ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହେବାପରେ ଟେଷ୍ଟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି ଡି କକ୍‌ (Quinton de Kock)। ଅଧିକ ପଢନ୍ତୁ

Quinton de Kock announces retirement from Test cricket
ଭାରତ ଠାରୁ ମ୍ୟାଚ୍‌ ହାରିବା ପରେ ଟେଷ୍ଟ କ୍ରିକେଟରୁ ଡି କକ୍‌ଙ୍କ ସନ୍ୟାସ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ୱିକେଟ କିପର ବ୍ୟାଟ୍‌ର କ୍ବିଣ୍ଟନ ଡି କକ୍‌ ଟେଷ୍ଟ କ୍ରିକେଟରୁ ସନ୍ୟାସ (retirement) ଘୋଷଣା କରିଛନ୍ତି । ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ୧୧୩ ରନ୍‌ରେ ଜିତିବା ସହ ଟିମ ଇଣ୍ଡିଆ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହେବାପରେ ଏହି ଘୋଷଣା କରିଥିଲେ ଡି କକ୍‌ ।

ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA)ର ଘୋଷଣା ଅନୁଯାୟୀ, 29 ବର୍ଷୀୟ ଡିକକ୍‌ ପରିବାର ସହ ଅଧିକ ସମୟ ବିତାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆଗାମୀ ଦିନ ଦିନ ମଧ୍ୟରେ ଡି କକ୍‌ ଓ ତାଙ୍କର ପତ୍ନୀ ପ୍ରଥମ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି ।

ଏହାମଧ୍ୟ ପଢନ୍ତୁ: SA vs Ind: ଭାରତୀୟ ODI ଟିମ ଘୋଷଣା, ରାହୁଲ କ୍ୟାପଟେନ୍‌

ୱିକେଟ କିପର ବ୍ୟାଟ୍ସମ୍ୟାନ ବର୍ଷ ୨୦୧୪ରେ ଦକ୍ଷିଣ ଆଫ୍ରିକା ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ ।

୫୪ଟି ଟେଷ୍ଟ ମ୍ୟାଚ୍‌ ସେ ଖେଳିଥିବାବେଳେ ୩,୩୦୦ ରନ୍‌ ସଂଗ୍ରହ କରିଛନ୍ତି । ୩୮.୮୨ ଆଭରେଜରେ ୭୦.୯୩ ଷ୍ଟ୍ରାଇକ୍‌ ରେଟ୍‌ ସହ ସେ ଏହି ରନ୍‌ ସଂଗ୍ରହ କରିଛନ୍ତି । ଅପରାଜିତ ୧୪୧ ତାଙ୍କର ସର୍ବାଧିକ ଟେଷ୍ଟ ସ୍କୋର । ୬ଟି ଶତକ ଓ ୨୨ଟି ଅର୍ଦ୍ଧଶତକୀୟ ଇଂନିସ ମଧ୍ୟ ତାଙ୍କର ଟେଷ୍ଟ କ୍ୟାରିୟରରେ ରହିଛି ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.