ETV Bharat / sports

IPL 2022: RCBର ବିଶାଳ ସ୍କୋର ବିଫଳ, ୫ ୱିକେଟରେ ଜିତିଲା ପଞ୍ଜାବ କିଙ୍ଗସ୍ - ଆଇପିଏଲ ୨୦୨୨

ପଞ୍ଜାବ କିଙ୍ଗସ ଓ ରାୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୫ ୱିକେଟରେ ପଞ୍ଜାବ ବିଜୟ ହାସଲ କରିନେଇଛି । ଅଧିକ ପଢନ୍ତୁ

୫ ୱିକେଟରେ ଜିତିଲା ପଞ୍ଜାବ କିଙ୍ଗସ୍
୫ ୱିକେଟରେ ଜିତିଲା ପଞ୍ଜାବ କିଙ୍ଗସ୍
author img

By

Published : Mar 28, 2022, 7:06 AM IST

Updated : Mar 28, 2022, 7:13 AM IST

ମୁମ୍ବାଇ: ଡୁ ପ୍ଲେସିଙ୍କ ବିସ୍ଫୋରକ ବ୍ୟାଟିଂ ବିଫଳ। ବିଶାଳ ସ୍କୋର କରିବା ପରେ ବି ହାରିଲା ବାଙ୍ଗାଲୋର । ପଞ୍ଜାବ କିଙ୍ଗସ ଓ ରାୟଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ୫ ୱିକେଟରେ ପଞ୍ଜାବ ବିଜୟ ହାସଲ କରିନେଇଛି । ମ୍ୟାଚରେ ଆରସିବି ଅଧିନାୟକ ଫାଫ ଡୁ ପ୍ଲେସିଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ଦଳ ୨ଟି ୱିକେଟ ହରାଇ ୨୦୫ ରନ କରିଥିଲା । ଜବାବରେ ପଞ୍ଜାବ କିଙ୍ଗସର ୧୯ଓଭରରେ ୫ ୱିକେଟ ହରାଇ ଆବଶ୍ୟକୀୟ ରନ ସଂଗ୍ରହ କରି ନେଇଥିଲା । ଡିନ ସ୍ମିଥ ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି ।

ପ୍ରଥମେ ଟସ ଜିତି ପଞ୍ଜାବ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଆରସିବିର ଡୁପ୍ଲେସି ଓ ଅନୁଜ ଆକ୍ରମାତ୍ମକ ସଟ ଖେଳି ୫୦ ରନ ସଂଗ୍ରହ କରିଥିଲେ । ୨୧ ରନ କରି ଅନୁଜ ରାୱତ ଆଉଟ ହୋଇଥିଲେ । ଏହାପରେ କୋହଲି ଡୁପ୍ଲେସି ମିଶି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଡୁ ପ୍ଲେସିଙ୍କୁ ଅଟକାଇବା ଅସମ୍ଭବ ହୋଇଥିଲା । ସେ ଚୌକା ଛକା ବର୍ଷା କରିଥିଲେ । ଡୁପ୍ଲେସି ୮୮ରନ କରି ଆଉଟ ହୋଇଥିଲେ । ଦ୍ବିତୀୟ ୱିକେଟ ପତନ ବେଳକୁ ଦଳୀୟ ସ୍କୋର ୧୬୮ରେ ପହଞ୍ଚି ଯାଇଥିଲା । ଅନ୍ତିମ ଭାଗରେ ଦିନେଶ କାର୍ତ୍ତିକ ୧୪ ବଲରୁ ଦ୍ରୁତ ୩୨ ରନ ସଂଗ୍ରହ କରିଥିଲେ । ଦଳୀୟ ସ୍କୋର ୨୦୫ରେ ପହଞ୍ଚିଥିଲା । କୋହଲି ଅପରାଜିତ ୨୯ ବଲରୁ ୪୧ ରନ ସଂଗ୍ରହ କରିଥିଲେ ।

ଜବାବରେ ପଞ୍ଜାବ କିଙ୍ଗସର ଦୁଇ ଓପନର ମୟଙ୍କ ଅଗ୍ରୱାଲ ଓ ଶିଖର ଧାୱନ ୭ ଓଭରରେ ୭୧ ରନ ସଂଗ୍ରହ କରି ନେଇଥିଲେ । ୮ମ ଓଭରରେ ଅଗ୍ରୱାଲ ୩୨ ରନ କରି ଆଉଟ ହୋଇଥିଲେ । ଏହାପରେ ଭାନୁକା ରାଜାପକ୍କା ଧାୱନଙ୍କୁ ସାଥ ଦେଇଥିଲେ । ଉଭୟ ମିଶି ଦଳୀୟ ସ୍କୋରକୁ ୧୮୮ରେ ପହଞ୍ଚାଇଥିଲେ । ଧାୱନ ଏକାକୀ ୪୩ ରନ କରି ପାଭିଲିୟନ ଫେରିଥିଲେ । ପଦାର୍ପଣ ମ୍ୟାଚ ଖେଳୁଥିବା ରାଜାପାକ୍ପା ଦର୍ଶକୀୟ ସଟ ଖେଳି ବିଜୟ ଆଶା ଉଜ୍ଜୀବିତ ରଖିଥିଲେ । ମହମ୍ମଦ ସିରାଜ ୧୪ ତମ ଓଭରରେ ରାଜାପାକ୍ପା ରାଜ ବାୱାଙ୍କୁ ଆଉଟ କରିଥିଲେ । ଲିଭଙ୍ଗଷ୍ଟୋନ ମଧ୍ୟ କିଛି ବିଶେଷ ଖେଳି ପାରିନଥିଲେ । ୧୫୬ ରନରେ ଦଳ ୫ଟି ୱିକେଟ ହରାଇଥିଲା । ଶେଷ ୩୧ ବଲରେ ବିଜୟ ପାଇଁ ୫୦ ରନ ଦରକାର ଥିଲା ।

ଶାହାରୁଖ ଖାନ ଓ ଓଡିନ ସ୍ମିଥ ବିସ୍ଫୋରକ ବ୍ୟାଟିଂ କରି ବାଙ୍ଗାଲୋର ହାତରୁ ବିଜୟ ଛଡାଇ ଆଣିଥିଲେ । ଉଭୟଙ୍କ ୫୨ ରନ ଭାଗିଦାରୀ ଯୋଗୁଁ ୬ଟି ବଲ ବାକି ଥାଇ ୨୦୮ ରନ କରି ପଞ୍ଜାବ କିଙ୍ଗସ ବିଜୟ ହାସଲ କରିଥିଲା । ସ୍ମିଥ ୮ଟି ବଲରେ ୨୫ ଓ ଶାହାରୁଖ ୨୦ଟି ବଲରେ ୨୪ ରନ କରିଥିଲେ ।

Last Updated : Mar 28, 2022, 7:13 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.