ETV Bharat / sports

Pant Car Accident: ଦୁର୍ଘଟଣା ପଛର କାରଣ କହିଲେ ପନ୍ତ, ରାତାରାତି ଆରମ୍ଭ ହେଲା କାମ - Rishabh Pant

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି, ରାସ୍ତାରେ ଏକ ଖାଲ ପଡିଯିବାରୁ ପନ୍ତ ଦୁର୍ଘଟଣାର ଶିକାର ହୋଇଥିଲେ । ଅଧିକ ପଢନ୍ତୁ

ପନ୍ତଙ୍କ ଦୁର୍ଘଟଣାଗ୍ରସ୍ତ କାର
ପନ୍ତଙ୍କ ଦୁର୍ଘଟଣାଗ୍ରସ୍ତ କାର
author img

By

Published : Jan 2, 2023, 9:12 PM IST

ହାଇଦ୍ରାବାଦ: ସାମ୍ନାକୁ ଆସିଲା ପନ୍ତଙ୍କ ଦୁର୍ଘଟଣାର କାରଣ । ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସୁଥିବା ନାରାସୁନ ବୋର୍ଡରଠାରେ ଏକ ଖାଲଠାରୁ ନିଜ ଗାଡିକୁ ନିୟନ୍ତ୍ରଣ କରିବାକୁ ଯାଇ ପନ୍ତଙ୍କୁ ଦୁର୍ଘଟଣାର ଶିକାର ହେବାକୁ ପଡିଥିଲା । ଏହି ଘଟଣା ପ୍ରସାର ହେବା ପରେ ଜାତୀୟ ରାଜପଥ ପ୍ରାଧିକରଣ ନାରାସୁନ ବୋର୍ଡରରେ ଥିବା ଖାଲକୁ ରବିବାର ରାତିରେ ମରାମତି କରିଛି ।

ଗତକାଲି (ରବିବାର) ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଋଷଭ ପନ୍ତଙ୍କୁ ମ୍ୟାକ୍ସ ହସ୍ପିଟାଲରେ ଭେଟିଥିଲେ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିଥିଲେ ଧାମି । ଦୁର୍ଘଟଣା ବାବଦରେ ପନ୍ତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ଯେ, ନାରାସୁନ ବୋର୍ଡରେ ଏକ ଖାଲଠାରୁ ନିଜ ଗାଡିକୁ ନିୟନ୍ତ୍ରଣ କରିବାକୁ ଯାଇ ସେ ଦୁର୍ଘଟଣାର ଶିକାର ହୋଇଥିଲେ । ତେବେ ପନ୍ତଙ୍କ ଏହି ବୟାନ ପରେ ଜାତୀୟ ରାଜପଥ ପ୍ରାଧିକରଣ ନାରାସୁନ ବୋର୍ଡରରେ ଥିବା ଖାଲକୁ ରବିବାର ବନ୍ଦ କରିଛି ।

ଡାକ୍ତରଖାନାରେ ପନ୍ତଙ୍କୁ ଭେଟିବା ପରେ ଧାମି ଗଣମାଧ୍ୟମ ଆଗରେ ସୂଚନା ଦେଇ କହିଥିଲେ "ଉତ୍ତରାଖଣ୍ଡରୁ ଦିଲ୍ଲୀ ଆସୁଥିବା ରାସ୍ତାରେ ଏକ ଖାଲ ତାଙ୍କ ସାମ୍ନାରେ ପଡିଥିଲା । ଖାଲଠାରୁ ନିଜକୁ ବଞ୍ଚାଇବା ପାଇଁ ସେ ଗାଡିର ନିୟନ୍ତ୍ରଣ ହରାଇ ବସିଥିଲେ । ଯାହା ଫଳରେ ତାଙ୍କୁ ଏଭଳି ଭୟାନକ ଦୁର୍ଘଟଣାର ଶିକାର ହେବାକୁ ପଡିଥିଲା ।"

ଏହି ଘଟଣା ବାବଦରେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଡ୍ରାଇଭିଂ ସମୟରେ ପନ୍ତଙ୍କ ଆଖି ଲାଗିଯିବା କାରଣରୁ ସେ ଗାଡିର ନିୟନ୍ତ୍ରଣ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ପ୍ରାଥମିକ ତଦନ୍ତ ଅନୁଯାୟୀ ଋଷଭ ପନ୍ତ ଗାଡିରେ ଶୋଇ ପଡିଥିଲେ । ତାଙ୍କ ଗାଡି ନିୟନ୍ତ୍ରଣ ହରାଇବା ପରେ ଡିଭାଇଡରରେ ପିଟି ହୋଇଯାଇଥିଲା । ଆମେ ସିସିଟିଭି ଫୁଟେଜ ଆଧାରରେ ଏବଂ ଅନ୍ୟ ଦିଗରୁ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛୁ ବୋଲି ହରିଦ୍ବାର ବରିଷ୍ଠ ପୋଲିସ ଅଧିକ୍ଷକ (SSP) ଅଜୟ ସିଂହ କହିଛନ୍ତି ।

ଦିଲ୍ଲୀରୁ ଋଷଭ ତାଙ୍କ ଘର ରୁର୍କିକୁ BMW କାର ଧରି ଆସୁଥିବା ବେଳେ ଶୁକ୍ରବାର ସକାଳ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ରୁର୍କି ନାରାସନ ବୋର୍ଡରରେ ନିକଟରେ ଏକ ଡିଭାଇଡରରେ ପିଟି ହେବା ପରେ ତାଙ୍କ କାରରେ ନିଆଁ ଲାଗିଯାଇଥିଲା । କିନ୍ତୁ ଅଳ୍ପକେ ବର୍ତ୍ତିଯାଇଥିଲେ ପନ୍ତ । କାରର କାଚ ଭାଙ୍ଗି ବାହାରକୁ ଆସିବା ପରେ ତାଙ୍କ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ଏହି ସମୟରେ ଜଣେ ବସ ଚାଳକ ଓ କଣ୍ଡକ୍ଟର ତାଙ୍କୁ କାରରୁ ବାହାର କରି ପୋଲିସକୁ ଘଟଣା ବାବଦରେ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଆହତ ଅବସ୍ଥାରେ ପନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଛି । ଏହା ସହିତ ତାଙ୍କ ମୁଣ୍ଡରେ ଦୁଇଟି ଷ୍ଟିଚ୍ ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.