ETV Bharat / sports

ଆଇପିଏଲ 2021: ପଣ୍ଟିଂଙ୍କ ଖୁଲାସା, ଇଶାନ୍ତ ଆହତ

author img

By

Published : Apr 16, 2021, 5:32 PM IST

ଦିଲ୍ଲୀ କ୍ୟାପିଟାଲ୍ସ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଆହତ ଥିବା କହିଛନ୍ତି ମୁଖ୍ୟ କୋଚ ରିକି ପଣ୍ଟିଂ । ଅଧିକ ପଢନ୍ତୁ...

Ponting: Ishant Sharma suffering from heel niggle
ଆଇପିଏଲ 2021: ପଣ୍ଟିଂଙ୍କ ଖୁଲାସା, ଇଶାନ୍ତ ଆହତ

ମୁମ୍ବାଇ: ଦିଲ୍ଲୀ କ୍ୟାପିଟାଲ୍ସ ମୁଖ୍ୟ କୋଚ ରିକି ପଣ୍ଟିଂ ଅଭିଜ୍ଞ ଦ୍ରୁତ ବୋଲର ଇଶାନ୍ତ ଶର୍ମାଙ୍କୁ ନେଇ ବଡ ଖୁଲାସା କରିଛନ୍ତି । ପ୍ରଥମ ଦୁଇଟି ମ୍ୟାଚରେ ଇଶାନ୍ତ ନ ଖେଳିବା ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ତେବେ ପଣ୍ଟିଂଙ୍କ ଅନୁଯାୟୀ, ଇଶାନ୍ତ ଗୋଇଠିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି । ଗୁରୁବାର ରାତ୍ରିରେ ରାଜସ୍ଥାନ ରୟାଲ୍ସ ଠାରୁ 3 ୱିକେଟରେ ପରାଜୟ ମିଳିବା ପରେ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ।

32 ବର୍ଷୀୟ ଷ୍ଟାର ଭାରତୀୟ ଦ୍ରୁତ ବୋଲର ଇଶାନ୍ତଙ୍କୁ ଆଇପିଏଲ ନିଲାମ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ରିଲିଜ କରିନଥିଲା । ମାତ୍ର ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ ଖେଳିପାରିନାହାନ୍ତି । ତାଙ୍କ ସ୍ଥାନରେ 24 ବର୍ଷୀୟ ଅଭେଶ ଖାନ ଚୁଡାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି ।

ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବା ପରେ ଇଶାନ୍ତ ୟୁଏଇରେ ଖେଳାଯାଇଥିବା ଆଇପିଏଲର ପୂର୍ବ ସଂସ୍କରଣରେ ଦିଲ୍ଲୀ ପକ୍ଷରୁ ମାତ୍ର ଗୋଟିଏ ମ୍ୟାଚ ଖେଳି ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଜ ପଡିଥିଲେ । ପରେ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ସଫଳତାର କମବ୍ୟକ କରିଥିଲେ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ମଧ୍ୟ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.