ETV Bharat / sports

ବିଶ୍ବକପ ୨୦୨୩: ଫାଇନାଲ ମ୍ୟାଚ୍‌ ହାରିଲା ଭାରତ, ଟିମକୁ ମୋଦିଙ୍କ ଆଶ୍ବାସନା - ଫାଇନାଲ ମ୍ୟାଚ୍‌ ହାରିଲା ଭାରତ

ବିଶ୍ବକପ ୨୦୨୩ ଫାଇନାଲ ହାରିଲା ଭାରତ । ଏକ୍ସ ସାଇଟରେ ପୋଷ୍ଟ କରି ଟିମକୁ ଜଣାଇଲେ ଆଶ୍ବାସନା । ଅଧିକ ପଢନ୍ତୁ

World cup final 2023
World cup final 2023
author img

By ETV Bharat Odisha Team

Published : Nov 19, 2023, 10:42 PM IST

ଅହମ୍ମଦାବାଦ: ପୁଣି ଭାଙ୍ଗିଲା କୋଟି କୋଟି ଭାରତୀୟଙ୍କ ହୃଦୟ । ଚଳିତ ଟୁର୍ଣ୍ଣାମେଣ୍ଟର ଚମ୍ପିଆନ ଟିମ ଭାରତକୁ ଫାଇନାଲ ମ୍ୟାଚ୍‌ରେ ପରାଜିତ କଲା କଙ୍ଗାରୁ ଦଳ । କୋଳାହଳପୂର୍ଣ୍ଣ ଷ୍ଟାଡିୟମ ହଠାତ ଶାନ୍ତ ହୋଇଗଲା । ମ୍ୟାଚ୍‌ ହାରିବା ପରେ ଭାରତୀୟ ଅଧିନାୟକ ଓ ବୋଲର ମହମ୍ମଦ ସିରାଜ ଆଖିରେ ଥିଲା ଲୁହ । ତେବେ ଏଭଳି ସ୍ଥିତିରେ ଟିମ ଇଣ୍ଡିଆକୁ ଆଶ୍ବାସନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରା ଟୁର୍ଣ୍ଣାମେଣ୍ଟରେ ଟିମର ପ୍ରଦର୍ଶନକୁ ମୋଦି ପ୍ରଶଂସା କରିବା ସହିତ ଟିମକୁ ନେଇ ଦେଶ ଗର୍ବିତ ବୋଲି ସେ ଏକ୍ସ ସାଇଟରେ କହିଛନ୍ତି ।

  • Dear Team India,

    Your talent and determination through the World Cup was noteworthy. You've played with great spirit and brought immense pride to the nation.

    We stand with you today and always.

    — Narendra Modi (@narendramodi) November 19, 2023 " class="align-text-top noRightClick twitterSection" data=" ">

ମୋଦି ଏକ୍ସ ସାଇଟରେ ପୋଷ୍ଟ କରି କହିଛନ୍ତି, "ଟିମ ଇଣ୍ଡିଆର ପ୍ରତିଭା ଓ ନିଷ୍ଠା ପୁରା ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିଥିଲା । ଯାହାକି ବେଶ ମୂଲ୍ୟବାନ । ଟିମର ସମସ୍ତ ସଦସ୍ୟ ନିଷ୍ଠାର ସହିତ ଖେଳିଥିବା ବେଳେ ଦେଶ ପାଇଁ ଗର୍ବ ଆଣିଛନ୍ତି । ଦେଶ ଏବେ ଓ ସର୍ବଦା ଭାରତୀୟ କ୍ରିକେଟରଙ୍କ ସହିତ ରହିଛି ।" ଏହାସହିତ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆ ଟିମକୁ ଫାଇନାଲରେ ବିଜୟ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଓପନର ଟ୍ରାଭିସ ହେଡଙ୍କ ଦମଦାର ଶତକକୁ ସେ ପ୍ରଶଂସା ମଧ୍ୟ କରିଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ବିଶ୍ବକପ୍‌ ୨୦୨୩: ପୁଣି ଭାଙ୍ଗିଲା କୋଟି ଭାରତୀୟଙ୍କ ସ୍ବପ୍ନ, ଟ୍ରଫି ଛଡ଼ାଇ ନେଲେ ଟ୍ରାଭିସ୍‌ ହେଡ୍‌

  • Congratulations to Australia on a magnificent World Cup victory! Theirs was a commendable performance through the tournament, culminating in a splendid triumph. Compliments to Travis Head for his remarkable game today.

ମୋଦିଙ୍କ ଏହି ପୋଷ୍ଟରେ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅନେକ ଫ୍ୟାନ୍ସ ଟିମ ଇଣ୍ଡିଆକୁ ସପୋର୍ଟ କରିଥିବା ବେଳେ ଅନେକ ହାରକୁ ନେଇ ସମାଲୋଚନା କରିଛନ୍ତି । ସେପଟେ କିଛି ୟୁଜର୍ସ ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିକୁ ମଧ୍ୟ ସମାଲୋଚନା କରିଥିବା ଦେଖିବାକୁ ମିଳିଛି । ଷ୍ଟାଡିୟମରେ ମୋଦିଙ୍କ ଉପସ୍ଥିତିର କିଛି କ୍ଲିପ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ତେବେ ସୂଚନା ଥାଉ କି ଫାଇନାଲ ମ୍ୟାଚର ଆରମ୍ଭରୁ ହିଁ କଙ୍ଗାରୁ ଦଳ ଦମଦାର ପ୍ରଦର୍ଶନ କରିଥିଲା । ଆଜି ସବୁ ଫର୍ମରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲା ଅଷ୍ଟ୍ରେଲିଆ । ଟିମ ଏହି ମହାମୁକାବିଲାରେ ଚମତ୍କାର ଫିଲ୍ଡିଂ କରିଥିଲା । ଯାହାଦ୍ବାରା ଭାରତୀୟ ବ୍ୟାଟର ବଡ଼ ସଟ୍‌ ଖେଳିବାରେ ବେଶ କଷ୍ଟ ଅନୁଭବ କରିଥିଲେ । ଏହାପରେ ଅଷ୍ଟ୍ରେଲୀୟ ବୋଲରଙ୍କ ଆଟାକିଂ ବୋଲିଂରେ ଜଣକ ପରେ ଜଣେ ଭାରତୀୟ ବ୍ୟାଟର ନିରାଶ ହୋଇ ପାଭିଲିୟନ ଫେରିଥିଲେ । ୫୦ ଓଭର ସୁଦ୍ଧା ଭାରତ ଅଲଆଉଟ ହୋଇଥିବା ବେଳେ ବିପକ୍ଷ ଟିମକୁ ୨୪୧ ରନ୍‌ ଟାର୍ଗେଟ ଦେଇଥିଲା । ଯାହାକୁ ସହଜରେ ପୂରଣ କରି ବିଶ୍ବକପ ହାତେଇଛି ଅଷ୍ଟ୍ରେଲିଆ । ଓପନର ଟ୍ରାଭିସ ହେଡ ଦମଦାର ଶତକ ଖେଳି ଟିମକୁ ସହଜ ବିଜୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.