ETV Bharat / sports

Ind vs SA T-20: ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

author img

By

Published : Jun 1, 2022, 3:01 PM IST

Updated : Jun 1, 2022, 3:09 PM IST

ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ବାତିଲ କରିବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା । ଜୁନ୍‌ ୧୨ ତାରିଖରେ ଏହି ମ୍ୟାଚ୍‌ ଖେଳାଯିବ । ଅଧିକ ପଢ଼ନ୍ତୁ

Ind vs SA T-20i: ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା, ହାଇକୋର୍ଟରେ ମାମଲା ରୁଜୁ

କଟକ: ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ମ୍ୟାଚ୍‌ ବାତିଲ କରିବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି । ଜୁନ୍‌ ୧୨ ତାରିଖରେ ଏହି ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲାରେ ମ୍ୟାଚ ବନ୍ଦ ପାଇଁ ଆବେଦନ କରାଯାଇଛି । ଢେଙ୍କାନାଳର ସଞ୍ଜୟ ନାୟକ ନାମକ ଜଣେ ବ୍ୟକ୍ତି ଏହି ମାମଲା ରୁଜୁ କରିଛନ୍ତି । ଷ୍ଟାଡିୟମରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବାରୁ ମ୍ୟାଚ ବନ୍ଦ କରାଯାଉ ବୋଲି କୋର୍ଟରେ ପାର୍ଥନା କରିଛନ୍ତି ।

ମାମଲାରେ ରାଜ୍ୟ ସରକାର, ବିସିସିଆଇ, ଓସିଏ ସମେତ 15 ଜଣକୁ ପକ୍ଷଭୁକ୍ତ କରାଯାଇଛି ପୂର୍ବରୁ ଏହାକୁ ନେଇ ରାଜ୍ୟ ମାନବାଧିକାର କମିଶନ ମଧ୍ୟ ଡିସିପିଙ୍କୁ ନୋଟିସ କରିଥିଲେ । ତେବେ ମ୍ୟାଚ୍‌ ପୂର୍ବରୁ ଏହି ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ବୋଲି ଓସିଏ ପ୍ରତଶ୍ରୁତି ଦେଇଥିଲା । ଏହାକୁ ଖୋଦ୍‌ ଡିସିପି ନିଜ ପ୍ରତିକ୍ରିୟାରେ କହିଥିଲେ ।

ହାଇକୋର୍ଟରେ ଜନସ୍ବାର୍ଥ ମାମଲା ପରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ୍‌କୁ ନେଇ ସନ୍ଦେହ ଘନିଭୂତ ହେବାରେ ଲାଗିଛି । ସେପଟେ ଏହାକୁ ନେଇ ଓସିଏ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ୧୨ ତାରିଖରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ପାଇଁ ଆଜିଠାରୁ ଅନଲାଇନ୍‌ ଟିକେଟ ବିକ୍ରି ମଧ୍ୟ ଆରମ୍ଭ ହୋଇଛି । ତେବେ ଏହି ପ୍ରକ୍ରିୟାରେ ବିଳମ୍ବ ଅନୁଭୁତ ହେଉଛି ।

Last Updated : Jun 1, 2022, 3:09 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.