ETV Bharat / sports

କମିନ୍ସ ଅଷ୍ଟ୍ରେଲିଆର ନୂଆ ODI କ୍ୟାପଟେନ୍‌, ପ୍ରଥମ ବୋଲର ଭାବେ ନେବେ ନେତୃତ୍ବ

author img

By

Published : Oct 18, 2022, 11:11 AM IST

ପ୍ରଥମ ଦ୍ରୁତ ବୋଲର ଭାବେ ପାଟ୍ କମିନ୍ସଙ୍କୁ ମିଳିଲା ଅଷ୍ଟ୍ରେଲିଆ ଦିନିକିଆ ଦଳର ନେତ୍ବତ୍ବ ଭାର । ଅଧିକ ପଢନ୍ତୁ

Pat Cummins becomes Australia captain
ପାଟ୍ କମିନ୍ସ ଦିନିକିଆ ଅଧିନାୟକ

ମେଲବୋର୍ଣ୍ଣ: ଟି-ଟ୍ବେଣ୍ଟି ବିଶ୍ବକପ ମଧ୍ୟରେ ଅଷ୍ଟ୍ରେଲିଆ ଟିମରେ ବଡ ପରିବର୍ତ୍ତନ ହୋଇଛି । ଦିନିକିଆ ଦଳରେ ନେତୃତ୍ବ ନେବେ ପାଟ୍ କମିନ୍ସ । ଗତମାସରେ ଦିନିକିଆରୁ ଅବସର ନେଇଛନ୍ତି ଆରୋନ ଫିଞ୍ଚ । ଏହା ପରେ ବର୍ତ୍ତମାନ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଦିନିକିଆ ଫର୍ମାଟ ପାଇଁ ଦଳର ନୂଆ ଅଧିନାୟକ ନିଯୁକ୍ତ କରିଛନ୍ତି । ପ୍ରଥମ ବୋଲର ଭାବେ ଅଷ୍ଟ୍ରେଲିଆ ଦିନିକଆ ଦଳର କ୍ୟାପଟେନ ହୋଇଛନ୍ତି ପାଟ୍ କମିନ୍ସ । ଏହା ପୂର୍ବରୁ ଦିବଂଗତ ସେନ୍‌ ୱାର୍ଣ୍ଣ ଦିନିକିଆରେ ଦଳର ନେତୃତ୍ବ ନେଇଥିଲେ ।

ଅଧିନାୟକ ଭାର ସହ ପାଟ୍ କମିନ୍ସଙ୍କ କାନ୍ଧରେ ଦଳକୁ ଦିନିକିଆ ବିଶ୍ବକପ ଜିତାଇବା ଭାର ମଧ୍ୟ ରହିଛି । ଆସନ୍ତା ବର୍ଷ ଦିନିକିଆ ବିଶ୍ବକପ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ପାଟ୍ କମିନ୍ସ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ନେତୃତ୍ବ ନେଉଛନ୍ତି । ଘରୋଇ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଟି-ଟ୍ବେଣ୍ଟି ବିଶ୍ବକପ ପରେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ସରିଜ ଖେଳିବ ଦଳ । ଏହି ସିଜିନରୁ 29 ବର୍ଷୀୟ ପାଟ କମିନ୍ସ ଅଧିନାୟକ ଭାର ତୁଲାଇବେ । ଟି-20 ଇଣ୍ଟରନ୍ୟାସନାଲ ଫର୍ମାଟରେ ଆରୋନ ଫିଞ୍ଜ ଅଷ୍ଟ୍ରେଲିଆ ଟିମର ଅଧିନାୟକ ଦାୟିତ୍ବ ତୁଲାଉଛନ୍ତି । ଅଷ୍ଟ୍ରେଲିଆର 27 ତମ ଦିନିକିଆ ଅଧିନାୟକ ଭାର ସମ୍ବାଳିବେ ପାଟ୍ କମିନ୍ସ । ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣରଙ୍କ ନାଁ ମଧ୍ୟ ରହିଥିଲା ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ବଲ ଟାମ୍ପରିଂ ମାମଲାରେ ଥିବାରୁ ତାଙ୍କୁ ବାଦ ଦିଆଯାଇଛି ।

ଏହା ବି ପଢନ୍ତୁ...FIFA U17 womens WC: ବିନା ବିଜୟରେ ଭାରତର ଅଭିଯାନ ଶେଷ

ଟେଷ୍ଟ ଦଳର ଅଧିନାୟକତ୍ୱ ଗ୍ରହଣ କରିବା ପରଠୁ ପାଟ ଉର୍କୃଷ୍ଟ କାର୍ଯ୍ୟ କରିଛନ୍ତି । ଏବେ ଦିନିକିଆରେ ତାଙ୍କ ନେତୃତ୍ବ ଷ୍ଟାଇଲ ଦେଖିବାକୁ ବାକି ରହିଲା ବୋଲି କହିଛନ୍ତି ମୁଖ୍ୟ ଚୟନକର୍ତ୍ତା ଜର୍ଜ ବୋଲି । ଆସନ୍ତା ମାସରେ ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିିଶିଷ୍ଟ ଦିନିକିଆ ସିରିଜ ଖେଳିବ ଅଷ୍ଟ୍ରେଲିଆ । ପୂର୍ବରୁ ଅଷ୍ଟ୍ରେଲିଆ ଦିନିକିଆ କ୍ୟାପ୍ଟେନ ଥିଲେ ଆରୋନ ଫିଞ୍ଚ । ସେପ୍ଟେମ୍ବରରେ ସେ ଅବସର ନେଇଛନ୍ତି । ଏ ନେଇ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଦିନିକିଆ କ୍ୟାପ୍ଟେନ ଦାୟିତ୍ବ କମିନ୍ସଙ୍କୁ ଦେଇଛନ୍ତି । ବିଚାର ବିମର୍ଷ ପରେ କମିନ୍ସଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି । ଆରୋନ ଫିଞ୍ଚ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କ 146 ତମ ତଥା ଦିନିକିଆ ଶେଷ ମ୍ୟାଚ୍‌ ଖେଳିଥିଲେ । ଟି-ଟ୍ବେଣ୍ଟି କ୍ରିକେଟ ଖେଳିବେ ଫିଞ୍ଚ ।

ଆଇପିଏଲ ଷ୍ଟାର ପାଟ୍ କମିନ୍ସ

ପାଟ୍‌ କମିନ୍ସ ଇଣ୍ଡିଆନ ପ୍ରମିୟର ଲିଗରେ ତାଙ୍କର ଦମଦାର ପ୍ରଦର୍ଶନ ଦେଖାଇ ସାରିଛନ୍ତି । ଆଇପିଏଲରେ ଦିଲ୍ଲୀ ଡେୟାର ଡେଭିଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳି ସାରିଛନ୍ତି । ଏଯାଏଁ କମିନ୍ସ ଆଇପିଏଲରେ 42 ମ୍ୟାଚ ଖେଳି 45ଟି ୱିକେଟ ନେଇଛନ୍ତି । ଗତ ସିଜନରେ କେକେଆର ପାଇଁ ଖେଳିଥିଲେ କମିନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.