ETV Bharat / sports

WTC ଫାଇନାଲ: ପନିସର ବାଛିଲେ ସମ୍ଭାବ୍ୟ ଭାରତୀୟ ଏକାଦଶ - ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ

ପୂର୍ବତନ ଇଂଲଣ୍ଡ ସ୍ପିନର ମଣ୍ଟି ପନିସର ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପାଇଁ ଭାରତୀୟ ସମ୍ଭାବ୍ୟ ଭାରତୀୟ ଏକାଦଶ ଚୟନ କରିଛନ୍ତି । ଅଧିକ ପଢନ୍ତୁ...

Panesar picks Jadeja, Ashwin in his India XI for WTC final
WTC ଫାଇନାଲ: ପନିସର ବାଛିଲେ ସମ୍ଭାବ୍ୟ ଭାରତୀୟ ଏକାଦଶ
author img

By

Published : May 30, 2021, 4:32 PM IST

ଲଣ୍ଡନ: ପୂର୍ବତନ ଇଂଲଣ୍ଡ ସ୍ପିନର ମଣ୍ଟି ପନିସର ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ପାଇଁ ଭାରତୀୟ ସମ୍ଭାବ୍ୟ ଭାରତୀୟ ଏକାଦଶ ଚୟନ କରିଛନ୍ତି । ଜୁନ 18ରୁ ଆଇସିସିର ଏହି ମେଗା ଇଭେଣ୍ଟର ନିର୍ଣ୍ଣାୟକ ମୁକାବିଲା ସାଉଥାମ୍ପଟନରେ ଖେଳାଯିବ ।

ଭାରତର ଶୀର୍ଷ 5ଜଣ ବ୍ୟାଟ୍ସମ୍ୟାନ ଓ ୱିକେଟକିପର ବ୍ୟାଟ୍ସମ୍ୟାନ ନେଇ ମଧ୍ୟ କୌଣସି ଦ୍ବନ୍ଦ୍ବ ନାହିଁ । ତେବେ ଶ୍ରେଷ୍ଠ ବୋଲିଂ ଆକ୍ରମଣ ଚୟନ କରିବା ନେଇ ସାମାନ୍ୟ ଦ୍ବନ୍ଦ୍ବ ରହିଛି । 4ଜଣ ଦ୍ରୁତ ବେଲାର ଓ ଜଣେ ସ୍ପିନରଙ୍କୁ ନେଇ ଭାରତ ଖେଳିବା ସମ୍ଭାବନା ରହିଛି । ମାତ୍ର ପରିସର ଚୟନ କରିଥିବା ଟିମରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ମିଶାଇ 5ଜଣ ବୋଲର ରହିଛନ୍ତି ଓ 5ଜଣ ବ୍ୟାଟ୍ସମ୍ୟାନଙ୍କ ସହ ଅନ୍ୟଜଣ ୱିକେଟ କିପର ବ୍ୟାଟ୍ସମ୍ୟାନ ରହିଛନ୍ତି ।

ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଓ ଜାଡେଜାଙ୍କୁ ସେ ସ୍ଥାନ ଦେଇଛନ୍ତି । ଏଥିସହ ଅଭିଜ୍ଞ ବୋଲର ଜଶପ୍ରୀତ ବୁମରା, ମହମ୍ମଦ ସାମି, ଇଶାନ୍ତ ଶର୍ମା । ଯୁବ ବୋଲର ମହମ୍ମଦ ସିରାଜଙ୍କୁ ବାଦ ଦେଇଛନ୍ତି ।

ସେ ଚୟନ କରିଥିବା ଚୁଡାନ୍ତ ଏକାଦଶ ଅନୁଯାୟୀ, ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ 6 ନମ୍ବର ସ୍ଥାନରେ ବ୍ୟାଟିଂ କରିବେ ଓ ରୋହିତ ଶର୍ମାଙ୍କ ସହ ଶୁଭମନ ଗିଲ ଓପନିଂ କରିବେ ।

WTC ଫାଇନାଲ ପାଇଁ ମଣ୍ଟି ପନିସରଙ୍କ ଭାରତୀୟ ଚୁଡାନ୍ତ ଏକାଦଶ(ବ୍ୟାଟିଂ ଅର୍ଡର ଅନୁଯାୟୀ):

ଓପନର: ରୋହିତ ଶର୍ମା, ଶୁଭମନ ଗିଲ୍‌; ନମ୍ବ3: ଚେତେଶ୍ବର ପୂଜାରା. ନମ୍ବର 4: ବିରାଟ କୋହଲି, ନମ୍ବର 5: ଅଜିଙ୍କ୍ୟ ରାହାଣେ, ନମ୍ବର 6: ଋଷଭ ପନ୍ତ, ନମ୍ବର 7: ରବିନ୍ଦ୍ର ଜାଡେଜା, ନମ୍ବର 8: ଆର ଅଶ୍ବିନ, ନମ୍ବର 9: ଜଶପ୍ରୀତ ବୁମରା, ନମ୍ବର 10: ମହମ୍ମଦ ସାମି, ନମ୍ବର 11: ଇଶାନ୍ତ ଶର୍ମା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.