ETV Bharat / sports

ICC Rankings: ପାକିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ ପରେ ଲମ୍ବା ଲମ୍ଫ ମାରିଲେ ପାଣ୍ଡ୍ୟା

author img

By

Published : Aug 31, 2022, 6:17 PM IST

ନୂତନ ଆଇସିସି (ICC Rankings) ମାନ୍ୟତା ତାଲିକାରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya ) ଲମ୍ବା ଲମ୍ଫ ମାରିଛନ୍ତି । ସେ ଟି-୨୦ ଅଲରାଉଣ୍ଡର ମାନ୍ୟତାର (T20I all-rounder rankings) ପଞ୍ଚମ ସ୍ଥାନରେ ପହଁଞ୍ଚିଛନ୍ତି । ଅଧିକ ପଢନ୍ତୁ

ICC Rankings : ଏସିଆ କପର ହିରୋ ହେଲେ ପାଣ୍ଡ୍ୟା

ହାଇଦ୍ରାବାଦ: ନୂତନ ଆଇସିସି ( ICC Rankings ) ମାନ୍ୟତା ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ( Hardik Pandya ) ନିଜର ଦବଦବା ବଳରେ ଉପରକୁ ଉଠିଛନ୍ତି । ପାକିସ୍ତାନ ବିପକ୍ଷରରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଟି-୨୦ ଅଲରାଉଣ୍ଡର ମାନ୍ୟତାରେ (T20I all-rounder rankings) ଅଷ୍ଟମ ସ୍ଥାନ ଡେଇଁ ପଞ୍ଚମ ସ୍ଥାନରେ ପହଁଞ୍ଚିବାରେ ସଫଳ ହୋଇ ପାରିଛନ୍ତି । ଯାହା ଏପର୍ଯ୍ୟନ୍ତ ତାଙ୍କର ସର୍ବଶ୍ରେଷ୍ଠ ସ୍ଥାନ (his highest ever spot )।

Some big movements in the @MRFWorldwide ICC Men's T20I Player Rankings after the first few matches of #AsiaCup2022 📈📉

Details 👇https://t.co/Mu2pzpq5GW

— ICC (@ICC) August 31, 2022 ">

ଅଲରାଉଣ୍ଡର ପାଣ୍ଡ୍ୟା ଫାଷ୍ଟ ବୋଲିଂ କରି ୨୫ ରନ ବ୍ୟୟରେ ୩ ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ୧୭ ବଲରେ ୩୩ ରନର ଇନିଂସ ଖେଳିଥିଲେ । ତେବେ ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମହତ୍ବପୂର୍ଣ୍ଣ ପ୍ରଭାବ ପଡିପାରେ ବୋଲି ଆଶା କରା ଯାଇପାରେ । ମିଡିୟମ୍ ଫାଷ୍ଟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନ ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ । ଏସିଆ କପ ( Asia Cup 2022 ) ଆରମ୍ଭରୁ ପାଣ୍ଡ୍ୟାଙ୍କର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି । ଚାରି ଓଭର ବୋଲିଂ କରି ୨୫ ରନ ବ୍ୟୟରେ ପାକିସ୍ତାନର ୩ ଟି ୱିକେଟ ହାତେଇଥିଲେ । ଶେଷ ଓଭରେ ଦୁଇଟି ବଲ ବାକିଥାଇ ପାଣ୍ଡ୍ୟା ଛକା ମାରି ମ୍ୟାଚ ଜିତାଇଥିଲେ । ସେ ୧୭ ବଲରୁ ୪ଟି ଚୌକା ଏବଂ ଗୋଟିଏ ଛକା ମାରି ୩୩ ରନର ଇନିଂସ ଖେଳି ଅପରାଜିତ ରହିଥିଲେ ।

ହାଇଦ୍ରାବାଦ: ନୂତନ ଆଇସିସି ( ICC Rankings ) ମାନ୍ୟତା ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟା ( Hardik Pandya ) ନିଜର ଦବଦବା ବଳରେ ଉପରକୁ ଉଠିଛନ୍ତି । ପାକିସ୍ତାନ ବିପକ୍ଷରରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଟି-୨୦ ଅଲରାଉଣ୍ଡର ମାନ୍ୟତାରେ (T20I all-rounder rankings) ଅଷ୍ଟମ ସ୍ଥାନ ଡେଇଁ ପଞ୍ଚମ ସ୍ଥାନରେ ପହଁଞ୍ଚିବାରେ ସଫଳ ହୋଇ ପାରିଛନ୍ତି । ଯାହା ଏପର୍ଯ୍ୟନ୍ତ ତାଙ୍କର ସର୍ବଶ୍ରେଷ୍ଠ ସ୍ଥାନ (his highest ever spot )।

ଅଲରାଉଣ୍ଡର ପାଣ୍ଡ୍ୟା ଫାଷ୍ଟ ବୋଲିଂ କରି ୨୫ ରନ ବ୍ୟୟରେ ୩ ଟି ୱିକେଟ ଅକ୍ତିଆର କରିଥିଲେ । ସେହିପରି ୧୭ ବଲରେ ୩୩ ରନର ଇନିଂସ ଖେଳିଥିଲେ । ତେବେ ଅଷ୍ଟ୍ରେଲିଆରେ ଅକ୍ଟୋବରରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମହତ୍ବପୂର୍ଣ୍ଣ ପ୍ରଭାବ ପଡିପାରେ ବୋଲି ଆଶା କରା ଯାଇପାରେ । ମିଡିୟମ୍ ଫାଷ୍ଟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମ୍ୟାଚରେ ପାକିସ୍ତାନ ବ୍ୟାଟରଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ । ଏସିଆ କପ ( Asia Cup 2022 ) ଆରମ୍ଭରୁ ପାଣ୍ଡ୍ୟାଙ୍କର ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି । ଚାରି ଓଭର ବୋଲିଂ କରି ୨୫ ରନ ବ୍ୟୟରେ ପାକିସ୍ତାନର ୩ ଟି ୱିକେଟ ହାତେଇଥିଲେ । ଶେଷ ଓଭରେ ଦୁଇଟି ବଲ ବାକିଥାଇ ପାଣ୍ଡ୍ୟା ଛକା ମାରି ମ୍ୟାଚ ଜିତାଇଥିଲେ । ସେ ୧୭ ବଲରୁ ୪ଟି ଚୌକା ଏବଂ ଗୋଟିଏ ଛକା ମାରି ୩୩ ରନର ଇନିଂସ ଖେଳି ଅପରାଜିତ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.