ଇସଲାମାବାଦ: ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ ଓ ପୂର୍ବତନ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଭର୍ନନ ଫିଲାଣ୍ଡର ପାକିସ୍ତାନ ଟିମର କୋଚ୍ ନିଯୁକ୍ତ ହୋଇଛନ୍ତି ।
-
Hayden, Philander appointed consultant coaches for ICC Men's T20 World Cup 2021
— PCB Media (@TheRealPCBMedia) September 13, 2021 " class="align-text-top noRightClick twitterSection" data="
More: https://t.co/LAlnf35B0j pic.twitter.com/99VeXPmB7e
">Hayden, Philander appointed consultant coaches for ICC Men's T20 World Cup 2021
— PCB Media (@TheRealPCBMedia) September 13, 2021
More: https://t.co/LAlnf35B0j pic.twitter.com/99VeXPmB7eHayden, Philander appointed consultant coaches for ICC Men's T20 World Cup 2021
— PCB Media (@TheRealPCBMedia) September 13, 2021
More: https://t.co/LAlnf35B0j pic.twitter.com/99VeXPmB7e
UAEରେ ଖେଳାଯିବାକୁ ଥିବା ICC ଟି୨୦ ବିଶ୍ବକପ ପୂର୍ବରୁ ନୂଆ କୋଚିଂ ଷ୍ଟାଫ ନିଯୁକ୍ତ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ(PCB) । PCBର ନବନିର୍ବାଚିତ ଅଧ୍ୟକ୍ଷ ରମିଜ ରାଜା ସୋମବାର ଉଭୟ ଖେଳାଳିଙ୍କ ନାମ ପାକିସ୍ତାନର ପୁରୁଷ କ୍ରିକେଟ ଟିମର କୋଚ୍ ଭାବେ ଘୋଷଣା କରିଛନ୍ତି ।
ମାଥ୍ୟୁ ହେଡେନ ଅଷ୍ଟ୍ରେଲୀୟ, ସେ ନିଜେ ଜଣେ ମହାନ ଖେଳାଳି ଓ ବିଶ୍ବକପ ବିଜୟର ଅଭିଜ୍ଞତା ରହିଛି । ଭର୍ନନ ଫିଲାଣ୍ଡର ମଧ୍ୟ ବୋଲିଂକୁ ଭଲଭାବେ ବୁଝନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଭଲ ରେକର୍ଡ ରହିଛି । ଜଣେ ଅଷ୍ଟ୍ରେଲୀୟଙ୍କ ଡ୍ରେସିଂରୁମ୍ରେ ଉପସ୍ଥିତି, ପାକିସ୍ତାନକୁ ବିଶ୍ବକପ ବିଜୟରେ ସହାୟକ ହେବାନେଇ ଆଶାବାଦୀ । ବିଶ୍ବକପ ଜିତିବାକୁ ପାକିସ୍ତାନକୁ ଅଧିକ ୧୦ ପ୍ରତିଶତ ପ୍ରଦର୍ଶନ କରିବାକୁ ହେବ । ଏହା କହିଛନ୍ତି PCB ମୁଖ୍ୟ ରମିଜ ରାଜ ।
ତେବେ ପୂର୍ବରୁ ପାକିସ୍ତାନର ଟିମର ମୁଖ୍ୟ କୋଚ ଘୋଷଣା ହୋଇଥିବାରୁ ହେଡେନ ଓ ଫିଲାଣ୍ଡରଙ୍କ ଭୂମିକା ଟିମରେ କ'ଣ ହେବ, ସେନେଇ ସ୍ପଷ୍ଟ କରିନାହାନ୍ତି ରମିଜ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ