ETV Bharat / sports

T20 World cup: ପାକିସ୍ତାନ ଟିମରେ ଶାହିନ ଆଫ୍ରିଦି, ବାଦ ପଡିଲେ ଫଖର ଜମାନ

author img

By

Published : Sep 16, 2022, 10:40 PM IST

ପାକିସ୍ତାନ କ୍ରିକେଟ ବୋର୍ଡ ( Pakistan Cricket Board ) ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଛି । ଯେଉଁଥିରେ ଫାଷ୍ଟ ବୋଲର ଶାହିନ ଆଫ୍ରିଦି ଦଳକୁ ଫେରିଥିବା ବେଳେ ଷ୍ଟାର ବ୍ୟାଟର ଫଖର ଜମାନ ଦଳରୁ ବାଦ ପଡିଛନ୍ତି । ଅଧିକ ପଢନ୍ତୁ

T20 World cup , ପାକିସ୍ତାନ ସ୍କ୍ବାଡରେ ସାହିନ ଆଫ୍ରିଦି, ଦଳରୁ ବାଦ ପଡିଲେ ଫଖର ଜମାନ

ହାଇଦ୍ରାବାଦ: ଟି-୨୦ ବିଶ୍ବକପରେ ସ୍ଥାନ ପାଇଲେ ପାକିସ୍ତାନର ଷ୍ଟାର ଫାଷ୍ଟ ବୋଲର (Pakistan fast bowler) ଶାହିନ ଆଫ୍ରିଦି (Shaheen Shah Afridi) । ସେ ଆହତ ସମସ୍ୟା ଦେଇ ଗତି କରୁଥିବାରୁ ଏସିଆ କପରୁ ବାଦ ପଡିଥିଲେ । ସେପଟେ ଫଖର ଜମାନ ଆହତ କାରଣରୁ ଟି-୨୦ ବିଶ୍ବକପୁ ବାଦ ପଡିଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ( Pakistan Cricket Board ) ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ବକପ ପାଇଁ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଛି । ଯେଉଁଥିରେ ଫାଷ୍ଟ ବୋଲର ଶାହିନ ଆଫ୍ରିଦି ଦଳକୁ ଫେରିଥିବା ବେଳେ ଷ୍ଟାର ବ୍ୟାଟର ଫଖର ଜମାନ ଦଳରୁ ବାଦ ପଡିଛନ୍ତି । ଶାହିନ ଆଫ୍ରିଦିଙ୍କର ଆଣ୍ଠୁରେ ଆଘାତ ଲାଗିଥିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚାରିରୁ ଛଅ ସପ୍ତାହ ବିଶ୍ରାମ କାରଣରୁ ସେ ଏସିଆ କପରୁ ବାଦ ପଡିଥିଲେ ।

ତେବେ ଶାହିନ ଆଫ୍ରିଦିଙ୍କର ବିଶ୍ବକପରେ ଦଳକୁ ପ୍ରତ୍ୟାବର୍ତ୍ତନ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଶାହିନ ଆଫ୍ରିଦି ଦଳକୁ ଫେରିବା ପରେ ଭାରତୀୟ ଟପ ଅର୍ଡର କ୍ରିକେଟରଙ୍କ ମନରେ ଛନକା ପଶିଛି । 2020 ମସିହା ଟି20 ବିଶ୍ବକପରେ ପ୍ରଥମ ଓଭରରେ ରୋହିତ ଶର୍ମାକୁ ଆଉଟ କରିଥିଲେ ପାକିସ୍ତାନର ଫାଷ୍ଟ ବୋଲର ଶାହିନ ଆଫ୍ରିଦି । ସେହିପରି ଲୋକେଶ ରାହୁଲ ଏବଂ ବିରାଟ କୋହଲିଙ୍କୁ ମଧ୍ୟ ପାଭିଲିୟନ ଫେରିଯିବାରେ ବାଟ ଦେଖାଇଥିଲା ସାହିନ ଆଫ୍ରିଦି । ସେହି ମ୍ୟାଚରେ ଭାରତକୁ ପାକିସ୍ତାନ 10 ୱିକେଟରେ ହରାଇଥିଲା ।

ପାକିସ୍ତାନ ଟି-୨୦ ସ୍କ୍ବାଡ

ବାବର ଆଜମ ( ଅଧିନାୟକ ), ଶାଦାବ ଖାନ ( ଉପ ଅଧିନାୟକ ), ଆସିଫ ଅଲ୍ଲୀ, ହୈଦର ଅଲ୍ଲୀ, ହାରିସ ରୌଉଫ, ଇଫତିଖାର ଅହମ୍ମଦ, ଖୁସଦିଲ ଶାହ, ମହମ୍ମଦ ହସନୈନ, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱସିମ, ନସିମ ଶାହ, ଶାହିନ ଆଫ୍ରିଦି, ଶାନ ମସୁଦ ଏବଂ ଉସମାନ କାଦିର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.