ETV Bharat / sports

ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ନୱାଜଙ୍କୁ କୋରୋନା

author img

By

Published : Sep 9, 2021, 10:53 PM IST

ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ନୱାଜ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ COVID-୧୯ ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ...

Pakistan all-rounder Mohammad Nawaz tests positive for COVID-19 ahead of New Zealand series
ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ନୱାଜଙ୍କୁ କୋରୋନା

ରାୱଲପିଣ୍ଡି: ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ନୱାଜ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ COVID-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ପାକିସ୍ତାନ କ୍ରିକେଟ ବୋର୍ଡ(PCB)ର ନିୟମ ଅନୁଯାୟୀ, ନୱାଜଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି ।

ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ପିଣ୍ଡି କ୍ରିକେଟ ଷ୍ଟାଡିୟମରେ ସେପ୍ଟେମ୍ବର ୧୭ରୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯିବା ନେଇ ସୂଚୀ ରହିଛି । ବୁଧବାର ଇସଲାମାବାଦରେ ପହଞ୍ଚିଥିଲେ ବାମହାତୀ ସ୍ପିନର ନୱାଜ । ଫଳରେ ଦ୍ବିତୀୟ ରାଉଣ୍ଡରେ ଟେଷ୍ଟ ସମୟରେ ରିପୋର୍ଟ ପଜିଟିଭ ଥିବା ଜଣାପଡିଛି । ଏନେଇ PCB ପକ୍ଷରୁ ଘୋଷଣା କରାଯାଇଛି ।

ନ୍ୟୁଜିଲାଣ୍ଡ ଟିମ ଶନିବାର ଇସଲାମାବାଦରେ ପହଞ୍ଚିବ । ୩ଟି ଦିନିକିଆ ଓ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୩ ମଧ୍ୟରେ ଉଭୟ ଟିମ ମଧ୍ୟରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.