ETV Bharat / sports

T20 World Cup: ସେମିରେ ନ୍ୟୁଜିଲାଣ୍ଡଠୁ କେବେ ପରାସ୍ତ ହୋଇନାହିଁ ପାକିସ୍ତାନ, ଦେଖନ୍ତୁ ରେକର୍ଡ

ରାତି ପାହିଲେ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ତେବେ ଏହି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରୁ କାହାର ପଲ୍ଲା ଭାରି ରହିଛି ଆସନ୍ତୁ ନଜର ପକାଇବା । ଅଧିକ ପଢନ୍ତୁ

author img

By

Published : Nov 8, 2022, 10:27 PM IST

T20 World Cup : ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠୁ କେବେ ପରାସ୍ତ ହୋଇନାହିଁ ପାକିସ୍ତାନ, ଦେଖନ୍ତୁ ରେକର୍ଡ

ହାଇଦ୍ରାବାଦ: ରାତି ପାହିଲେ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ଏନେଇ ଉଭୟ ଦଳ ପକ୍ଷରୁ ପରସ୍ପରକୁ ମାତ୍ ଦେବା ପାଇଁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରଣନୀତି । ଗୋଟିଏ ପଟେ ବ୍ଲାକ୍ କ୍ୟାପ୍ସ କ୍ୟାପଟେନ ପାକିସ୍ତାନର ଫାଷ୍ଟ ବୋଲିଂ ପ୍ରତି ସତର୍କ ରହିଛି । ସେହିପରି ପାକିସ୍ତାନ ମଧ୍ୟ ଅପେକ୍ଷାକୃତ ଶକ୍ତିଶାଳୀ କିୱି ଦଳକୁ କିଭଳି ମାତ୍ ଦେଇ ହେବ ସେନେଇ ସ୍ବତନ୍ତ୍ର ରଣନିତୀ ପ୍ରସ୍ତୁତ କରିଛି । ତେବେ ଏହି ପାକିସ୍ତାନ ନ୍ୟୁଜିଲାଣ୍ଡ ମଧ୍ୟରୁ କାହାର ପଲ୍ଲା ଭାରି ରହିଛି ଆସନ୍ତୁ ନଜର ପକାଇବା ।

ବାବର ଆଜମ ନେତୃତ୍ବ ପାକିସ୍ତାନ ଓ କେନ୍ ୱିଲିୟମସନ ଅଧିନାୟକତ୍ବ ନ୍ୟୁଜିଲାଣ୍ଡ ଚଳିତ ଟି୨୦ ବିଶ୍ବକପରେ ସିଡନୀରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳିବେ । ଏହି ଦୁଇଟି ଦଳ ବିଶ୍ବକପରେ ତଥା ଦିନିକିଆ ଏବଂ ଟି-୨୦ରେ ସେମିଫାଇନାଲରେ ତିନି ଥର ମୁହାଁମୁହାଁ ହୋଇଛନ୍ତି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ତିନୋଟି ମ୍ୟାଚରେ କିୱି ଦଳକୁ ମାତ୍ ଦେଇ ବିଜୟ ଲାଭ କରିଛି ପାକିସ୍ତାନ । ବର୍ଷ ୧୯୯୨ରେ ଖେଳାଯାଇଥିବା ଦିନିକିଆ ବିଶ୍ବକପରେ ପ୍ରଥମ ଥର ପାଇଁ ବ୍ଲାକ୍ କେପ୍ସକୁ ପରାସ୍ତ କରିଥିଲା ମେନ୍ ଇନ୍ ଗ୍ରୀନ୍ । ଏହା ପରେ ଦିନିକିଆ ବିଶ୍ବକପ ବର୍ଷ ୧୯୯୯ରେ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ମେନ୍ ଇନ୍ ବ୍ଲାକ୍ ଓ ମେନ୍ ଇନ୍ ଗ୍ରୀନ । ଏହି ମହାମୁକାବିଲାରେ ମଧ୍ୟ ପାକିସ୍ତାନଠାରୁ ପରାସ୍ତ ହୋଇଥିଲା ନ୍ୟୁଜିଲାଣ୍ଡ । ସେହିପରି ଟି୨୦ ବିଶ୍ବକପର ପ୍ରଥମ ସଂସ୍କରଣ ତଥା ବର୍ଷ ୨୦୦୭ ସେମିଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ କଡା ଟକ୍କର ହୋଇଥିଲା । ଏହି ମ୍ୟାଚରେ ମଧ୍ୟ ମେନ୍ ଇନ୍ ଗ୍ରୀନକୁ ମାତ୍ ଦେବାରେ ବିଫଳ ହୋଇଥିଲା ବ୍ଲାକ୍ କ୍ୟାପ୍ସ । ଟି୨୦ ବିଶ୍ବକପର ପ୍ରଥମ ସଂସ୍କରଣ ସେମିଫାଇନାଲରେ ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା । ଏପର୍ଯ୍ୟନ୍ତ ବିଶ୍ବକପ ସେମିଫାଇନାଲ ମୁକାବିଲାରେ ପାକିସ୍ତାନକୁ ପରାଜୟ ସ୍ବାଦ ଚଖାଇବାରେ ବିଫଳ ରହିଛି କିୱି ଦଳ ।

ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୨୮ ଥର ଟି୨୦ ମୁକାବିଲା ହୋଇଛି । ଏଥିରେ ସର୍ବାଧିକ ବିଜୟ ରେକର୍ଡ ପାକିସ୍ତାନ ସପକ୍ଷରେ ଯାଇଛି । ୨୮ ଟି ମ୍ୟାଚରୁ ୧୭ ଥର ପାକିସ୍ତାନ ବିଜୟୀ ହୋଇଥିବା ବେଳେ ୧୧ ଥର ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.