ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବ୍ୟାଟର ବିରେନ୍ଦ୍ର ସେହ୍ବାଗ ସୋମବାର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ସମର୍ଥନ ଜଣାଇଛନ୍ତି । ରବିବାର ICC ପୁରୁଷ ଟି-୨୦ ବିଶ୍ବକପରେ ପାକିସ୍ତାନ ଠାରୁ ମେନ ଇନ୍ ବ୍ଲୁ ପରାସ୍ତ ହେବାପରେ ସାମିଙ୍କୁ ଲଗାତାର ଅନଲାଇନ୍ ଦୁର୍ବ୍ୟବହାରର ଶିକାର ହେବାକୁ ପଡିଛି । ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି ସେହ୍ବାଗ ।
ସାମିଙ୍କୁ ସମର୍ଥନ ଜଣାଇ ସେହ୍ବାଗ ଟ୍ବିଟରେ ଲେଖିଛନ୍ତି, "ମହମ୍ମଦ ସାମିଙ୍କ ଉପରେ ଅନଲାଇନ ଆକ୍ରମଣ ଚକିତ କରିଛି, ଆମେ ତାଙ୍କୁ(ସାମି) ସମର୍ଥନ କରୁଛୁ । ସେ ଜଣେ ଚମ୍ପିଆନ ଖେଳାଳି ଓ ଯିଏ କେହି ବି ଭାରତର କ୍ୟାପ୍ ପିନ୍ଧନ୍ତି ସେ ତାଙ୍କ ହୃଦୟରେ ଭାରତକୁ ଏତେ ପରିମାଣରେ ରଖିଥାନ୍ତି ଯେ କୌଣସି ଅନଲାଇନ ମବ୍ (ଆକ୍ରମଣକାରୀ ଗୋଷ୍ଠୀ)ଙ୍କ ଠାରୁ ଏହି ତୁଳନା ଢେର ଅଧିକ । ୱିଥ୍ ୟୁ ସାମି । ଆଗାମୀ ମ୍ୟାଚ୍ରେ ଦେଖାଅ ଜଲୱା ।"
-
The online attack on Mohammad Shami is shocking and we stand by him. He is a champion and Anyone who wears the India cap has India in their hearts far more than any online mob. With you Shami. Agle match mein dikado jalwa.
— Virender Sehwag (@virendersehwag) October 25, 2021 " class="align-text-top noRightClick twitterSection" data="
">The online attack on Mohammad Shami is shocking and we stand by him. He is a champion and Anyone who wears the India cap has India in their hearts far more than any online mob. With you Shami. Agle match mein dikado jalwa.
— Virender Sehwag (@virendersehwag) October 25, 2021The online attack on Mohammad Shami is shocking and we stand by him. He is a champion and Anyone who wears the India cap has India in their hearts far more than any online mob. With you Shami. Agle match mein dikado jalwa.
— Virender Sehwag (@virendersehwag) October 25, 2021
ରବିବାର ଟି-୨୦ ବିଶ୍ବକପରେ ପାକିସ୍ତାନ ଠାରୁ ଭାରତ ହାରିବା ପରେ ସାମିଙ୍କୁ କିଛି ଅମାନିଆ ଫ୍ୟାନ୍ସ ଟାର୍ଗେଟ କରିଛନ୍ତି ଓ ଅଶାଳୀନ ଟିପ୍ପଣୀ କରିବାକୁ ମଧ୍ୟ ପଛଇନାହାଁନ୍ତି । ଭାରତର ପରାଜୟର କିଛି ସମୟ ମଧ୍ୟରେ ଇନଷ୍ଟାଗ୍ରାମ ଓ ଟ୍ବିଟରରେ ମହମ୍ମଦ ସାମିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ ଫ୍ୟାନ୍ସ ।
ପାକିସ୍ତାନ ରବିବାର ଖେଳାଯାଇଥିବା ମ୍ୟାଚ୍ରେ ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ ସହ ଭାରତ ବିପକ୍ଷରେ ୧୦ ୱିକେଟରେ ବଡ ବିଜୟ ହାସଲ କରିଛି । ଏଥିସହ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ରେକର୍ଡକୁ ଭଙ୍ଗ କରିଛନ୍ତି ବାବର ଆଜମଙ୍କ ଟିମ ।
ଦୁଇ ପାକିସ୍ତାନୀ ଓପନର ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ଉପରେ କୌଣସି ଭାରତୀୟ ବୋଲର ପ୍ରଭାବ ପକାଇପାରିନଥିଲେ । ଏହାପରେ ବିରାଟ କୋହଲିଙ୍କୁ ମଧ୍ୟ ମ୍ୟାଚ୍ ଚାଲୁଥିବା ସମୟରେ ଅଧିନାୟକତ୍ବ ପାଇଁ ଟ୍ରୋଲ୍'ର ଶିକାର ହେବାକୁ ପଡିଥିଲା ।
ରିଜୱାନ ୭୯* ଓ ବାବର ୬୮* ରନ୍ର ଅପରାଜିତ ଇଂନିସ ଖେଳି ୧୫୨ ରନ୍ର ଟାର୍ଗେଟକୁ କୌଣସି ୱିକେଟ ନ ହରାଇ ସୁରକ୍ଷିତ ହାସଲ କରିନେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ