ETV Bharat / sports

କୋହଲିଙ୍କ ସହ ସ୍ବର ମିଳାଇଲେ ୱିଲିୟମସନ, ଗୋଟିଏ ପରାଜୟରେ ଶ୍ରେଷ୍ଠତା ମପାଯାଏନି - ବିଶ୍ବ ଟେଷ୍ଟ ଚମ୍ପିଆନସିପ

ଭାରତୀୟ ଟିମ ବେଶ ଶକ୍ତିଶାଳୀ ବୋଲି ସ୍ବୀକାର କରିଛନ୍ତି ୱିଲିୟମସନ । ଅଧିକ ପଢନ୍ତୁ...

One-off final never really tells the whole picture, this Indian side is formidable: Kane Williamson
କୋହଲିଙ୍କ ସହ ସ୍ବର ମିଳାଇଲେ ୱିଲିୟମସନ, ଗୋଟିଏ ପରାଜୟରେ ଶ୍ରେଷ୍ଠତା ମପାଯାଏନି
author img

By

Published : Jun 28, 2021, 10:15 PM IST

ଲଣ୍ଡନ: କେବଳ ଗୋଟିଏ ପରାଜୟ ଆଧାରରେ ଶକ୍ତିଶାଳୀର ସମସ୍ତ ଶକ୍ତି ଆକଳନ କରିବା ଓ ଶ୍ରେଷ୍ଠତା ମାପିବା ଅନୁଚିତ୍‌ । ବିରାଟ କୋହଲିଙ୍କ ନେତୃତ୍ବରେ ବର୍ତ୍ତମାନର ଭାରତୀୟ ଟିମ ଉଦ୍ଦେଶ୍ୟରେ ଏପରି କିଛି କହିଛନ୍ତି, ସଦ୍ୟ ସମାପ୍ତ ହୋଇଥିବା WTC ଫାଇନାଲ ବିଜେତା କ୍ୟାପେଟନ କେନ ୱିଲିୟମସନ । ଭାରତୀୟ ଟିମ ବେଶ ଶକ୍ତିଶାଳୀ ବୋଲି ସ୍ବୀକାର କରିଛନ୍ତି ୱିଲିୟମସନ ।

ସାଉଥାମ୍ପଟନରେ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ 8 ୱିକେଟରେ ଭାରତକୁ ହରାଇ ଟେଷ୍ଟର ବିଶ୍ବ ଚମ୍ପିଆନ ବନିଥିଲା। 139 ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା କିୱି ଟିମ ଓ ଅରାଜିତ ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ କ୍ୟାପଟେନ ୱିଲିୟମସନ ।

ୱିଲିୟମସନ WTC ବିଜୟକୁ ନେଇ କହିଛନ୍ତି, "ଗୋଟିଏ ନିର୍ଣ୍ଣାୟକ ମ୍ୟାଚ୍‌ ଉତ୍ସାହ ବଢାଇଥାଏ, ବିଜୟ ଓ ପରାଜୟର ବ୍ୟବଧାନକୁ କମ କରିଥାଏ, ମାତ୍ର ବାସ୍ତବରେ ସଂପୂର୍ଣ୍ଣ ସାଂରାଶ ବର୍ଣ୍ଣନା କରିନଥାଏ ।

ଭାରତୀୟ ଟିମ ଏକ ଶକ୍ତିଶାଳୀ ଟିମ, ଏହା ଏକ ମହାନ ଟିମ, ବିପକ୍ଷରେ ବିଜୟ ହାସଲ କରିଥିବାରୁ ଆମେ ଗର୍ବିତ । ମାତ୍ର ଏହା କଦାପି ଅଗ୍ରାହ୍ୟ କରିହେବ ନାହିଁ ଯେ, ଭାରତ କେତେ ଶକ୍ତିଶାଳୀ ଟିମ ଓ କେତେ କ୍ବାଲିଟି ଟିମ ।"

ୱିଲିୟମସନ ଆହୁରି ମଧ୍ୟ କହିଛନ୍ତି, "ଏହା ନିଃସନ୍ଦେହ, ସେମାନେ ଅଧିକ ସଂଖ୍ୟକ ମ୍ୟାଚ୍‌ ଜିତିଛନ୍ତି । ସେମାନଙ୍କ ପାଖରେ ଯେଉଁ ବୋଲିଂ ଆକ୍ରମଣ ରହିଛି, ତାହା ବିଶ୍ବରେ ଶ୍ରେଷ୍ଠ । ଅବିଶ୍ବସନୀୟ ସ୍ପିନ ବୋଲର ଓ ବିଶେଷ କରି ବ୍ୟାଟିଂ କେତେ ଦୃଢ ତାବା ବର୍ଣ୍ଣନା କରିବାର ଆବଶ୍ୟକତା ନାହିଁ । ଭାରତୀୟ ଖେଳାଳିମାନେ କ୍ରିକେଟର ମହାନ ଆମ୍ବାସଡର । ସେଥିପାଇଁ ଜାତୀୟ ଦଳପ୍ରତି ଭାରତୀୟ ପ୍ରଂଶସକଙ୍କ ଭଲପାଇବା ବାସ୍ତବିକ ଇର୍ଷଣୀୟ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.