ETV Bharat / sports

ଲିଡର ହେବାକୁ ଆବଶ୍ୟକ ନାହିଁ ଅଧିନାୟକ ପଦ: ବିରାଟ କୋହଲି

author img

By

Published : Jan 31, 2022, 4:56 PM IST

ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୨୪ଟି ସିରିଜରୁ ମାତ୍ର ୫ଟିରେ ପରାସ୍ତ ହୋଇଛି । ବିରାଟଙ୍କ ୬୮ଟି ଟେଷ୍ଟମ୍ୟାଚ୍‌ରେ ଭାରତର ଅଧିନାୟକ ରହିଛନ୍ତି ଓ ସେଥିମଧ୍ୟରୁ ୪୦ଟିରେ ଭାରତ ବିଜୟୀ ହୋଇଛି । ଅଧିକ ପଢନ୍ତୁ

One doesn't need to be captain to be 'leader' within a group: Kohli
ଲିଡର ହେବାକୁ ଆବଶ୍ୟକ ନାହିଁ ଅଧିନାୟକ ପଦ: ବିରାଟ କୋହଲି

ନୂଆଦିଲ୍ଲୀ: ଅଧିନାୟକ ପଦ ନେଇ ଭାରତୀୟ ବ୍ୟାଟ୍‌ର ବିରାଟ କୋହଲିଙ୍କ ବଡ ବୟାନ । ଏକ ଟିମର ଲିଡର ହେବାପାଇଁ ଜଣଙ୍କୁ ନିହାତି ଅଧିନାୟକ ହେବା ଆବଶ୍ୟକ ନାହିଁ କହିଛନ୍ତି କୋହଲି । ଚଳିତ ମାସ ଆରମ୍ଭରେ କୋହଲି, ଭାରତର ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ୨-୧ରେ ହାରିବା ପରେ କୋହଲି ଅଧିନାୟକ ଛାଡିଥିଲେ । ଗତବର୍ଷ ୩୩ ବର୍ଷୀୟ ଷ୍ଟାର ବ୍ୟାଟ୍‌ର ଟି-୨୦ ଅଧିନାୟକ ପଦ ମଧ୍ୟ ଛାଡିଥିଲେ । ଏହାପରେ ଚୟନକର୍ତ୍ତା ହ୍ବାଇଟ୍‌ ବଲ୍‌ ଫର୍ମାଟରେ ଜଣେ କ୍ୟାପଟ୍‌ନ ଚାହାନ୍ତି ଦର୍ଶାଇ ତାଙ୍କୁ ODI ଟିମର ଅଧିନାୟକ ପଦରୁ ହଟାଇଥିଲେ ।

ଏହାମଧ୍ୟ ପଢନ୍ତୁ: Budget session: ସମଗ୍ର ଦେଶରେ ଖେଲୋ ଇଣ୍ଡିଆ କେନ୍ଦ୍ର ପ୍ରତିଷ୍ଠା ନେଇ ରାଷ୍ଟ୍ରପତିଙ୍କ ଘୋଷଣା

କୋହଲି କହିଛନ୍ତି, "ସବୁ ଜିନିଷର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ଓ ସମୟସୀମା ଥାଏ, ଏହାକୁ ଗ୍ରହଣ କରିବା ଉଚିତ୍‌ । ଜଣେ ବ୍ୟାଟ୍‌ର ଭାବେ ଟିମ ପାଇଁ ଅଧିକ ପ୍ରଦର୍ଶନ କରିବାକୁ ସକ୍ଷମ ହୋଇପାରନ୍ତି, ସେଥିପାଇଁ ଏହାକୁ ନେଇ ଗର୍ବିତ ହେବା ଉଚିତ୍‌ । ଲିଡ୍‌ର ପାଇଁ ଜଣେ ଅଧିନାୟକ ହେବାର ନିହାତି ଆବଶ୍ୟକତା ନାହିଁ । ଯେତେବେଳେ ମହେନ୍ଦ୍ର ସିଂହ ଧୋନି ଟିମରେ ଥିଲେ, ସେ ଟିମର ଲିଡର ଥିଲେ । ସେ ଏପରି ଥିଲେ ଯାହାଙ୍କ ଠାରୁ ଏବେବି ଆମେ ଶିଖିବାକୁ ଚାହୁଁଥିଲୁ । ବିଜୟ କିମ୍ବା ପରାଜୟ କାହା ହାତରେ ନଥାଏ । କେବଳ ଉତ୍କର୍ଷତା ଓ ଅଭିଜ୍ଞତାକୁ ପାଥେୟ କରି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରତିଦିନ ପ୍ରସ୍ତୁତ ହେବାକୁ ପଡେ ।"

ଏହାମଧ୍ୟ ପଢନ୍ତୁ: କ୍ରିକେଟକୁ ଅଲବିଦା କହିଲେ ଇଂଲଣ୍ଡ ଅଲରାଉଣ୍ଡର ଟିମ ବ୍ରେସ୍‌ନନ

ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୨୪ଟି ସିରିଜରୁ ମାତ୍ର ୫ଟିରେ ପରାସ୍ତ ହୋଇଛି । ବିରାଟଙ୍କ ୬୮ଟି ଟେଷ୍ଟମ୍ୟାଚ୍‌ରେ ଭାରତର ଅଧିନାୟକ ରହିଛନ୍ତି ଓ ସେଥିମଧ୍ୟରୁ ୪୦ଟିରେ ଭାରତ ବିଜୟୀ ହୋଇଛି । ବିଜୟ ପ୍ରତିଶତରେ ବିରାଟ ଭାରତର ସର୍ବକାଳୀନ ସଫଳତମ ଟେଷ୍ଟ ଅଧିନାୟକ ରହିଛନ୍ତି । ବିଦେଶ ମାଟିରେ କୋହଲିଙ୍କ ଟିମ ୩୬ଟି ମ୍ୟାଚ୍‌ରୁ ୧୬ଟିରେ ବିଜୟୀ ହୋଇଛି ଓ ବିଜୟ ପ୍ରତିଶତ ସନ୍ତୋଷଜନକ ୪୪.୪୪ ରହିଛି । ଏହା ଅତିକମ୍‌ରେ ୧୦ଟି ମ୍ୟାଚ୍‌ରେ ନେତୃତ୍ବ ନେଇଥିବା ଜଣେ ଭାରତୀୟ କିମ୍ବା ଏସୀୟ ଅଧିନାୟକଙ୍କ ପାଇଁ ସର୍ବାଧିକ ବିଜୟ ପ୍ରତିଶତ ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.