ETV Bharat / sports

ଯେବେ ପାକିସ୍ତାନକୁ ଏକାକୀ ଅଲଆଉଟ୍‌ କରିଥିଲେ ଅନିଲ କୁମ୍ବଲେ

author img

By

Published : Feb 7, 2022, 9:20 PM IST

ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ(ଫେବୃଆରୀ ୭) ଏକ ସ୍ମରଣୀୟ ଦିନ । ୨୩ ବର୍ଷ ତଳେ ଆଜିର ଦିନରେ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେ ଏକାକୀ ପାକିସ୍ତାନକୁ ଅଲଆଉଟ୍‌ କରିବା ସହ ଗୋଟିଏ ଟେଷ୍ଟ ଇଂନିସରେ ସମସ୍ତ ୧୦ ୱିକେଟ ହାସଲ କରିଥିଲେ । ଅଧିକ ପଢନ୍ତୁ

On this day in 1999: Anil Kumble became second bowler to take all ten wickets in Test innings
ଯେବେ ପାକିସ୍ତାନକୁ ଏକାକୀ ଅଲଆଉଟ୍‌ କରିଥିଲେ ଅନିଲ କୁମ୍ବଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ(ଫେବୃଆରୀ ୭) ଏକ ସ୍ମରଣୀୟ ଦିନ । ୨୩ ବର୍ଷ ତଳେ ଆଜିର ଦିନରେ ପୂର୍ବତନ ଭାରତୀୟ ସ୍ପିନର ଅନିଲ କୁମ୍ବଲେ ଏକାକୀ ପାକିସ୍ତାନକୁ ଅଲଆଉଟ୍‌ କରିବା ସହ ଗୋଟିଏ ଟେଷ୍ଟ ଇଂନିସରେ ସମସ୍ତ ୧୦ ୱିକେଟ ହାସଲ କରିଥିଲେ ।

  • #OnThisDay in 1999 📅

    Anil Kumble tore through Pakistan, becoming only the second man in history to pick up 🔟 wickets in an innings 🤯

    His 10/74 helped India register a 212-run victory in the second Test against their arch-rivals at the Feroz Shah Kotla 🙌 pic.twitter.com/8HT6CZ1ewr

    — ICC (@ICC) February 7, 2022 " class="align-text-top noRightClick twitterSection" data=" ">

ଏହାମଧ୍ୟ ପଢନ୍ତୁ: IND vs WI: ୧୦୦୦ତମ ଦିନିକିଆରେ ଭାରତର ଦମଦାର ବିଜୟ

ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମ(ବର୍ତ୍ତମାନର ଅରୁଣ ଜେଟଲି ଷ୍ଟାଡିୟମ) ରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ବିତୀୟ ଟେଷ୍ଟରେ ଏହି କରିସ୍ମା କରିଥିଲେ କୁମ୍ବଲେ । ପାକିସ୍ତାନ ସାମ୍ନାରେ ୪୨୦ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ଜବାବରେ ଭ୍ରମଣକାରୀ ଟିମକୁ ଜବରଦସ୍ତ ଆରମ୍ଭ ମିଳିଥିଲା । ପ୍ରଥମ ୱିକେଟ ଯୋଡିରେ ଦୁଇ ଓପନର ସାହିଦ ଆଫ୍ରିଦୀ ଓ ସଇଦ ଅନୱାର ୧୦୧ ରନ୍‌ର ଭାଗିଦାରୀ କରିଥିଲେ । ମାତ୍ର କୁମ୍ବଲେ ବୋଲିଂ କରିବାକୁ ଆସି ପାକିସ୍ତାନ ବ୍ୟାଟିଂକୁ ଧ୍ବସ୍ତ କରିଦେଇଥିଲେ ।

ଭେଟେରାନ ଲେଗସ୍ପିନର ପ୍ରଥମେ ଆଫ୍ରିଦୀଙ୍କୁ ୨୫ତମ ଓଭରରେ ୪୧ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ଆଉଟ୍‌ କରିଥିଲେ । ଏହାପରେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ଓ ୧୨୮ ରନ୍‌ର ୬ ୱିକେଟ ହରାଇ ସଂକଟରେ ପଡିଥିଲା । କୁମ୍ବଲେ ନିୟମିତ ବ୍ୟବଧାନରେ ୱିକେଟ ଅକ୍ତିଆର କରିଥିଲେ ଓ ୬୧ତମ ଓଭରରେ ୱାସିମ ଆକ୍ରମଙ୍କୁ ଆଉଟ୍‌ କରି ୧୦ ୱିକେଟ ପୂରଣ କରିଥିଲେ ।

କୁମ୍ବଲେଙ୍କ ଏହି ଅବିଶ୍ବସନୀୟ ପ୍ରଦର୍ଶନ ଫଳରେ ଭାରତ ୨୧୨ ରନରେ ବୃହତ ବିଜୟ ହାସଲ କରିଥିଲା । ଟେଷ୍ଟ କ୍ରିକେଟ ଇତିହାସରେ ଇଂଲଣ୍ଡର ଜିମ ଲେକରଙ୍କ ପରେ ଗୋଟିଏ ଟେଷ୍ଟ ଇଂନିସରେ ସମସ୍ତ ୧୦ ୱିକେଟ ହାସଲ କରିବାରେ କୁମ୍ବଲେ ବିଶ୍ବର ଦ୍ବିତୀୟ ବୋଲର ହୋଇଥିଲେ । ୨୬.୩ ଓଭର ବୋଲିଂ କରି ୭୪ ରନ୍‌ ବ୍ୟୟରେ ୧୦ ୱିକେଟ ଅକ୍ତିଆର କରିଥିଲେ କୁମ୍ବଲେ । କିମ୍ବଦନ୍ତୀ କ୍ରିକେଟର କୁମ୍ବଲେ ବର୍ଷ ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । କ୍ରିକେଟର ଲମ୍ବା ଫର୍ମାଟରେ ୬୧୯ ୱିକେଟ ସହ କ୍ୟାରିୟର ଶେଷ କରିଥିଲେ । ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ ତାଲିକାରେ ସେ ଶ୍ରୀଲଙ୍କାର ମୁଥୟା ମୂରଲିଧରନ(୮୦୦) ଓ ଅଷ୍ଟ୍ରେଲିଆର ସେନ ୱାର୍ଣ୍ଣ(୭୦୮)ଙ୍କ ପରେ ତୃତୀୟରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.