ETV Bharat / sports

ସ୍ମୃତିରେ ସଚିନଙ୍କ ପ୍ରଥମ ଦିନିକିଆ ଶତକ - ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର

ବର୍ଷ ୧୯୯୪ ଆଜିର ଦିନରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପ୍ରଥମ ଶତକ ହାସଲ କରିଥିଲେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର । ଅଧିକ ପଢନ୍ତୁ...

On this day in 1994: Tendulkar scored his maiden ODI ton
ସ୍ମୃତିରେ ସଚିନଙ୍କ ପ୍ରଥମ ଦିନିକିଆ ଶତକ
author img

By

Published : Sep 9, 2021, 6:27 PM IST

ନୂଆଦିଲ୍ଲୀ: ୨୭ବର୍ଷ ତଳେ(ବର୍ଷ ୧୯୯୪) ଆଜିର ଦିନରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ପ୍ରଥମ ଶତକ ହାସଲ କରିଥିଲେ ।

ଦିନିକିଆ କ୍ରିକେଟରେ ସଚିନଙ୍କ ନାମରେ ୪୯ଟି ଶତକ ରହିଛି, ମାତ୍ର ନିଜର ୭୯ତମ ୫୦ ଓଭର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ କଲମ୍ବୋରେ ପ୍ରଥମ ଶତକ ହାସଲ କରିଥିଲେ । ମାଷ୍ଟର ବ୍ଳାଷ୍ଟର ୧୩୦ ବଲ୍‌ରୁ ୧୧୦ ରନର ଇଂନିସ ଖେଳିଥିଲେ, ଯେତେବେଳେ ଉକ୍ତ ମ୍ୟାଚରେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ୫୦ ରନ୍‌ ମାର୍କ ପାର୍‌ କରିପାରିନଥିଲେ ।

ସଚିନଙ୍କ ଏହି ଇଂନିସ ବଳରେ ଭାରତ ୩୧ ରନ୍‌ରେ ବିଜୟୀ ହୋଇଥିଲା । ୮ଟି ଚୌକା ଓ ୨ଟି ଛକା ସହାୟତାରେ ଏହି ଦର୍ଶନୀୟ ଇଂନିସ ପାଇଁ ତେନ୍ଦୁଲକର ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ହୋଇଥିଲେ ।

ତେବେ ଏହାପୂର୍ବରୁ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିସାରିଥିଲେ ତେନ୍ଦୁଲକର । ମାତ୍ର ୧୭ ବର୍ଷ ଓ ୧୧୨ ଦିନରେ ସେ ତୃତୀୟ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟ ଶତକ ହାସଲ କରିଥିଲେ ।

ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଶତକ ହାସଲ କରିବାକୁ ସେ ୮ଟି ଟେଷ୍ଟ ମ୍ୟାଚ୍‌ ନେଇଥିଲେ । ୧୮୯ ବଲ୍‌ରୁ ୧୧୯ ରନ୍‌ର ଅପରାଜିତ ଶତକୀୟ ଇଂନିସ ବଳରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ ଡ୍ର ରଖିଥିଲା ଭାରତ ।

ନଭେମ୍ବର ୧୫, ୧୯୮୯ରେ ତେନ୍ଦୁଲକର ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ । ସମାନ ବର୍ଷ ଡିସେମ୍ବର ୧୮ରେ ସେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିବାର ସୌଭାଗ୍ୟ ପାଇଥିଲେ । କିମ୍ବଦନ୍ତୀ କ୍ରିକେଟରଙ୍କ ନାମରେ କ୍ରିକେଟ'ର ଲମ୍ବା ଫର୍ମାଟରେ ସର୍ବାଧିକ ୧୫,୯୨୧ ରନ୍‌ ରହିଛି । ୫୧ଟି ଟେଷ୍ଟ ଶତକ ମଧ୍ୟ ତାଙ୍କ ନାମରେ ରହିଛି ଯାହାକି ବିଶ୍ବର କୌଣସି ବି ଖେଳାଳିଙ୍କ ଠାରୁ ଅଧିକ । ଦିନିକିଆ କ୍ରିକେଟରେ ମଧ୍ୟ ତେନ୍ଦୁଲକରଙ୍କ ସମାନ ପ୍ରକାର ରେକର୍ଡ ରହିଛି । ୪୯ଟି ଶତକ ସହ ୧୮,୪୨୬ ରନ ସଂଗ୍ରହ କରିଛନ୍ତି ।

ନିଜର ୨୪ ବର୍ଷର ଦୀର୍ଘ କ୍ରିକେଟ କ୍ୟାରିୟରରେ ତେନ୍ଦୁଲକର ୬ଟି ବିଶ୍ବକପରେ ଦେଶର ପ୍ରତିନିଧିତ୍ବ କରିଛନ୍ତି । ୨୦୧୧ ବିଶ୍ବକପ ବିଜେତା ଭାରତୀୟ ସ୍କ୍ବାଡର ସଦସ୍ୟ ରହିଛନ୍ତି ତେନ୍ଦୁଲକର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.