ETV Bharat / sports

ସ୍ମୃତିରେ ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ ଡେବ୍ୟୁ - sports news

ବର୍ଷ ୧୯୮୯ରେ କରାଚୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ଟେଷ୍ଟ ମ୍ୟାଚ୍‌ରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ସଚିନ ତେନ୍ଦୁଲକର । ଅଧିକ ପଢନ୍ତୁ

On this day in 1989: Master Blaster Sachin Tendulkar made his international debut
କ୍ରିକେଟ ମୈଦାନରେ ଆଜିର ଦିନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ମାଷ୍ଟର ବ୍ଳାଷ୍ଟର
author img

By

Published : Nov 15, 2021, 3:43 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ(ନଭେମ୍ବର ୧୫) ଏକ ସ୍ବତନ୍ତ୍ର ଦିନ । ୩୨ ବର୍ଷ ପୂର୍ବରୁ ବର୍ଷ ୧୯୮୯ ଆଜିର ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ।

On this day in 1989: Master Blaster Sachin Tendulkar made his international debut
ପୂର୍ବତନ ଭାରତୀୟ କ୍ୟାପଟେନ ମହମ୍ମଦ ଆଝାରୁଦ୍ଦିନଙ୍କ ସହିତ ସଚିନ ତେନ୍ଦୁଲକର

୧୯୮୯ରେ କରାଚୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକ ଟେଷ୍ଟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ ତେନ୍ଦୁଲକର । ସମାନ ମ୍ୟାଚ୍‌ରେ ପାକିସ୍ତାନ ଦ୍ରୁତ ବୋଲର ୱାକର ୟୁନିସ ମଧ୍ୟ ଡେବ୍ୟୁ କରିଥିଲେ । ଏହି ମ୍ୟାଚ୍‌ ଅମୀମାସିଂତ ଭାବେ ଶେଷ ହୋଇଥିଲା । ଟେଷ୍ଟ ମ୍ୟାଚ୍‌ରେ ତେନ୍ଦୁଲକରଙ୍କୁ ୧୫ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ୱାକର ୟୁନିସ ଆଉଟ୍‌ କରିଥିଲେ ।

ମାଷ୍ଟର ବ୍ଳାଷ୍ଟର ସଚିନ ତେନ୍ଦୁଲକର

ତେବେ ଏହାପରେ ତେନ୍ଦୁଲକରଙ୍କ ଅବଶିଷ୍ଟ କ୍ୟାରିୟର କ୍ରିକେଟ ଇତିହାସରେ ଏକ ମହାନ ଖେଳାଳି ଭାବେ ସ୍ଥାନ ପାଇଥିଲା । 'ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟର' ଓ 'ମାଷ୍ଟରବ୍ଳାଷ୍ଟର' ଉପାଧି ମଧ୍ୟ ମିଳିଥିଲା ।

ବର୍ଷ ୨୦୧୩ରେ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିଥିଲେ । ସେତେବେଳକୁ ଉଭୟ ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆରେ ସେ ସର୍ବାଧିକ ରନ୍‌ ସଂଗ୍ରହକାରୀ ଖେଳାଳି ହୋଇସାରିଥିଲେ । ସର୍ବାଧିକ ଅନ୍ତର୍ଜାତୀୟ ଶତକ କିର୍ତ୍ତୀମାନ ମଧ୍ୟ ସଚିନଙ୍କ ନାମରେ ରହିଛି ।

ବର୍ଷ ୨୦୧୯ରେ ସେ ଷଷ୍ଠ ଭାରତୀୟ ଭାବେ ICC ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଥିଲେ । ୪୬ ବର୍ଷୀୟ ସଚିନ ମାତ୍ର ୧୬ ବର୍ଷ ବୟସରେ ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିଥଲେ ଓ କିଛିଦିନ ମଧ୍ୟରେ ଦେଶର ଲୋକପ୍ରିୟ ପସନ୍ଦର କ୍ରିକେଟର ବନିଯାଇଥିଲେ ।

ସମସ୍ତ ଫର୍ମାଟରେ ୩୪,୩୭୫ ରନ୍‌ ସଚିନଙ୍କ ଆଭରେଜ ରନ୍‌ ରହିଛି, ଯାହାକି ଦ୍ବିତୀୟ ସ୍ଥାନରେ ଥିବା ପୂର୍ବତନ ଶ୍ରୀଲଙ୍କା କ୍ରିକେଟର କୁମାର ସାଙ୍ଗାକାରାଙ୍କ ରନ୍‌ ଠାରୁ ୬,୦୦୦ ରନ୍‌ ଅଧିକ । ଇଣ୍ଡିଆନ ପ୍ରିମିୟର ଲିଗ(IPL) ରେ ପ୍ରତିନ୍ଦ୍ବନ୍ଦ୍ବୀତା କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଟିମର ମେଣ୍ଟର ମଧ୍ୟ ରହିଛନ୍ତି ମାଷ୍ଟର ବ୍ଳାଷ୍ଟର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.