ETV Bharat / sports

ୱିମ୍ବଲଡନ, Euro 2020 ଦର୍ଶକ ଗ୍ୟାଲେରୀରେ ଭାରତୀୟ କ୍ରିକେଟର

ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟିମ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ(WTC) ଖେଳିବା ପରେ ଖେଳାଳିଙ୍କୁ ଇଂଲଣ୍ଡରେ ପ୍ରାୟ ଦେଢମାସ ସମୟ ବ୍ରେକ ମିଳିଛି । ଅଧିକ ପଢନ୍ତୁ...

author img

By

Published : Jul 10, 2021, 7:42 AM IST

On a break, Indian cricketers enjoy Euro 2020, Wimbledon
ୱିମ୍ବଲଡନ, Euro 2020 ଦର୍ଶକ ଗ୍ୟାଲେରୀରେ ଭାରତୀୟ କ୍ରିକେଟର

ଲଣ୍ଡନ: ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ ଟିମ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ(WTC) ଖେଳିବା ପରେ ଖେଳାଳିଙ୍କୁ ଇଂଲଣ୍ଡରେ ପ୍ରାୟ ଦେଢମାସ ସମୟ ବ୍ରେକ ମିଳିଛି । ଜୁଲାଇ 15 ପର୍ଯ୍ୟନ୍ତ କୌଣସି କ୍ରିକେଟ ଅଭ୍ୟାସ ସୂଚୀ ନାହିଁ । ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ବିରାଟ ବାହିନୀ ଇଂଲଣ୍ଡରେ ରହିଛି ।

ଭାରତୀୟ ଖେଳାଳି ଏହି 3 ସପ୍ତାହର ଛୁଟିରେ ଶୀର୍ଷ ଅନ୍ତର୍ଜାତୀୟ ଇଭେଣ୍ଟ ଉପଭୋଗ କରିବାରେ ଲାଗିଛନ୍ତି । ଇଂଲଣ୍ଡରେ Euro 2020 ଓ ୱିମ୍ବଲଡନ ଭଳି ମେଗା କ୍ରୀଡା ଇଭେଣ୍ଟ ଜାରି ରହିଛି । ଫଳରେ କିଛି ଖେଳାଳିଙ୍କୁ ଏହି ମେଗା ପ୍ରତିଯୋଗିତାର ଦର୍ଶକ ଗ୍ୟାଲେରୀରେ ଦେଖିବାକୁ ମିଳିଛି ।

କୋଚ ରବି ଶାସ୍ତ୍ରୀ ଓ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ସୋସିଆଲ ମିଡିଆରେ ୱିମ୍ବଲଡନ ମ୍ୟାଚ ଉପଭୋଗ କରୁଥିବା ସେୟାର କରିଛନ୍ତି । ଋଷଭ ପନ୍ତ, ଜଶପ୍ରୀତ ବୁମରା, ହନୁମା ବିହାରୀ Euro 2020 ଲଢେଇ ଦେଖିବାକୁ ଲଣ୍ଡନର ୱିମ୍ବଲେ ଷ୍ଟାଡିୟମରେ ଦେଖିବାକୁ ମିଳିଛି ।

ନିକଟରେ ବିହାହ କରିଥିବା ଜଶପ୍ରୀତ ବୁମରା ଓ ପତ୍ନୀ ସଞ୍ଜନା ଗନେସନ ୱିମ୍ବଲଡନ ଷ୍ଟାଡିୟମ ପହଞ୍ଚି ଇଟାଲି ଓ ସ୍ପେନ ବିପକ୍ଷ ସେମିଫାଇନାଲ ମ୍ୟାଚର ମଜା ଉଠାଇଛନ୍ତି । ପୂର୍ବରୁ ପନ୍ତ ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା କ୍ବାର୍ଟର-ଫାଇନାଲ ମ୍ୟାଚ ଉପଭୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.