ETV Bharat / sports

BCCI ସିନିୟର ମହିଳା ଟି୨୦ ଲିଗ୍‌: ତ୍ରିବେନ୍ଦ୍ରମ ଗସ୍ତ କଲା ଟିମ୍‌ ଓଡିଶା - ତ୍ରିବେନ୍ଦ୍ରମ ଗସ୍ତ କଲା ଓଡ଼ିଶାର ୨୦ ଜଣିଆ ମହିଳା ଦଳ

BCCI ସିନିୟର ମହିଳା ଘରୋଇ ଟି୨୦ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଆଜି ତ୍ରିବେନ୍ଦ୍ରମ ଗସ୍ତ କରିଛି ୨୦ ଜଣିଆ ଓଡ଼ିଶା ମହିଳା ଟିମ । ଅଧିକ ପଢ଼ନ୍ତୁ

BCCI ସିନିୟର ମହିଳା ଟି20 ଲିଗ୍‌ : ତ୍ରିବେନ୍ଦ୍ରମ ଗସ୍ତ କଲା ଟିମ୍‌ ଓଡିଶା

author img

By

Published : Apr 15, 2022, 8:12 PM IST

କଟକ: BCCI ସିନିୟର ମହିଳା ଘରୋଇ ଟି-୨୦ ଲିଗ୍‌ ଖେଳିବାକୁ ଆଜି(ଶୁକ୍ରବାର) ତ୍ରିବେନ୍ଦ୍ରମ ଗସ୍ତ କଲା ଓଡ଼ିଶାର ୨୦ ଜଣିଆ ମହିଳା ଟିମ। ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ଅଧନାୟିକା ମଧୁସ୍ମିତା ବେହେରାଙ୍କ ନେତୃତ୍ବରେ ପଡ଼ିଆରେ ଦମ୍‌ ଦେଖାଇବ ଓଡ଼ିଶା ଟିମ । ଏହାକୁ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ଓଡ଼ିଶା କ୍ରିକେଟ ଆସୋସିଏସ(OCA) ।

BCCI ସିନିୟର ମହିଳା ଘରୋଇ ଟି-୨୦ ଲିଗ୍‌ରେ ଓଡ଼ିଶା ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ଭେଟିବ । ଏହାପରେ ପରେ ବିହାର, ତ୍ରିପୁରା, ଝାରଖଣ୍ଡ, ତାମିଲନାଡୁ଼ ସହ ମ୍ୟାଚ୍‌ ରହିଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷିତ ଓଡ଼ିଶା ଟିମ୍‌ରେ ଉଭୟ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ସ୍ଥାନ ମିଳିଛି । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ନିଶ୍ଚୟ ସଫଳ ହେବ ବୋଲି ଆଶା ରଖିଛି OCA ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.