ETV Bharat / sports

ଅନିଶ୍ଚିନ୍ତତାରେ ଜୁନିୟର ଓଡିଶା କ୍ରିକେଟରଙ୍କ ଭାଗ୍ୟ - covid plays spoil

କୋରୋନା କଟକଣା ଯୋଗୁଁ ପ୍ରତିଯୋଗିତା ସମ୍ଭବ ନ ହେବାରୁ ଅନିଶ୍ଚିନ୍ତତାରେ ଯୁବ କ୍ରିକେଟରଙ୍କ ଭବିଷ୍ୟତ । ଅଧିକ ପଢନ୍ତୁ...

Odisha junior cricketers Losing confidence after covid plays spoil
ଅନିଶ୍ଚିନ୍ତତାରେ ଜୁନିୟର ଓଡିଶା କ୍ରିକେଟରଙ୍କ ଭାଗ୍ୟ
author img

By

Published : Jul 3, 2021, 9:00 PM IST

କଟକ: କୋଭିଡର ଦ୍ବିତୀୟ ଲହରରେ ଭୟବିତ ସାରା ବିଶ୍ବ । ସଂକ୍ରମଣ ଯେଉଁ ଅନୁସାରେ ବୃଦ୍ଧି ପାଉଛି, ମୃତ୍ୟ ସଂଖ୍ୟା ମଧ୍ୟ ଥମିବାରେ ନାଁ ନେଉନି । ଜୀବନଠୁ ଜୀବିକା ସବିକିଛି ପ୍ରଭାବିତ ହୋଇଛି । ସରକାରଙ୍କ କୋରୋନା କଟକଣା ମଧ୍ୟରେ ସବୁ ଦିଗ ଏକପ୍ରକାର ବନ୍ଦ । ଏହାମଧ୍ୟରେ କ୍ରୀଡା ବିଭାଗ ମଧ୍ୟ ରହିଛି । କ୍ରିକେଟକୁ ନେଇ ସ୍ବପ୍ନ ଦେଖୁଥିବା ଜୁନିୟର କ୍ରିକେଟରଙ୍କ ଭାଗ୍ୟ ଏବେ ଅନ୍ଧକାର ମୁହାଁ ।

ଅନିଶ୍ଚିନ୍ତତାରେ ଜୁନିୟର ଓଡିଶା କ୍ରିକେଟରଙ୍କ ଭାଗ୍ୟ

ଗତବର୍ଷ କୋଭିଡର ପ୍ରଥମ ଲହରରେ ଯେତିକି କ୍ଷତି ହୋଇ ନଥିଲା ଚଳିତବର୍ଷ ତାହା ଦୁଇଗଣା ପ୍ରଭାବିତ କରିଛି ଅଦୃଶ୍ୟ ମହାମାରୀ । ଓଡିଶା କ୍ରିକେଟ ସଂଘ ଜୁନିୟର ଖେଳାଳିଙ୍କ ପାଇଁ କିଛି ପ୍ରତିଯୋଗିତାର ସଫଳ ଆୟୋଜନ କରିଥିଲା ଓ ଆଉକିଛି ପ୍ରତିଯୋଗିତା ପାଇଁ ଯୋଜନା ଥିଲା । ମାତ୍ର କଟକଣା ଯୋଗୁଁ ସେସବୁ ସମ୍ଭବ ନହେବାରୁ ନିଜ ଭବିଷ୍ୟତକୁ ନେଇ ଅନିଶ୍ଚିନ୍ତତାରେ ଯୁବ କ୍ରିକେଟର ।

କୋଭିଡର ପ୍ରଥମ ଲହର ଯେତିକି ଘାତକ ନଥିଲା ଦ୍ବିତୀୟ ଲହର ଏବେ ମୁଣ୍ଡ ବିନ୍ଧାର କାରଣ ସାଜିଛି । ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିଲେ ମଧ୍ୟ ରାଜ୍ୟରେ ଦୈନିକ 3 ହଜାରରୁ ଉର୍ଦ୍ଧ୍ବ ଓ ଦେଶରେ 30,000ରୁ ଉର୍ଦ୍ଧ୍ବ ସଂକ୍ରମଣ ଟ୍ରେଣ୍ଡ୍‌ ଜାରି ରହିଛି ।

ସେଥିପାଇଁ ସରକାର କୋଭିଡ କଟକଣା ସାମାନ୍ୟ କୋହଳ କରିଥିଲେ ମଧ୍ୟ ସଂପୂର୍ଣ୍ଣ ହଟାଇନାହାନ୍ତି । ତେବେ କ୍ରୀଡାକ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଛି । କ୍ରିକେଟକୁ ନେଇ ସ୍ବପ୍ନ ଦେଖୁଥିବା ଜୁନିୟର ଖେଳାଳିଙ୍କ ଭାଗ୍ୟ ଏବେ ପ୍ରଶ୍ନ ଘେରରେ । ଓଡିଶା କ୍ରିକେଟ ଆସୋସିଏସନ ମଧ୍ୟ ଏପରି ସ୍ଥିତିରେ ହାତବାନ୍ଧି ବସିଛି ।

କଳାହାଣ୍ଡି କପ୍‌ ବାତିଲ ହେବା ପରେ ମିଶନ ଭିନୁମଙ୍କଡ଼ ଟ୍ରଫି ମଧ୍ୟ ଧୋଇ ଦେଲା କୋଭିଡ । ଯାହାକୁ ନେଇ ଅଧିକ ଚିନ୍ତାଗସ୍ତ ରହିଛନ୍ତି ଖେଳାଳି । ଏହା ମଧ୍ୟରେ ଯଦି ଓସିଏ ଅନଲାଇନ ଜରିଆରେ ଜୁନିୟରଙ୍କ ସହ ସମ୍ପର୍କରେ ରୁହନ୍ତା ତେବେ ଖେଳାଳିଙ୍କ ଆତ୍ମବିଶ୍ବାସ ବଢିବା ସହ ଘରୋଇ ଅଭ୍ୟାସରେ ଆହୁରି ମନୋନିବେଶ କରି ପାରନ୍ତେ ବୋଲି ପୂର୍ବତନ କ୍ରିକେଟର ମତ ଦେଇଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.