ହାଇଦ୍ରାବାଦ: ଆଉ କିଛିଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୩ । ଏନେଇ ବିଭିନ୍ନ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ଦେଶରୁ ଖେଳାଳି ମାନେ ଆସି ନିଜ ନିଜ ଫ୍ରାଞ୍ଚାଇଜ୍ରେ ଯୋଗ ଦେଇଛନ୍ତି । ଏହାରି ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସ ନିଜ ଦଳର ନୂଆ ଅଧିନାୟକ ନିଯୁକ୍ତ କରିଛି । ଶ୍ରେୟସ ଆୟରଙ୍କ ପିଠିରେ ଆଘାତ କାରଣରୁ ତାଙ୍କ ଅନୁପସ୍ଥିତିରେ ନୀତିଶ ରାଣା କୋଲକାତାର କମାଣ ସମ୍ଭାଳିବେ । ଏନେଇ ନୀତିଶଙ୍କୁ ଅନ୍ତରୀଣ ଅଧିନାୟକ ଭାବେ ନିଯୁକ୍ତ କରିଛି କେକେଆର୍ ମ୍ୟାନେଜମେଣ୍ଟ ।
-
Official statement. @NitishRana_27 #AmiKKR #KKR #Nitish #NitishRana pic.twitter.com/SeGP5tBoql
— KolkataKnightRiders (@KKRiders) March 27, 2023 " class="align-text-top noRightClick twitterSection" data="
">Official statement. @NitishRana_27 #AmiKKR #KKR #Nitish #NitishRana pic.twitter.com/SeGP5tBoql
— KolkataKnightRiders (@KKRiders) March 27, 2023Official statement. @NitishRana_27 #AmiKKR #KKR #Nitish #NitishRana pic.twitter.com/SeGP5tBoql
— KolkataKnightRiders (@KKRiders) March 27, 2023
ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ସମୟରେ ଭାରତୀୟ ଷ୍ଟାର କ୍ରିକେଟର ଶ୍ରେୟସ ଆୟର ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ଖେଳି ପାରିନଥିଲେ । ଏହାପରେ ସେ ଆଇପିଏଲ ଓ ଦିନିକିଆ ବିଶ୍ବକପରେ ମଧ୍ୟ ଖେଳିବା ନେଇ ଦ୍ବନ୍ଦ୍ବ ଉପୁଜିଥିଲା । ତେବେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି । ତେଣୁ ଆଇପିଏଲ ୨୦୨୩ ସରିବା ପୂର୍ବରୁ ସେ ଚଳିତ ସଂସ୍କରଣରୁ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଏନେଇ ତାଙ୍କ ଅନୁପସ୍ଥିତିରେ କୋଲକାତା ନାଇଟ ରାଇଡର୍ସର କମାଣ ସମ୍ଭାଳିବା ପାଇଁ ନୀତିଶ ରାଣାଙ୍କୁ ଅନ୍ତରୀଣ ଅଧିନାୟକ ଭାବେ ନିଯୁକ୍ତ କରିଛି ଟିମ ମ୍ୟାନେଜମେଣ୍ଟ ।
ମିଳିଥିବା ସୂଚନା ଅନୁସାରେ ଶ୍ରେୟସ ଆୟରଙ୍କ ଅନୁପସ୍ଥିତିରେ ଅନ୍ତରୀଣ ଅଧିନାୟକ ପଦ ପାଇଁ ଅନୁଭବୀ କ୍ରିକେଟର ସୁନୀଲ ନାରାୟଣ ଓ ନୀତିଶ ରାଣାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ୱେଷ୍ଟ ଇଣ୍ଡିଜ କ୍ରିକେଟର ସୁନୀଲ ନାରାୟଣ ୨୦୧୨ ମସିହାରୁ କେକେଆର୍ ଦଳରେ ଖେଳୁଛନ୍ତି । ନିକଟରେ ILT20ରେ ସୁନୀଲ ନାରାୟଣ ଆବୁଧାବି ନାଇଟ ରାଇଡର୍ସର କମାଣ ସମ୍ଭାଳିଥିଲେ । କିନ୍ତୁ ତାଙ୍କ ଅଧିନରେ ଦଳ ୬ଟି ଦଳ ମଧ୍ୟରୁ ଅନ୍ତିମ ସ୍ଥାନରେ ରହିଥିଲା । ସୁନୀଲ ନାରାୟଣଙ୍କ ଅଧିନାୟକତ୍ବରେ ଆବୁଧାବି ନାଇଟ ରାଇଡର୍ସ ସମୁଦାୟ ୯ ମ୍ୟାଚ୍ ଖେଳି ଗୋଟିଏ ଜିତିଥିବା ବେଳେ ୮ଟି ମ୍ୟାଚ୍ ହାରିଥିଲା ।
ଅନ୍ୟପକ୍ଷରେ ନୀତିଶ ରାଣା ଗତ ସୟଦ ମୁସ୍ତାକ ଅଲ୍ଲି ଟ୍ରଫିରେ ୧୨ ଟି୨୦ ମ୍ୟାଚ୍ରେ ଦିଲ୍ଲୀ ପକ୍ଷରୁ କମାଣ ସମ୍ଭାଳିଥିଲେ । ସେହି ମଧ୍ୟରୁ ଦଳ ୮ଟି ମ୍ୟାଚ୍ରେ ଜିତିଥିବା ବେଳେ କେବଳ ୪ଟି ମ୍ୟାଚ୍ରେ ହାରିଥିଲା । ମଧ୍ୟକ୍ରମ ବ୍ୟାଟର ନୀତିଶ ରାଣାଙ୍କୁ ଆଇପିଏଲ ୨୦୧୮ ପୂର୍ବରୁ କେକେଆର୍ କିଣିଥିଲା । ସେବେ ଠାରୁ ନୀତିଶ କେକେଆର ପାଇଁ ଖେଳୁଛନ୍ତି । ତେବେ ଏବେ ପର୍ଯ୍ୟନ୍ତ ନୀତିଶ କେକେଆର୍ ପାଇଁ ୭୪ ମ୍ୟାଚ୍ ଖେଳିଛନ୍ତି । ସେ ୧୩୫.୬୧ ଷ୍ଟ୍ରାଇକ୍ ରେଟରେ ସମୁଦାୟ ୧୭୪୪ ରନ ସଂଗ୍ରହ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...IPL 2023: ଫେରିଲେ ଗେଲ ଓ ଡିଭିଲିୟର୍ସ, RCB ନୂଆ ଜର୍ସି ଉନ୍ମୋଚନ କଲେ କୋହଲି-ଡୁପ୍ଲେସି
ସେପଟେ ପିଠି ଯନ୍ତ୍ରଣା ଭୋଗୁଥିବା ଶ୍ରେୟସ ଆୟରଙ୍କୁ ଜାତୀୟ କ୍ରିକେଟ ଏକାଡେମୀ ଅସ୍ତ୍ରୋପଚାର କରିବା ପାଇଁ ଉପଦେଶ ଦେଇଥିଲା । କିନ୍ତୁ ଆଗକୁ ଦିନିକିଆ ବିଶ୍ବକପ ଆସୁଥିବାରୁ ଏହା ପୂର୍ବରୁ ଆୟର ଅସ୍ତ୍ରୋପଚାର କରିବା ପାଇଁ ଚାହୁଁ ନାହାନ୍ତି । କାରଣ ଯଦି ସେ ଅସ୍ତ୍ରୋପଚାର କରନ୍ତି, ତେବେ ତାଙ୍କୁ ଅନ୍ୟୁନ ୫ରୁ ୭ ମାସ ପର୍ଯ୍ୟନ୍ତ କ୍ରିକେଟ ଖେଳ ଠାରୁ ଦୂରେଇ ରହିବାକୁ ପଡ଼ିପାରେ । ଏଭଳି ହେଲେ ସେ ଦିନିକିଆ ବିଶ୍ବକପ ଖେଳିବାରୁ ମଧ୍ୟ ବଞ୍ଚିତ ହୋଇ ପାରନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ