ETV Bharat / sports

wtc final: ବିଜୟୀ ହେଲା ନ୍ୟୁଜିଲାଣ୍ଡ - newzeland won wtc final

ବିଶ୍ୱ ଟେଷ୍ଟ ଚମ୍ପିଆନସିପ ବିଜୟୀ ହେଲା ନ୍ୟୁଜିଲାଣ୍ଡ । ବିଶ୍ୱ ଟେଷ୍ଟ ଚମ୍ପିଆନ ଫାଇନାଲରେ ଭାରତକୁ 8 ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଅଧିକ ପଢ଼ନ୍ତୁ...

newzeland won icc test championship final

author img

By

Published : Jun 23, 2021, 11:11 PM IST

ସାଉଥହମ୍ପଟନ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ବିଜୟୀ ହେଲା ନ୍ୟୁଜିଲାଣ୍ଡ । ବିଶ୍ୱ ଟେଷ୍ଟ ଚମ୍ପିଆନ ଫାଇନାଲରେ ଭାରତକୁ 8 ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ପକ୍ଷରୁ ୱିଲିୟମସନ ସର୍ବାଧିକ 51 ରନ କରିଛନ୍ତି ।

ଦ୍ୱିତୀୟ ଇନିଂସରେ ଭାରତ ମାତ୍ର 170 ରନ କରି ପାରିଥିଲା । ଦୁଇ ୱିକେଟରେ 64 ରନ ସହ ରିଜର୍ଭ ଡେ'ରେ ଖେଳ ଆରମ୍ଭ କରିଥିଲା ଭାରତ । ମ୍ୟାଚ ଆରମ୍ଭରୁ ଜେମିସନଙ୍କ ଶିକାର ହୋଇଥିଲା ଭାରତ ଅଧିନାୟକ ବିରାଟ କୋହଲି । 13 ରନ କରି ସେ ପାଭେଲିୟନ ଫେରିଥିଲେ । ଦଳୀୟ ସ୍କୋର 72 ରନ ବେଳେ ଭାରତ ଚେତେଶ୍ୱର ପୂଜାରାଙ୍କ ୱିକେଟ ମଧ୍ୟ ହରାଇ ଥିଲା ।

ଆଜିଙ୍କ୍ୟ ରାହାଣେ ଓ ରବିନ୍ଦ୍ର ଜାଡେଜା ଯଥାକ୍ରମେ 15 ଓ 16 ରନ କରି ପାଭେଲିୟନ ଫେରିଥିଲେ । ଭାରତ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ 41 କରିଥିଲେ । ତେବେ ସେ ମଧ୍ୟ ବୋଲ୍ଟଙ୍କ ବଲରେ ଆଉଟ ହୋଇଥିଲେ । ଏହାପରେ ସାମିଙ୍କ 13 ରନ ବଳରେ ଭାରତ 170 ରନରେ ପହଞ୍ଚି ପାରିଥିଲା ।

ସେପଟେ ନ୍ୟୁଜିଲାଣ୍ଡ କେବଳ ଦୁଇ ୱିକେଟ ହରାଇ ଏହି ମ୍ୟାଚ ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.