ETV Bharat / sports

ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ଏକପାଖିଆ ବିଚାର: PCB

author img

By

Published : Sep 17, 2021, 5:09 PM IST

"ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଏକପାଖିଆ ବିଚାର କରି ପାକିସ୍ତାନ ଗସ୍ତକୁ ବାତିଲ୍‌ କରିଛି ।" ନ୍ୟୁଜିଲାଣ୍ଡ ଗସ୍ତ ବାତିଲ ହେବାପରେ ସଫେଇ ଦେଇ ଏହା କହିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଅଧିକ ପଢ଼ନ୍ତୁ...

ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ଏକ ପାଖିଆ ବିଚାର: PCB

ଇସଲାମାବାଦ: "ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଏକପାଖିଆ ବିଚାର କରି ପାକିସ୍ତାନ ଗସ୍ତକୁ ବାତିଲ୍‌ କରିଛି ।" ନ୍ୟୁଜିଲାଣ୍ଡ ଗସ୍ତ ବାତିଲ ହେବାପରେ ଏହା କହିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଗସ୍ତ ପୂର୍ବରୁ ପାକସ୍ତାନରେ ଖେଳାଳିଙ୍କ ପ୍ରତି ବିପଦ ଦର୍ଶାଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଗସ୍ତ ବାତିଲ କରିବେ ବୋଲି କହିଥିଲେ । କିନ୍ତୁ ଖେଳାଳିଙ୍କ ପ୍ରତି କୌଣସି ପ୍ରକାର ବିପଦ ନାହିଁ ବୋଲି ଆଶ୍ବସନା ଦେଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ଇମ୍ରାନ୍‌ ଖାନ୍‌ କହିଥିଲେ ଯେ, "ବିଶ୍ବର ସର୍ବଶ୍ରେଷ୍ଠ ଗୁଇନ୍ଦା ସଂସ୍ଥା ଆମ ପାଖରେ ରହିଛି । ନ୍ୟୁଜିଲାଣ୍ଡର ଖେଳାଳିଙ୍କ ପ୍ରତି କୌଣସି ବିପଦ ନାହିଁ । ଏଥିପାଇଁ ଆଶ୍ବସ୍ତ ରୁହନ୍ତୁ ।"

କିନ୍ତୁ ନ୍ୟୁଜିଲାଣ୍ଡର ସୁରକ୍ଷା ପରାମର୍ଶଦାତାଙ୍କ ମତ ନେଇ ବ୍ଲାକ୍‌ କ୍ୟାପ୍‌ସ ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ଏହାଦ୍ବାରା ପାକିସ୍ତାନ ଓ ବିଶ୍ବରେ କ୍ରିକେଟ ପ୍ରଶଂସକଙ୍କ ମନରେ ଆଘାତ ହୋଇଛି । କିନ୍ତୁ ଶେଷ ସମୟରେ (ପ୍ରଥମ ମ୍ୟାଚ ପୂର୍ବରୁ) ଗସ୍ତ ବାତିଲ କରି ପାକିସ୍ତାନ କ୍ରିକେଟ ବୋର୍ଡକୁ ଅସନ୍ତୁଷ୍ଟ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ।

ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, " ଆଜି ସକାଳୁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଅବଗତ କରାଇଥିଲା ଯେ, ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଉପରେ କେତେକ ସୁରକ୍ଷାଗତ ସମସ୍ୟା ରହିଛି । ଏହାପରେ ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ଶୁଣାଇଥିଲା । ପାକିସ୍ତାନ କ୍ରିକେଟ ବୋର୍ଡ ଓ ସରକାର ସମସ୍ତ ପ୍ରକାର ଆଶ୍ବସନା ଦେଇଥିଲେ । ଭ୍ରମଣକାରୀ ଦଳ ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା କୁହାଯାଇଥିଲା । ଏହାସତ୍ତ୍ବେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲା ନ୍ୟୁଜିଲାଣ୍ଡ ଦଳ । ଭ୍ରମଣକାରୀ ଦଳ ପାଇଁ ପାକିସ୍ତାନରେ କୌଣସି ପ୍ରକାର ସୁରକ୍ଷାଗତ ସମସ୍ୟା ନାହିଁ ।" ବୋଲି ପିସିବି ସଫେଇ ଦେଇଛି ।

ବର୍ତ୍ତମାନ ପାକିସ୍ତାନରୁ ନ୍ୟୁଜିଲାଣ୍ଡ ଦଳର ବାହାରିବା ପକ୍ରିୟା ଜାରି ରହିଛି । ନ୍ୟୁଜିଲାଣ୍ଡ ଦଳ ଉପରେ ପାକିସ୍ତାନରେ କେଉଁ ଭଳି ଭାବରେ ଅସୁରକ୍ଷିତ ମଣୁଛନ୍ତି ତାହାର ବିବରଣୀ ଦିଆଯାଇନାହିଁ । ଏହାକୁ ନେଇ କୌଣସି ଉତ୍ତରେ ଦେବାକୁ ମନା କରି ଦେଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ । ପାକିସ୍ତାନ ସହ ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ଯାଚ୍‌ ଖେଳିବାକୁ ଥିଲା ନ୍ୟୁଜିଲାଣ୍ଡ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.