ଢାକା: ବାଂଲାଦେଶ ବିପକ୍ଷ ଶେଷ ଟି୨୦ ମ୍ୟାଚ ୨୭ ରନ୍ରେ ଜିତିଲା ନ୍ୟୁଜିଲାଣ୍ଡ । ଶୁକ୍ରବାର ସ୍ଥାନୀୟ ଶେର-ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ୫ଟିକିଆ ଟି୨୦ ସିରିଜର ଶେଷ ମ୍ୟାଚ୍ରେ ବିଜୟୀ ହୋଇଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ । ଏହି ସାନ୍ତ୍ବନାମୂଳକ ବିଜୟ ସହିତ ଗସ୍ତ ଶେଷ କରିଛି କିୱି ଟିମ । ଅନ୍ୟପଟେ ୩-୨ରେ ସିରିଜ ଜିତିନେଇଛି ବାଂଲାଦେଶ ।
ପ୍ରଥମ ବ୍ୟାଟିଂ କରି କିୱି ଟିମ ନିର୍ଦ୍ଧାରିତ ୨୦ ଓଭରରେ ୧୬୧/୫ ରନ୍ ସଂଗ୍ରହ କରିଥିଲା । କ୍ୟାପଟେନ ଟମ ଲାଥମଙ୍କ ଅର୍ଦ୍ଧଶତକୀୟ ଇଂନିସ, ଫିନ ଆଲେନଙ୍କ ଦ୍ରୁତ ୪୧ ରନ ସଂଗ୍ରହ କରିଥିଲେ । ତେବେ ICC ପୁରୁଷ ଟି୨୦ ବିଶ୍ବକପ ୨୦୨୧କୁ ଦୃଷ୍ଟିରେ ରଖି ଚୁଡାନ୍ତ ଏକାଦଶରେ ୪ଟି ପରିବର୍ତ୍ତନ କରିଥିବା ବାଂଲାଦେଶ ବିଜୟ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା ।
ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ - ୨୦ ଓଭରରେ ୧୬୧/୫ (ଲାଥମ ୫୦*, ଆଲେନ ୪୧,ନିକୋଲସ ୨୦;ସୋରିଫୁଲ ୨/୪୮, ଅଫିଫ ୧/୧୮, ନାସୁମ ୧/୨୫); ବାଂଲାଦେଶ- ୨୦ ଓଭରରେ ୧୩୪/୮(ଅଫିଫ ୪୯*, ନାଇମ ଶୈଖ ୨୩, ମହମ୍ମଦୁଲ୍ଲା ୨୩; ଏଜାଜ ୨/21, ସ୍କଟ ୨/୨୩, ରଚିନ ୧/୧୯ ) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ