ETV Bharat / sports

T20 World Cup: ସବୁ ମ୍ୟାଚ୍‌ରେ ନିରପେକ୍ଷ ଅମ୍ପାୟର, ତାଲିକାରେ ନୀତିନ ମେନନ

author img

By

Published : Oct 7, 2021, 3:57 PM IST

ପୁରୁଷ ଟି-୨୦ ବିଶ୍ବକପ ୨୦୨୧ ଟୁର୍ଣ୍ଣାମେଣ୍ଟ ପାଇଁ ICC ଘୋଷଣା କରିଥିବା ୨୦ ଜଣିଆ ମ୍ୟାଚ୍‌ ଅଫିସିଆଲଙ୍କ ମଧ୍ୟରେ ଅମ୍ପାୟର ତାଲିକାରେ ଭାରତରୁ ନୀତିନ ମେନନ ଏକମାତ୍ର ଭାରତୀୟ ରହିଥିବାବେଳେ, ଜଗଭଲ ଶ୍ରୀନାଥ ମ୍ୟାଚ୍‌ ରେଫ୍ରୀ ରହିଛନ୍ତି । ଅଧିକ ପଢନ୍ତୁ...

Neutral umpires are back as ICC announces officials for T20 World Cup
T20 World Cup: ସବୁ ମ୍ୟାଚ୍‌ରେ ନିରପେକ୍ଷ ଅମ୍ପାୟର, ତାଲିକାରେ ନୀତିନ ମେନନ

ଦୁବାଇ: ଆଗାମୀ ପୁରୁଷ ଟି-୨୦ ବିଶ୍ବକପ ୨୦୨୧ ଟୁର୍ଣ୍ଣାମେଣ୍ଟ ପାଇଁ ବିଶ୍ବର ଶ୍ରେଷ୍ଠ ୨୦ ଜଣ ମ୍ୟାଚ୍‌ ଅଫିସିଆଲ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) । ଅମ୍ପାୟର ତାଲିକାରେ ଭାରତରୁ ନୀତିନ ମେନନ ଏକମାତ୍ର ଭାରତୀୟ ରହିଥିବାବେଳେ, ଜଗଭଲ ଶ୍ରୀନାଥ ମ୍ୟାଚ୍‌ ରେଫ୍ରୀ ରହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ରାଉଣ୍ଡ ୧ ମ୍ୟାଚ୍‌ ଓ ସୁପର ୧୨ ପର୍ଯ୍ୟାୟର ମ୍ୟାଚ୍‌ ପାଇଁ ଗୁରୁବାର ICC ପକ୍ଷରୁ ଏହି ଘୋଷଣା କରାଯାଇଛି ।

୪୫ ମ୍ୟାଚ୍‌ ବିଶିଷ୍ଟ ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍‌ ପରିଚାଳନା ପାଇଁ ଏହି ତାଲିକାରେ ଜଣ ଅମ୍ପାୟର ଓ ୪ଜଣ ମ୍ୟାଚ୍‌ ରେଫ୍ରୀ ରହିଛନ୍ତି । ଏହି ତାଲିକାରେ ଏମିତି ୩ ଅମ୍ପାୟାର ରହିଛନ୍ତି, ଯେଉଁମାନେ ଷଷ୍ଠଥର ପାଇଁ ICC ପୁରୁଷ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟର ଦାୟିତ୍ବ ତୁଲାଇବେ । ସେମାନେ ହେଲେ, ଅଲିମ ଦାର, ମାରାଇସ ଇରସମସ ଓ ରଡ ଟକର୍‌ ।

COVID-୧୯ ମହାମାରୀ ଆରମ୍ଭରୁ ପ୍ରଥମ ଥର ୨୦ ଜଣିଆ ଶକ୍ତିଶାଳୀ ଗ୍ରୁପ ଅର୍ଥାତ, ୧୬ ଦେଶୀୟ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ରେ ନିରପେକ୍ଷ ଅମ୍ପାୟର ରହିବେ । ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ମସକାଟ(ଓମାନ), ଅବୁଧାବି, ଶାରଜାହ ଓ ଦୁବାଇ(UAE)ରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‌ ଖେଳାଯିବ ।

ICC ବିଜ୍ଞପ୍ତି ଅନୁଯାୟୀ, ICC ପୁରୁଷ କ୍ରିକେଟ ବିଶ୍ବକପ ୨୦୧୯ ଫାଇନାଲ ମ୍ୟାଚ୍‌ରେ ଅମ୍ପାୟର ଥିବା ଶ୍ରୀଲଙ୍କାର କୁମାର ଧର୍ମସେନା, ନ୍ୟୁଜିଲାଣ୍ଡର କ୍ରିସ ଗାଫାନେଙ୍କ ସହିତ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ର ପରିଚାଳନା କରିବେ । ପ୍ରଥମ ମ୍ୟାଚ୍‌ ଓମାନ ଓ ପପୁଆ ଗିନିଆ ମଧ୍ୟରେ ଖେଳାଯିବ ।

ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୧ପାଇଁ ମ୍ୟାଚ୍‌ ଅଫିସିଆଲ:

ମ୍ୟାଚ୍‌ ରେଫ୍ରୀ: ଡେଭିଡ ବୁନ, ଜେଫ କ୍ରୋଏ, ରଞ୍ଜନ ମାଦୁଗାଲେ, ଜଗଭ ଶ୍ରୀନାଥ ।

ଅମ୍ପାୟର: କ୍ରିସ୍‌ ବ୍ରାଓନ, ଅଲିମ ଦାର, କୁମାର ଧର୍ମସେନା, ମାରାଇସ ଏରସମସ, କ୍ରିସ ଗାଫାନେ, ମାଇକେଲ ଗଫ୍‌, ଆଡ୍ରିଆନ ହୋଲ୍ଡଷ୍ଟକ, ରିଚାର୍ଡ ୱିଙ୍ଗୱର୍ଥ, ରିଚାର୍ଡ କେଟଲବୋର୍ଡ, ନୀତିନ ମେନନ, ଏହସାନ ରାଜା, ପାଲ ରେଇଫଲ, ଲାଙ୍ଗଟନ୍‌ ରୁସେରେ, ରଡ୍‌ ଟକର, ଜୋଏ ୱିଲସନ, ପଲ୍‌ ୱିଲସନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.