ETV Bharat / sports

କେଉଁଠି ଖେଳାଯିବ 2027 ବିଶ୍ବକପ, ଜାଣନ୍ତୁ କିଏ ରହିବ ଆୟୋଜକ ?

author img

By ETV Bharat Odisha Team

Published : Nov 20, 2023, 10:59 AM IST

ଆଫ୍ରିକାରେ ଖେଳାଯିବ ଆଇସିସି ପୁରୁଷ ବିଶ୍ବକପର 14ତମ ସଂସ୍କରଣ। ନାମ୍ବିଆ, ଜିମ୍ବାଓ୍ବେ ଓ ଦକ୍ଷିଣ ଆଫ୍ରକା ରହିବେ ଆୟୋଜକ । ଅଧିକ ପଢନ୍ତୁ

2027 Cricket World Cup
2027 Cricket World Cup

ହାଇଦ୍ରାବାଦ: ଶେଷ ହୋଇଛି ବିଶ୍ବକପ 2023 । ଅପେକ୍ଷା ରହିଲା 2027କୁ । 4 ବର୍ଷ ପରେ ଆଇସିସି ପୁରୁଷ ବିଶ୍ବକପର 14ତମ ସଂସ୍କରଣ ଆଫ୍ରିକା ମହାଦେଶରେ ଆୟୋଜନ ହେବ। ଆଯୋଜକ ରହିବେ 3ଟି ଦେଶ ନାମ୍ବିଆ, ଜିମ୍ବାଓ୍ବେ ଓ ଦକ୍ଷିଣ ଆଫ୍ରକା । ଚଳିତ ସଂସ୍କରଣଠାରୁ ଆଗାମୀ ସଂସ୍କରଣର ଫର୍ମାଟ ଟିକେ ଭିନ୍ନ ରହିବ । 14 ତମ ସଂସ୍କରରେ 14ଟି ଟିମ ବିଶ୍ବକପରେ ସାମିଲ ହେବେ । 1999 ମସିହା ବିଶ୍ବକପରେ ଯେଉଁ ଫର୍ମାଟରେ ମ୍ୟାଚ ଖେଳା ଯାଇଥିଲା ସେହି ଫର୍ମାଟରେ ମ୍ୟାଚ ଖେଳାଯିବ । 2003ରେ ଖେଳାଯାଇଥିବା ବିଶ୍ବକପର ଆୟୋଜକ ରହିଥିଲେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାଓ୍ବେ । ଦ୍ବିତୀୟ ଥର ପାଇଁ ଆଗାମୀ ବିଶ୍ବକପ ସଂସ୍କରଣର ଆୟୋଜନ କରିବେ । ନାମ୍ବିଆ ପ୍ରଥମ ଥର ପାଇଁ ବିଶ୍ବକପ ଆୟୋଜନରେ ସାମିଲ ହୋଇଛି।

ଏହା ମଧ୍ୟ ପଢନ୍ତୁ-ଶେଷ ହେଲା ବିଶ୍ବକପ, ଜାଣନ୍ତୁ କାହାକୁ ମିଳିଲା କେତେ ପୁରସ୍କାର ରାଶି

2027 ବିଶ୍ବକପ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟ: 14ଟି ଦଳ 2027 ବିଶ୍ବକପରେ ଅଂଶ ଗ୍ରହଣ କରିବେ । ଏଥିପାଇଁ ସମସ୍ତ ଦଳକୁ ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିବ । ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେ ସହ ଆୟୋଜକ ହୋଇଥିବାରୁ ଉଭୟ ଟିମ ସିଧାସଳଖ ଭାବେ ଟୁର୍ଣ୍ଣାମେଣ୍ଟ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବେ । ସେହିପିର ଆଇସିସି ଦିନିକିଆ ରାଙ୍କିଂରେ ସ୍ଥାନ ପାଇଥିବା ଶ୍ରେଷ୍ଠ ଆଠଟି ଦଳ ବିଶ୍ବକପ ଖେଳିବାକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ । ଅବଶିଷ୍ଟ ଚାରୋଟି ଟିମ ଯୋଗ୍ୟତା ଅର୍ଜନ ପାଇଁ ଟୁର୍ଣ୍ଣାମେଣ୍ଟ୍‌ ଆୟୋଜନ କରାଯିବ । ଟୁର୍ଣାମେଣ୍ଟର ଶ୍ରେଷ୍ଠ 4 ଦଳ ଆଗାମୀ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିବେ ।

କେମିତି ରହିବ 2027 ବିଶ୍ବକପ ଫର୍ମାଟ : 2023 ବିଶ୍ବକପ ତୁଳନାରେ 2027ର ବିଶ୍ବକପର ଫର୍ମାଟ୍‌ ସମ୍ପୂର୍ଣ୍ଣ ଅଲଗା ରହିବ। ଦୁଇଟି ଗ୍ରୁପକୁ ନେଇ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଦୁଇଟି ଗ୍ରୁପରେ 7ଟି ଲେଖାଏଁ ଟିମ୍‌ ରହିବେ । ପ୍ରତ୍ୟେକ ଦଳ ପରସ୍ପରକୁ ଥରେ ଲେଖାଏଁ ଭେଟିବେ । ଲିଗ୍‌ ପର୍ଯ୍ୟାୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଉଭୟ ଦଳର ତିନୋଟି ଟିମକୁ ନେଇ ସୁପର ସିକ୍ସ ପର୍ଯ୍ୟାୟ ଖେଲାଯିବ । ଏହି 6ଟି ଟିମରୁ 4ଟି ଦଳ ସେମିଫାଇଲକୁ ଯିବେ । ସେମିଫାଇନାଲରେ ବିଜୟୀ ଦଳକୁ ନେଇ ଫାଇନାଲ ମୁକାବିଲା ଖେଳାଯିବ । ଏହା ପୂର୍ବରୁ 2003ରେ ବିଶ୍ୱକପ୍‌ରେ 14ଟି ଟିମ ଅଂଶ ଗ୍ରହଣ କରିଥିଲେ । 1999ର ବିଶ୍ୱକପ ଫର୍ମାଟ୍‌ରେ 2027 ବିଶ୍ୱକପ୍‌ ଆୟୋଜନ କରାଯିବ, କିନ୍ତୁ ସେତେବେଳେ 12ଟି ଟିମ୍‌ ବିଶ୍ବକପରେ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.