ହାଇଦ୍ରାବାଦ: ଭାରତୀୟ କ୍ରିକେଟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସଫଳତା ଏବଂ ବିଫଳତା ଏବେ ପ୍ରଭାବ ପକାଇବା ବନ୍ଦ କରିଦେଇଛି । ଏବେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ସନ୍ତୁଳିତ ନିରପେକ୍ଷ ଜୀବନ ଯାପନକୁ ଗ୍ରହଣ କରି ନେଇଛନ୍ତି । ଫିଟନେସରୁ ବାହାରକୁ ଯିବା ପରେ ପୁଣି ଫିଟ୍ ହୋଇ ଖେଳକୁ ପ୍ରତ୍ୟାବର୍ତ୍ତନ କରିବା ପାଣ୍ଡ୍ୟାଙ୍କ ପାଇଁ ଏତେ ସହଜ ନ ଥିଲା । ତାଙ୍କ କ୍ରିକେଟ କ୍ୟାରିୟର ସଙ୍କଟରେ ଥିବା ବେଳେ ଗୁଜୁରାଟ ଟାଇଟନ୍ସ ତାଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା ।
ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଗୁଜୁରାଟ ଟାଇଟନ୍ସର ନେତୃତ୍ବ ତାଙ୍କ ପାଇଁ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା । ଯେଉଁଥିରେ ପାଣ୍ଡ୍ୟା ଗୁଜୁରାଟ ଟାଇଟନ୍ସକୁ ଆଇପିଏଲର ପ୍ରଥମ ଆଇପିଏଲ ଟ୍ରଫିର ସ୍ବାଦ ଚଖାଇଥିଲେ । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ନେତୃତ୍ବକୁ କ୍ରିକେଟ ମାହୋଲରେ ବହୁତ ପ୍ରଶଂସା କରାଯାଇଥିଲା ।
ଏହା ସହିତ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଖେଳାଯାଇଥିବା ଆୟର୍ଲାଣ୍ଡ ବିପକ୍ଷରେ ନେତୃତ୍ବ ନେଇ ତାଙ୍କର ଅଭିଜ୍ଞତା ଦେଖାଇଥିଲେ । ଗତକାଲି (ଗୁରୁବାର) ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟି-ଟ୍ବେଣ୍ଟି ମ୍ୟାଚରେ ଭାରତକୁ ବିଜୟୀ ଦେବାରୁ ମଙ୍ଗୁଆଳ ସାଜିଥିଲେ ଅଲରାଉଣ୍ଡର ପାଣ୍ଡ୍ୟା । ତାଙ୍କର ବ୍ୟାଟିଂ ସହିତ ବୋଲିଂ ଉଭୟ ପ୍ରଦର୍ଶନ ଦମଦାର ରହିଥିଲା । ପାଣ୍ଡ୍ୟା ୩୩ ବଲରୁ ୫୧ ରନ କରିଥିଲେ ସେହିପରି ୩୩ ରନ ଦେଇ ୪ ୱିକେଟ ନେଇଥିଲେ ।
ଏହା ସହିତ ପାଣ୍ଡ୍ୟା କହିଛନ୍ତି ପରିଶ୍ରମର ଫଳ ସବୁବେଳେ ମିଳିଥାଏ । ମୁଁ ସର୍ବଦା ମାନିଥାଏ କି ଯଦି ଆପଣ ଭଲ ଉଦ୍ଦେଶ୍ୟ ରଖି ପରିଶ୍ରମ କରିଥିବେ ତାହେଲେ ଆପଣଙ୍କୁ ନିଶ୍ଚୟ ତାହାର ସୁଫଳ ମିଳିବ । ମୋର ସବୁବେଳେ ଲକ୍ଷ୍ୟ ଥାଏ କି ମୁଁ ସବୁ ସମୟରେ କିପରି ସର୍ବଶ୍ରେଷ୍ଠ ପ୍ରଦର୍ଶନ କରେ । ଫଳାଫଳ ଦିନେ ନିଶ୍ଚୟ ମୋ ସପକ୍ଷରେ ଯିବ । ମୁଁ ନିରପେକ୍ଷ ଜୀବନ ବଞ୍ଚିବା ଶିଖି ଯାଇଛି । ଆଜିର ଦିନ ଭଲ ଥିଲା । କାଲି ଖରାପ ହୋଇପାରେ । ଜୀବନ ଏମିତି ବିତି ଚାଲିବ । ସେଥିପାଇଁ ସବୁବେଳେ ଖୁସିରେ ରୁହ ଆଉ ପରିଶ୍ରମ କରିଚାଲ ।
ଏହି ସହିତ ସେ ଆହୁରି ମଧ୍ୟ କହିଛନ୍ତି ସେ ତାଙ୍କ ଜୀବନକୁ ନେଇ ସର୍ବଦା ସ୍ପଷ୍ଟ ରୁହନ୍ତି । ଯେତେବେଳେ ତାଙ୍କ ଜୀବନରେ କୌଣସି ସ୍ପଷ୍ଟତା ଦେଖାଯାଏ ନାହିଁ । ସେତେବେଳେ ସେ ନିଜ ପାଇଁ ସମୟ ବାହାର କରନ୍ତି ଆଉ କାରଣ ବାହାର କରି ତାକୁ ସୁଧାରିବାକୁ ଚେଷ୍ଟା କରିଥାନ୍ତି । ମୋ ପାଇଁ ମୋ ସପର୍ଟ ସିଷ୍ଟମ ବହୁତ ମୂଲ୍ୟ ରଖେ ଏହା ସହିତ ମୋ ପରିବାର ମୋ ପାଇଁ ବହୁତ ମହତ୍ବପୂର୍ଣ୍ଣ ଅଟେ । ମୁଁ ଯେତେବେଳେ ବିଚଳିତ ହୋଇଯାଏ ସେତେବେଳେ ମୋ ପରିବାର ମୋତେ ନିୟନ୍ତ୍ରଣକୁ ଆଣିଥାଏ । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଏବେ ମୁଁ ଭବିଷ୍ୟତ ପାଇଁ ଅଧିକ ଚିନ୍ତିତ ନୁହଁ, ଏବେ ମୁଁ ଭାରତର ଅଧିକରୁ ଅଧିକ ମ୍ୟାଚ ପାଇଁ ନିଜକୁ ପ୍ରସ୍ତୁତ ଉପରେ ଗୁରୁତ୍ବ ଦେଉଛି ।