ETV Bharat / sports

ହାତରେ ବଲ୍‌ ଅଟକାଇ ଆଉଟ୍‌ ହେଲେ ମୁଶଫିକର ରହିମ, ଜାଣନ୍ତୁ କଣ ଏହି ନିୟମ

author img

By ETV Bharat Odisha Team

Published : Dec 6, 2023, 9:08 PM IST

ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଘଟିଛି ଅଜବ ଘଟଣା । ନିଜେ ସଟ୍‌ ଖେଳିବା ପରେ ନିଜ ହାତରେ ବଲ ଅଟକାଇ ଆଉଟ୍‌ ହେଲେ ମୁଶଫିକର ରହିମ । 'ହ୍ୟାଣ୍ଡେଲିଂ ଦି ବଲ୍‌' ନିୟମ ଆଧାରରେ ଆଉଟ୍‌ ଘୋଷଣା କଲେ ଅମ୍ପାୟାର । ଅଧିକ ପଢ଼ନ୍ତୁ

ହାତରେ ବଲ୍‌ ଅଟକାଇ ଆଉଟ୍‌ ହେଲେ ମୁଶଫିକର ରହିମ

ନୂଆଦିଲ୍ଲୀ: ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୨ୟ ଟେଷ୍ଟ ମ୍ୟାଚ୍‌ରେ ଦେଖିବାକୁ ମିଳିଛି ନୂଆ ଘଟଣା । ବାଂଲାଦେଶର ରାଜଧାନୀ ଢାକା ସ୍ଥିତ ଶେର-ଏ-ବାଂଲା ଜାତୀୟ ଷ୍ଟାଡିୟମରେ ଆୟୋଜକ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଏହି ମ୍ୟାଚ୍‌ର ପ୍ରଥମ ଦିନରେ ବାଂଲାଦେଶର ୱିକେଟକିପର ବ୍ୟାଟର ମୁଶଫିକର ରହିମ ଏକ ନୂଆ ଢଙ୍ଗରେ ଆଉଟ୍‌ ହୋଇ ନିଜ ନାମରେ ଏକ ଅଜବ ଏବଂ ଅଲୋଡ଼ା ରେକର୍ଡ କରିଛନ୍ତି । ପ୍ରଥମ ବାଂଲାଦେଶୀ ବ୍ୟାଟର ଭାବେ ସେ 'ହ୍ୟାଣ୍ଡେଲିଂ ଦି ବଲ୍‌' ନିୟମରେ ନିଜ ୱିକେଟ୍‌ ହରାଇଛନ୍ତି ।

ନ୍ୟୁଜିଲାଣ୍ଡ ଏବେ ବାଂଲାଦେଶ ଗସ୍ତରେ ରହି ଘରୋଇ ଦଳ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଖେଳୁଛି । ତେବେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ବାଂଲାଦେଶ ବ୍ୟାଟିଂ କରୁଥିବାବେଳେ ଦଳର ୱିକେଟ୍‌କିପର-ବ୍ୟାଟର ମୁଶଫିକର ରହିମ୍‌ଙ୍କ ସହ ଏହି ଘଟଣା ଘଟିଥିଲା । ମୁଶଫିକର ୮୩ ବଲରେ ୩୫ ରନ ସ୍କୋର କରି ବ୍ୟାଟିଂ କରୁଥିଲେ । ମ୍ୟାଚ୍‌ର ୪୧ତମ ଓଭରରେ ନ୍ୟୁଜିଲାଣ୍ଡ ପେସର କାଇଲ୍‌ ଜେମସନଙ୍କ ଏକ ବଲକୁ ମୁଶଫିକର ରହିମ ଡିଫେନ୍ସ କରିଥିଲେ । ଏହାପରେ ତୁରନ୍ତ ବଲ୍‌ଟି ୱିକେଟ୍‌ ଆଡ଼କୁ ଯାଉଥିବା ଆଶଙ୍କା କରି ସେ ପୁଣିଥରେ ହାତରେ ବଲ୍‌କୁ ଅଟକାଇଥିଲେ । କ୍ରିକେଟ ନିୟମ ଅନୁଯାୟୀ ଏହା ଭୁଲ୍‌ ଅଟେ । ଏହି କାରଣରୁ ଜେମିସନ୍‌ଙ୍କ ସମେତ ନ୍ୟୁଜିଲାଣ୍ଡ ଫିଲ୍ଡରମାନେ ତୁରନ୍ତ ଅମ୍ପାୟାରଙ୍କ ନିକଟରେ ଅପିଲ କରିଥିଲେ । ଦୁଇ ଅନ୍‌ଫିଲ୍ଡ ଅମ୍ପାୟାର ତୃତୀୟ ଅମ୍ପାୟାରଙ୍କ ସହ ଆଲୋଚନା କରି ମୁଶଫିକରଙ୍କୁ ଆଉଟ୍‌ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଇସିସିର ନୂଆ ନିୟମ: ଏଣିକି ଫାଇନ୍‌ ନୁହେଁ, ଲାଗିବ ୫ ରନ୍‌ ପେନାଲ୍

'ହ୍ୟାଣ୍ଡେଲିଂ ଦି ବଲ୍‌' କଣ ? କ୍ରିକେଟ୍‌ରେ ଅନେକ ନିୟମ ରହିଛି । ସେଥିରୁ 'ହ୍ୟାଣ୍ଡେଲିଂ ଦି ବଲ୍‌' ଗୋଟିଏ । ଏହି ନିୟମ ଆଧାରରେ କୌଣସି ବ୍ୟାଟର ଯଦି ଜାଣିଶୁଣି ବୋଲରଙ୍କ ହାତରୁ ଆସିଥିବା ବଲକୁ ହାତରେ ଅଟକାଇଥାଆନ୍ତ ବା ଧରିଥାଆନ୍ତି, ତେବେ ସେହି ବ୍ୟାଟରଙ୍କୁ ଦୋଷୀ ବୋଲି ବିଚାର କରାଯାଏ । ଏଭଳି ସ୍ଥିତିରେ ଫିଲ୍ଡିଂ କରୁଥିବା ଦଳ ସେହି ବ୍ୟାଟରଙ୍କୁ 'ହ୍ୟାଣ୍ଡେଲିଂ ଦି ବଲ୍‌' ନିୟମ ଆଧାରରେ ଆଉଟ୍‌ ପାଇଁ ଅପିଲ୍‌ କରିପାରନ୍ତି । ଏହି ନିୟମ କ୍ରିକେଟ୍‌ରେ OBS (Obstructing the Field) ଅଧିନରେ ଆସୁଛି । ୨୦୧୭ ମସିହାରେ ଏହି ନିୟମରେ ଆଉ ଏକ ସୁଧାର ଅଣାଯାଇଛି । ଯଦି କୌଣସି ବ୍ୟାଟର ଫିଲ୍ଡ ବାହାରକୁ ଯାଉଥିବା ବଲ ବା ଫିଲ୍ଡରଙ୍କ ଦ୍ବାରା ଥ୍ରୋ କରାଯାଇଥିବା ବଲ୍‌କୁ ହାତରେ ଅଟକାଇଥାନ୍ତି, ତେବେ ତାଙ୍କୁ ଆଉଟ୍‌ କରିଦିଆଯିବ । ତେବେ ଏହି ନିୟମରେ ଏବେ ପର୍ଯ୍ୟନ୍ତ ଅନେକ କ୍ରିକେଟର ଆଉଟ୍‌ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.