ETV Bharat / sports

IPLରୁ ଅବସର ନେଲେ ପୋଲାର୍ଡ, MI ବ୍ୟାଟିଂ କୋଚ୍‌ ଭାବେ ଦେବେ ଯୋଗ

author img

By

Published : Nov 15, 2022, 5:10 PM IST

ଆଇପିଏଲରୁ ଅବସର ନେଲେ ମୁମ୍ବାଇ ଇଣ୍ଡିଆନ୍‌ସ ଅଲରାଉଣ୍ଡର କିରନ ପୋଲାର୍ଡ । ମୁମ୍ବାଇ ଇଣ୍ଡିଆନ୍‌ସରେ ବ୍ୟାଟିଂ କୋଚ୍‌ ଭାବେ ଯୋଗଦେବେ । ଏନେଇ ମୁମ୍ବାଇ ଇଣ୍ଡିଆନ୍‌ସ ଫ୍ରାଞ୍ଚାଇଜ ପକ୍ଷରୁ ମଧ୍ୟ ଟ୍ବିଟ୍‌ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

IPLରୁ ଅବସର ନେଲେ ପୋଲାର୍ଡ, MI ବ୍ୟାଟିଂ କୋଚ୍‌ ଭାବେ ଯୋଗଦେବେ

ହାଇଦ୍ରାବାଦ: ଆଇପିଏଲରୁ ଅବସର ନେଲେ ମୁମ୍ବାଇ ଇଣ୍ଡିଆନ୍‌ସ ଅଲରାଉଣ୍ଡର କିରନ ପୋଲାର୍ଡ । ଚଳିତ ବର୍ଷ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍‌ସ ଫ୍ରାଞ୍ଚାଇଜରୁ ରିଲିଜ କରାଯିବ ବୋଲି ଖବର ଆସୁଥିଲା । ତେବେ ଏହାରି ମଧ୍ୟରେ ସେ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍‌ସରେ ଆଗକୁ ସେ ବ୍ୟାଟିଂ କୋଚ୍‌ ଭାବେ ଯୋଗ ଦେବେ ଟ୍ବିଟ୍ କରି ଜଣାଇଛନ୍ତି ପୋଲାର୍ଡ । ତେବେ ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍‌ସ ଫ୍ରାଞ୍ଚାଇଜ ପକ୍ଷରୁ ମଧ୍ୟ ଟ୍ବିଟ୍‌ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି ।

ବିଶ୍ବର ସବୁଠାରୁ ଲୋକପ୍ରିୟ ଘରୋଇ କ୍ରିକେଟ ଲିଗ୍‌ ଆଇପିଏଲ (Indian Premier League) ରେ ମୁମ୍ବାଇ ଇଣ୍ଡିଆନ୍‌ସ (Mumbai Indians)ର ଉପଅଧିନାୟକ ଥିଲେ କିରନ ପୋଲାର୍ଡ । ସେ ୨୦୧୦ ମସିହାରେ ଦିଲ୍ଲୀ ଡେୟାର୍‌ଡେଭିଲ୍ସ ବିପକ୍ଷରେ ଆଇପିଏଲରେ ଡେବ୍ୟୁ କରିଥିଲେ । ନିଜ ଆଇପିଏଲ କ୍ୟାରିଅରରେ ମୋଟ ୧୮୯ ମ୍ୟାଚ ଖେଳି ୨୮.୬୭ ହାରରେ ୩୪୧୨ ରନ ସଂଗ୍ରହ କରିଛନ୍ତି । ସେହିଭଳି ସମୁଦାୟ ୬୯ ୱିକେଟ ମଧ୍ୟ ସଂଗ୍ରହ କରିଛନ୍ତି ପୋଲାର୍ଡ ।

ଗତ ଆଇପିଏଲ ସିଜିନ୍‌ରେ ସେ ଏତେଟା ଭଲ ପ୍ରଦର୍ଶନ କରିପାରିନଥିଲେ । ତାଙ୍କର ଆଇପିଏଲ କ୍ୟାରିୟରର ଶେଷ ମ୍ୟାଚ ଭାବେ ସେ ଗତ ସିଜିନ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ୧୬ ବଲରୁ ମାତ୍ର ଗୋଟିଏ ୬ ସହିତ ୧୫ ରନ ସଂଗ୍ରହ କରିଥିଲେ । ବୋଲିଂରେ ମଧ୍ୟ ୨ ଓଭରରେ ୨୬ ରନ ବ୍ୟୟ କରି ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ପୋଲାର୍ଡ । ଏହାପରେ ଆସନ୍ତା ସିଜିନରେ ମୁମ୍ବାଇ ଇଣ୍ଡିଆନ୍‌ସ ଫ୍ରାଞ୍ଚାଇଜ ପୋଲାର୍ଡଙ୍କୁ ରିଲିଜ କରିଦେବ ବୋଲି ଚର୍ଚ୍ଚା ହୋଇଥିଲା । ତେବେ ଏହା ପୂର୍ବରୁ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି ଏହି ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ।

ଦୀର୍ଘ ଦିନରୁ ଗୋଟିଏ ଫ୍ରାଞ୍ଚାଇଜ ପାଇଁ ଖେଳିବାପରେ ଅବସର ଘୋଷଣା କରି ଭାବ ବିହ୍ବଳ ହୋଇଛନ୍ତି ପୋଲାର୍ଡ । ନିଜ ଟ୍ବିଟର୍‌ ପେଜ୍‌ରେ ଏକ ଭାବ ବିହ୍ବଳ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, "ମୁମ୍ବାଇ ଇଣ୍ଡିଆନ୍‌ସ ପାଇଁ ଯଦି ମୁଁ ଖେଳିବି ନାହିଁ, ତେବେ ଅନ୍ୟ କୌଣସି ଟିମ୍‌ର ଅଂଶ ହୋଇ ମୁମ୍ବାଇ ବିପକ୍ଷରେ ଖେଳିବାକୁ ଚାହେଁନି । 'Once an MI always an MI' ।" ତେବେ ମୁମ୍ବାଇ ଇଣ୍ଡିଆନ୍‌ସ ଫ୍ରାଞ୍ଚାଇଜ୍‌ ପକ୍ଷରୁ ତାଙ୍କୁ ଦଳର ବ୍ୟାଟିଂ କୋଚ୍‌ ଭାବରେ ନିଯୁକ୍ତି ଦେବାକୁ ଅନୁରୋଧ କରାଯାଇଥିବା ବେଳେ ସେ ଏନେଇ ଖୁସିବ୍ୟକ୍ତ କରିବା ସହ ଏହି ଦାୟିତ୍ବ ସମ୍ଭାଳିବା ପାଇଁ ରାଜି ହୋଇଥିବା ପ୍ରକାଶ କରିଛନ୍ତି । ସେପଟେ ମୁମ୍ବାଇ ଇଣ୍ଡିଆନ୍‌ସ ଫ୍ରାଞ୍ଚାଇଜ ପକ୍ଷରୁ ମଧ୍ୟ ଟ୍ବିଟରରେ ପୋଲାର୍ଡଙ୍କୁ ନେଇ ଭାବ ବିହ୍ବଳ ବାର୍ତ୍ତା ପୋଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.