ରାଞ୍ଚି: ମହେନ୍ଦ୍ର ସିଂହ ଧୋନି, ଭାରତୀୟ କ୍ରିକେଟ ଟିମର ପୂର୍ବତନ ଏହି କ୍ୟାପଟେନଙ୍କ ବିଶ୍ବର ପ୍ରାୟ ସବୁ ସ୍ଥାନରେ ପ୍ରଶଂସକ ରହିଛନ୍ତି । ଏପରିକି ଭାରତ ସହିତ ସଂପର୍କ ଭଲ ନଥିବା ପଡୋଶୀ ଦେଶର କ୍ରିକେଟପ୍ରେମୀଙ୍କ ମଧ୍ୟ ଧୋନି ପସନ୍ଦର ଖେଳାଳି । ତେବେ ଭାରତରେ ଧୋନିଙ୍କ ରହିଛନ୍ତି ଅଗଣିତ ପ୍ରଶଂସକ, ଯେଉଁମାନେ ତାଙ୍କର ଟିକେ ଝଲକ ପାଇବାକୁ ସବୁବେଳେ ଅପେକ୍ଷା କରିଥାନ୍ତି । ମାହିଙ୍କ ପ୍ରତି ନିଜର ଭଲପାଇବା ଦେଖାଇବାକୁ ଅଜବ କୌଶଳ ମଧ୍ୟ କିଛି ଫ୍ୟାନ୍ସ ଆପାଣାଇଥା'ନ୍ତି । କେହି ନିଜର ସଂପୂର୍ଣ୍ଣ ଶରୀରରେ ଧୋନିଙ୍କ ଚିତ୍ର ଆଙ୍କିଥାଏ ଓ କେହି ସୁରକ୍ଷାବଳୟ ଭେଦକରି ପଡିଆ ଭିତରେ ପାଦ ଛୁଇଁବାକୁ ପ୍ରୟାସ କରିଛି ।
ଧୋନିଙ୍କ ଏମିତି ଜଣେ ଖାସ୍ ପ୍ରଶଂସକ ଏବେ ଚର୍ଚ୍ଚାରେ । ପାଦରେ ଚାଲିଚାଲି ଧୋନିଙ୍କୁ ଭେଟିବାକୁ ରାଞ୍ଚି ପହଞ୍ଚିଛନ୍ତି ହରିୟାଣାର ଯୁବକ ଅଜୟ ଗିଲ୍ । ଏହା ଅଜୟଙ୍କ ଦ୍ବିତୀୟ ଟ୍ରିପ୍ । ଏଥର ସେ ୧,୪୩୬ କିଲୋମିଟର ରାସ୍ତା ପାଦରେ ଅତିକ୍ରମ କରି ରାଞ୍ଚି ପହଞ୍ଚିଛନ୍ତି ।
ସୂଚନା ଅନୁଯାୟୀ ରାଞ୍ଚି ପହଞ୍ଚିବା ପରେ ଅଜୟଙ୍କୁ ଧୋନି ସ୍ବାଗତ କରିବା ସହ ପାଛୋଟି ନେଇଛନ୍ତି । ନିକଟରେ ଧୋନିଙ୍କ ରାଞ୍ଚିସ୍ଥିତ ଫାର୍ମହାଉସରେ ଗିଲ୍ ପହଞ୍ଚିଥିଲେ । ପହଞ୍ଚିବା ପରେ କେବଳ ଧୋନିଙ୍କୁ ଭେଟିବାକୁ ଆସିଥିଲେ ମଧ୍ୟ ଗିଲ୍ କରିଥିଲେ ।
କ୍ୟାପଟେନ କୁଲ୍ ମଧ୍ୟ ଫାର୍ମହାଉସରେ ଗିଲ୍ଙ୍କ ରହିବାର ବନ୍ଦୋବସ୍ତ କରିବା ସହ ବିମାନ ଯୋଗେଁ ହରିୟାଣା ଫେରିବାର ବ୍ୟବସ୍ଥା ମଧ୍ୟ କରିଥିଲେ । ଏହାପରେ ଅଜୟ ଗିଲ୍ଙ୍କ ଖୁସି କହିଲେ ନସରେ, ୧,୪୩୬ କିଲୋମିଟର ଲମ୍ବା ପଦଯାତ୍ରା କରିବା ସାର୍ଥକ ହେଲା ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ