ETV Bharat / sports

Cricket World Cup 2023: ଧୋନୀଙ୍କ ପିଲାଦିନର କୋଚ୍‌ କହିଲେ ଫାଇନାଲ୍‌ ଖେଳିବେ ଭାରତ ଓ ଇଂଲଣ୍ଡ

ବିଶ୍ବକପ୍‌ ୨୦୨୩ ଟାଇଟଲ ହାତେଇବା ପାଇଁ ଅଧିକାଂଶ କ୍ରିକେଟପ୍ରେମୀ ଓ ବିଶେଷଜ୍ଞଙ୍କ ପ୍ରଥମ ପସନ୍ଦ ହେଉଛି ଭାରତ । ତେବେ ଭାରତର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀଙ୍କ ପିଲାଦିନର କୋଚ୍‌ କେଶବ ରଞ୍ଜନ ବାନାର୍ଜୀ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ଭାରତ ଓ ଇଂଲଣ୍ଡ ବିଶ୍ବକପ୍‌ ୨୦୨୩ର ଫାଇନାଲ ମୁକାବିଲା ଖେଳିବେ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 4, 2023, 6:11 PM IST

କେଶବ ବାନାର୍ଜୀ କହିଲେ ଫାଇନାଲ୍‌ ଖେଳିବେ ଭାରତ ଓ ଇଂଲଣ୍ଡ

ରାଞ୍ଚି (ଝାଡ଼ଖଣ୍ଡ): ମହେନ୍ଦ୍ର ସିଂହ ଧୋନୀଙ୍କୁ ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳତମ ଅଧିନାୟକ ଭାବେ ବିବେଚନା କରାଯାଏ । ଧୋନୀଙ୍କ ନେତୃତ୍ବରେ ଭାରତ ସର୍ବାଧିକ ୩ଟି ଆଇସିସି ଟ୍ରଫି ଜିତିଛି । ଦକ୍ଷିଣ ଆଫ୍ରିକାରେ ଆୟୋଜିତ ପ୍ରଥମ ଟି୨୦ ବିଶ୍ବକପ୍‌ ସମେତ ୨୦୧୧ ଦିନିକିଆ ବିଶ୍ବକପ୍‌ ଓ ଇଂଲଣ୍ଡରେ ଆୟୋଜିତ ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୧୩ ଧୋନୀଙ୍କ ନେତୃତ୍ବରେ ଘରକୁ ଆଣିଛି ଭାରତ । ତେବେ ୨୦୧୩ ପରଠାରୁ ଟିମ୍‌ ଇଣ୍ଡିଆ ଗୋଟିଏ ମଧ୍ୟ ଆଇସିସି ଟ୍ରଫି ଜିତିପାରିନାହିଁ । ହେଲେ ଏଥର ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ ବିଶ୍ବକପ୍‌ ଟାଇଟଲ ଜିତି ଦଳର ଟ୍ରଫି ଅପେକ୍ଷାକୁ ଶେଷ କରିବ ବୋଲି କୁହାଯାଉଛି । ଏନେଇ ଏମ୍‌ଏସ୍‌ ଧୋନୀଙ୍କ ପିଲାଦିନର କୋଚ୍‌ କେଶବ ରଞ୍ଜନ ବାନାର୍ଜୀ ପ୍ରତିକ୍ରିୟା ରଖିଛନ୍ତି ।

'ଧୋନୀଙ୍କ ନେତୃତ୍ବ ଅଦ୍ବିତୀୟ': ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କେଶବ ରୋହିତ ଶର୍ମାଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି । ହେଲେ ଏହା ଧୋନୀଙ୍କ ନେତୃତ୍ବ ସହ ତୁଳନା କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । କେଶବ କହିଛନ୍ତି, "ଧୋନୀ ନିକଟରେ ଦଳର ନେତୃତ୍ବ ନେବାର ଏପରି କ୍ଷମତା ଥିଲା, ଯାହା ଅନ୍ୟ କୌଣସି ଭାରତୀୟ କ୍ରିକେଟରଙ୍କ ନିକଟରେ କ୍ବଚିତ୍ ଦେଖାଯାଏ । ଧୋନୀ ୱିକେଟ୍ ପଛରେ ରହି ପ୍ରତ୍ୟେକ ଖେଳାଳିଙ୍କ ପରବର୍ତ୍ତୀ ପଦକ୍ଷେପକୁ ଅନୁମାନ କରିପାରୁଥିଲେ ଏବଂ ବୋଲରଙ୍କୁ ସେହି ଅନୁଯାୟୀ ବୋଲିଂ କରିବାକୁ କହୁଥିଲେ । ରୋହିତ ଶର୍ମା ମଧ୍ୟ ବହୁତ ପରିପକ୍ବ ଅଧିନାୟକ, କିନ୍ତୁ ତାଙ୍କ ନେତୃତ୍ବନେବାର କ୍ଷମତା ଧୋନୀଙ୍କ ସହ ତୁଳନା କରାଯାଇପାରିବ ନାହିଁ ।"

ଏହା ମଧ୍ଯ ପଢ଼ନ୍ତୁ...ETV BHARAT SPECIAL: Cricket World Cup 2023: ଧୋନୀଙ୍କ ପୂର୍ବତନ କୋଚ୍‌ କହିଲେ ବିଶ୍ବକପ ଜିତିବା ପାଇଁ ଭାରତ ପାଖରେ ପର୍ଯ୍ୟାପ୍ତ ଶକ୍ତି ଓ ସାମର୍ଥ୍ୟ ଅଛି

'ଈଶାନ ଦେବେ ଫାଇଦା, ଅକ୍ଷରଙ୍କ ଅନୁପସ୍ଥିତି ପାଇଁ କ୍ଷତି ସହିବ ଭାରତ': ଚଳିତ ଥର ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ବେଶ ସନ୍ତୁଳିତ ରହିଥିଲେ ମଧ୍ୟ ବାମହାତି ସ୍ପିନର ଅକ୍ଷର ପଟେଲଙ୍କ ଅନୁପସ୍ଥିତି ଦଳ ଅନୁଭବ କରିବ ବୋଲି କେଶବ ବାନାର୍ଜୀ କହିଛନ୍ତି । ଏନେଇ ସେ କହିଛନ୍ତି, "ଅକ୍ଷରଙ୍କ ନିକଟରେ ବ୍ୟାଟିଂ କରିବାର ମଧ୍ୟ ବେଶ ଦକ୍ଷତା ରହିଥିଲା । ଏଭଳି ବଡ଼ ଇଭେଣ୍ଟ ପୂର୍ବରୁ ଖେଳାଳିମାନେ କିଭଳି ଆହତ ସମସ୍ୟାରେ ନପଡ଼ିବେ, ସେନେଇ ବିସିସିଆଇକୁ ପୂର୍ବରୁ ଦାୟିତ୍ବବାନ ହେବାର ଥିଲା ।" ଈଶାନ କିଷାନଙ୍କୁ ଦଳରେ ସ୍ଥାନ ମିଳିବାକୁ ନେଇ ମଧ୍ୟ ସେ ବେଶ ଖୁସି ପ୍ରକାଶ କରିଛନ୍ତି । ଈଶାନ ଦଳର ବ୍ୟାଟିଂ ଅର୍ଡରକୁ ଆହୁରି ଶକ୍ତିଶାଳି କରିପାରିବେ ବୋଲି ଆଶା କରିଛନ୍ତି କେଶବ ।

'୧୯୮୩ ଓ ୨୦୧୧ ପରେ ୨୦୨୩ ସୁବର୍ଣ୍ଣ ସୁଯୋଗ': ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଓ କେଏଲ୍‌ ରାହୁଲ ଏଥର ବିଶ୍ବକପ୍‌ରେ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ସେ ବିଶ୍ବାସ ରଖିଛନ୍ତି । ତେବେ ଏଥର ଫାଇନାଲ୍‌ରେ ଭାରତ ଓ ଇଂଲଣ୍ଡ ଲଢ଼େଇ ହେବ ବୋଲି ପୂର୍ବାନୁମାନ କରିଛନ୍ତି କେଶବ । ଘରୋଇ ଗ୍ରାଉଣ୍ଡରେ ଖେଳିବା ଦଳ ପାଇଁ ଯଦିଓ ଲାଭଦାୟକ, ହେଲେ ଏଭଳି ପରିସ୍ଥିତି ଖେଳାଳିଙ୍କ ଉପରେ ମଧ୍ୟ ଚାପ ସୃଷ୍ଟି କରିଥାଏ ବୋଲି ସେ କହିଛନ୍ତି । କେଶବଙ୍କ ମତରେ, "ରୋହିତ ଶର୍ମାଙ୍କୁ ଏହି ଚାପ ସମ୍ଭାଳିବାକୁ ହେବ । କପିଲ ଦେବଙ୍କ ନେତୃତ୍ବରେ ୧୯୮୩ ବିଜୟ ଓ ୨୦୧୧ରେ ଧୋନୀଙ୍କ ନେତୃତ୍ବରେ ବିଜୟ ପରେ ଏବେ ପୁଣିଥରେ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.