ETV Bharat / sports

ଭାରତୀୟ ବୋଲିଂ ଆକ୍ରମଣ ଥିଲା ସବୁଠୁ ଆହ୍ବାନପୂର୍ଣ୍ଣ: ପିଟରସନ - ଭାରତୀୟ ବୋଲିଂ ଆକ୍ରମଣ ଆହ୍ବାନପୂର୍ଣ୍ଣ

ଭାରତୀୟ ବୋଲିଂ ଆକ୍ରମଣକୁ ଟେଷ୍ଟ ସିରିଜ ବିଜୟର ହିରୋ ଦକ୍ଷିଣ ଆଫ୍ରିକା ବ୍ୟାଟର କିଗାନ ପିଟରସନ ପ୍ରଶଂସା କରିଛନ୍ତି । ପିଟରସନ କହିଛନ୍ତି, କ୍ରିକେଟ କ୍ୟାରିୟରରେ ସେ ଏଯାବତ ସାମ୍ନା କରିଥିବା ସମସ୍ତ ବୋଲିଂ ମଧ୍ୟରୁ ଭାରତୀୟ ବୋଲିଂ ଆକ୍ରମଣ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା । ଅଧିକ ପଢନ୍ତୁ

'Most challenging bowling I have ever come across': Petersen on Indian attack
ଭାରତୀୟ ବୋଲିଂ ଆକ୍ରମଣ ଥିଲା ସବୁଠୁ ଆହ୍ବାନପୂର୍ଣ୍ଣ: ପିଟରସନ
author img

By

Published : Jan 17, 2022, 9:08 PM IST

ପର୍ଲ(ଦକ୍ଷିଣ ଆଫ୍ରିକା): ଭାରତୀୟ ବୋଲିଂ ଆକ୍ରମଣକୁ ଟେଷ୍ଟ ସିରିଜ ବିଜୟର ହିରୋ ଦକ୍ଷିଣ ଆଫ୍ରିକା ବ୍ୟାଟର କିଗାନ ପିଟରସନ ପ୍ରଶଂସା କରିଛନ୍ତି । ପିଟରସନ କହିଛନ୍ତି, କ୍ରିକେଟ କ୍ୟାରିୟରରେ ସେ ଏଯାବତ ସାମ୍ନା କରିଥିବା ସମସ୍ତ ବୋଲିଂ ମଧ୍ୟରୁ ଭାରତୀୟ ବୋଲିଂ ଆକ୍ରମଣ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ଥିଲା । ଏଥିସହ ଭାରତୀୟ ବୋଲିଂକୁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ବୋଲିଂ ଆକ୍ରମଣ କହିଛନ୍ତି । ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ(CSA) ନିଜର ଅଫିସିଆଲ ୱେବସାଇଟ୍‌ରେ ପିଟରସନଙ୍କ ଏହି ବୟାନକୁ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: କେଏଲ ରାହୁଲ ଟେଷ୍ଟ କ୍ୟାପଟେନ ହେବା ଉଚିତ୍‌: ପୂର୍ବତନ BCCI ସମ୍ପାଦକ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସଦ୍ୟ ସମାପ୍ତ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୪୬.୦୦ ଆଭରେଜରେ ୨୭୬ ରନ୍‌ ସଂଗ୍ରହ କରି ସର୍ବାଧିକ ରନ୍‌ସଂଗ୍ରହକାରୀ ଥିଲେ ପିଟରସନ । ଏକମାତ୍ର ଖେଳାଳି ଭାବେ ସିରିଜରେ ସେ ୩ରୁ ଅଧିକ ଥର ଅର୍ଦ୍ଧଶତକୀୟ ଇଂନିସ ୭୨. ୮୨, ୬୨ ଖେଳିଥିଲେ । ଫଳରେ ଟିମ ଇଣ୍ଡିଆ ବିପକ୍ଷରେ ପ୍ରଭାବୀ ବ୍ୟାଟିଂ ପାଇଁ ୨୮ ବର୍ଷୀୟ ଯୁବ ବ୍ୟାଟର ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ ।

ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟରେ ପରାଜୟ ସହ ୦-୧ରେ ପଛୁଆ ରହିଥିଲା । ମାତ୍ର ପରବର୍ତ୍ତୀ ଦୁଇଟି ଟେଷ୍ଟକୁ ଜିତିବା ସହ ପ୍ରଦର୍ଶନ ପାଇଁ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିବା ଦେଶର ଜାତୀୟ କ୍ରିକେଟ ଟିମର ଉତ୍ଥାନ କରିପାରିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ODI ସିରିଜ ବୁଧବାର ଠାରୁ ପର୍ଲରେ ଆରମ୍ଭ ହେବ ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.