ETV Bharat / sports

ଅଷ୍ଟ୍ରେଲିଆକୁ ଶାମି ଭୟ, ଫାଇନାଲ ମ୍ୟାଚ ପୂର୍ବରୁ ଏମିତି କହିଲେ ପାଟ କମିନ୍ସ

author img

By ETV Bharat Odisha Team

Published : Nov 18, 2023, 2:19 PM IST

ଫାଇନାଲ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ଶାମି ଆମ ପାଇଁ ଚ୍ୟାଲେଞ୍ଜ ହେବେ ବୋଲି କହିଲେ ପାଟ କମିନ୍ସ । ଅଧିକ ପଢନ୍ତୁ

Mohammed Shami is going to be a big one
Mohammed Shami is going to be a big one

ଅହମ୍ମଦାବାଦ: ବିଶ୍ବକପରେ ଶାମିଙ୍କ ଘାତକ ବୋଲିଂକୁ ନେଇ ସବୁଠି ଚର୍ଚ୍ଚା । ବିପକ୍ଷ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛନ୍ତି ଶାମି । ବିଶ୍ବକପ ଫାଇନାଲରେ ମଧ୍ୟ ଶାମି ବିପକ୍ଷ ଦଳ ପାଇଁ ବିପଦ ହୋଇପାରନ୍ତି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ପାଇଁ ମହମ୍ମଦ ଶାମି ଚ୍ୟାଲେଞ୍ଜ ହେବେ ବୋଲି ମ୍ୟାଚ ପ୍ରି କନଫରେନ୍ସରେ କହିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ ।

ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମୁକାବିଲା । ଏହା ପୂର୍ବରୁ ମହମ୍ମଦ ଶାମିଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ପାଟ କମିନ୍ସ । ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ଚ୍ୟାଲେଞ୍ଜ ଦେବା ପରି ଖେଳାଳି ହେଉଛି ମହମ୍ମଦ ଶାମି । ମହମ୍ମଦ ଶାମି ଆମ ପାଇଁ ଚ୍ୟାଲେଞ୍ଜ ହେବେ ବୋଲି କହିଛନ୍ତି ଅଷ୍ଟ୍ରେଲିଆର ଅଧିନାୟକ ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ୍‌ ୨୦୨୩: ଶାମିଙ୍କ ବୋଲିଂକୁ ଲୋକେ କହିଲେ ଅସାଧାରଣ, ମୁହଁ ଖୋଲିଲେ ଶାମି

ପାଟ କମିନ୍ସ ଶାମିଙ୍କୁ ପ୍ରଶଂସା କରି କହିଥିଲେ ଯେ, ଟୁର୍ଣ୍ଣାମେଣ୍ଟ ପ୍ରାରମ୍ଭରୁ ଶାମିଙ୍କୁ ଖେଳିବାକୁ ସୁଯୋଗ ମିଳିନଥିଲା । ଯେତେବେଳେ ସୁଯୋଗ ମିଳିଲା ତାଙ୍କର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା । ଉଭୟ ହାତରେ ସେ ବୋଲିଂ କରି ବ୍ୟାଟରଙ୍କୁ ଆଉଟ କରିଛନ୍ତି । ସେ ଆଗକୁ ବି ଭଲ ଖେଳିବେ । ପୂର୍ବରୁ ଆମେ ତାଙ୍କ ସହ ମ୍ୟାଚ ଖେଳିଛୁ । ତେଣୁ ଆମର ସମସ୍ତ ବ୍ୟାଟର ତାଙ୍କ ବଲକୁ ମୁକାବିଲା କରିପାରିବେ । ସେ ଆମ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ । ଭାରତୀୟ ଦଳରେ 5 ଜଣ ବୋଲର ରହିଛନ୍ତି । ସମସ୍ତେ 10 ଓଭର ଲେଖାଏଁ ବୋଲିଂ କରନ୍ତି । ସ୍ପିନରମାନେ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି । ଜାଡେଜା ଓ କୁଲଦୀପ ମିଡିଲ ଓଭରରେ ଭଲ ପ୍ରଦର୍ଶନ କରୁଥିବା ନଜିର ରହିଛି । ତେଣୁ ସେମାନେ ମଧ୍ୟ ଆମ ପାଇଁ ଘାତକ ହୋଇପାରନ୍ତି । ପ୍ରତି ମ୍ୟାଚରେ ଭାରତୀୟ ବିଜୟ ହୋଇଛି । ତେଣୁ ସେମାନେ ପ୍ରଭାବଶାଳୀ ଅଛନ୍ତି ।

ଚଳିତ ବିଶ୍ବକପରେ ଭାରତ ପାଇଁ ପ୍ରଥମରୁ 4 ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିଲେ ମହମ୍ମଦ ଶାମି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଦଳରୁ ବାଦ ପଡିବା ପରେ ଶାମିଙ୍କୁ ମିଳିଥିଲା ସୁଯୋଗ । ଆଉ ପ୍ରଥମ ମ୍ୟାଚରୁ ହିଁ ନିଜକୁ ପ୍ରମାଣିତ କରିଥିଲେ ଶାମି । ସେ ଖେଳିଥିବା ପ୍ରଥମ ମ୍ୟାଚ୍‌ରୁ ହିଁ 5 ୱିକେଟ୍‌ ସଫଳତା ନେଇ ଆସିଥିଲେ ଚର୍ଚ୍ଚାର ପରିସରକୁ । ଆଉ ଏହାପରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ରେ ଘାତକ ବୋଲିଂ ସହ ବିପକ୍ଷ ଦଳ ପାଇଁ ପାଲଟିଥିଲେ ଭାରତର ବ୍ରହ୍ମାସ୍ତ୍ର । ପ୍ରତି ମ୍ୟାଚରେ ସେ ଓ୍ବିକେଟ ନେଇ ଭାରତକୁ ବିଜୟ ମୁହାଁ କରିଥିଲେ । ସେମିଫାଇନାଲରେ 7ଟି ଓ୍ବିକେଟ ନେଇ ସେ ଭାରତୀୟ ଦଳକୁ ଫାଇନାଲରେ ପହଞ୍ଚାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.